ଅନ୍ତର୍ଜାତୀୟ

ଧରା ପଡ଼ିଲା ଇମ୍ରାନ୍‌ଙ୍କ ବନ୍ଧୁ ଚେହେରା: ହାଫିଜ୍‌ ସଇଦ୍‌ଙ୍କ ପାଇଁ ମାଗିଲେ ଟଙ୍କା

ଇସଲାମାବାଦ୍‌,୨୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବନ୍ଧୁ ଚେହେରା ଏବେ ଧରା ପଡ଼ିଯାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରାଇଥିବା ବିଶ୍ୱ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କ ପାଇଁ ଇମ୍ରାନ୍‌ ଜାତିସଂଘକୁ ଅନୁରୋଧ କରିଛନ୍ତି। ଜାତିସଂଘ ପକ୍ଷରୁ ସଇଦ୍‌ଙ୍କ ସମସ୍ତ ବ୍ୟାଙ୍କ…

ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା

ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା ଥନ୍‌ବର୍ଗ। ସ୍ବିଡେନ୍‌ର ଷ୍ଟକ୍‌ହୋମ୍‌ରେ ଜନ୍ମିତ ଏହି ୧୬ ବର୍ଷୀୟା ପରିବେଶ କର୍ମୀଙ୍କୁ ଏହାର ଦୁଇଦିନ…

ମହାକାଶରେ ଇତିହାସ ରଚିଲା ୟୁଏଇ

ଦୁବାଇ,୨୬ା୯(ଏଏଫ୍‌ପି): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବୁଧବାର ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌)କୁ ଦେଶର ପ୍ରଥମ ମହାକାଶ ଯାତ୍ରୀ ହଜ୍ଜା ଅଲ୍‌-ମନ୍‌ସୁରିଙ୍କୁ ପଠାଇ ଇତିହାସ ରଚିଛି। କାଜାଖସ୍ତାନର ବୈକୋନୁରରୁ ସୋୟୁଜ୍‌-ଏଫ୍‌ଜି ରକେଟରେ ୩୫ ବର୍ଷୀୟ ମନ୍‌ସୁରିଙ୍କ ସହ ରୁଷିଆର ଓଲେଗ୍‌ ସ୍କ୍ରିପୋଚକା ଏବଂ…

ଗ୍ଲୋବାଲ ବିଜ୍‌ନେସ୍‌ ଫୋରମରେ ମୋଦି: ‘ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ’

ନ୍ୟୁୟର୍କ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏଠାରେ ବ୍ଲୁମ୍‌ବର୍ଗ ଗ୍ଲୋବାଲ ଇନ୍‌ଭେଷ୍ଟର ଫୋରମ୍‌ରେ ଯୋଗ ଦେଇଛନ୍ତି। ଭାରତରେ ରାଜନୈତିକ ସ୍ଥିରତା ରହିଥିବା ବେଳେ ନିବେଶ ଲାଗି ଅନୁକୂଳ ବାତାବରଣ ରହିଛି। ତଥାପି ଏଥିରେ କୌଣସି ତ୍ରୁଟି ରହିଥିଲେ ସେ ତାହାକୁ ସେତୁ…

ଆଲୋଚନା ପୂର୍ବରୁ ପାକ୍‌ କଠୋର ପଦକ୍ଷେପ ନେଉ

ଜାତିସଂଘ,୨୬ା୯(ପି.ଟି.): ପାକିସ୍ତାନ ସହ ଆଲୋଚନା ପୂର୍ବରୁ ଇସ୍‌ଲାମାବାଦକୁ କେତେକ କଠୋର ପଦକ୍ଷେପ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ଏକତ୍ର କିଛି କରିବାକୁ ଟ୍ରମ୍ପ୍‌ ପ୍ରସ୍ତାବ ଦେବା…

ଜାତିସଂଘକୁ ସୋଲାର ପାର୍କ ଉପହାର

ନ୍ୟୁୟର୍କ,୨୬ା୯(ପି.ଟି.): ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ସୋଲାର ପାର୍କ ଏବଂ ଗାନ୍ଧୀ ଶାନ୍ତି ଉଦ୍ୟାନକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଜାତିସଂଘ ଦ୍ୱାରା ଜାରି ସ୍ମାରକୀ ଷ୍ଟାମ୍ପ୍‌କୁ ପ୍ରଧାନମନ୍ତ୍ରୀ ଅନ୍ୟ ନେତାମାନଙ୍କ ଗହଣରେ…

କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ: ବିଫଳତା ସ୍ବୀକାର କଲେ ଇମ୍ରାନ୍‌

ନ୍ୟୁୟର୍କ,୨୬ା୯: କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକୀକରଣ କରାଇବାରେ ପାକିସ୍ତାନ ବିଫଳ ହୋଇଥିବା ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ବୀକାର କରିଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ପାଖରେ ସେ ଦୁଃଖିତ ବୋଲି ଇମ୍ରାନ୍‌ କହିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଲାଗି ଭାରତର ନିଷ୍ପତ୍ତିକୁ…

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଏହା ବହୁ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ ଶଣ୍ଢା ରସ ପିଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା…

ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଲେ ମହିଳା

ଓ୍ବାଶିଂଟନ୍‌: ଆମେରିକାର ଓ୍ବାଶିଂଟନରେ ଜଣେ ମହିଳା ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଦେଇଛନ୍ତି। ଗତ ଜୁଲାଇ ମାସରେ କ୍ୟାରୋଲ୍‌ ନାମକ ଜଣେ ମହିଳା ନିଜ କୁକୁର କ୍ୟାଟିକୁ ନେଇ ବୁଲିବାକୁ ଯାଇଥିଲେ। ସେ ସ୍ବାମୀଙ୍କ ସହ ହୋଟେଲ ବାହାରକୁ…

ପୃଥିବୀ ବିନାଶର କାରଣ ହୋଇପାରେ ଭୂକମ୍ପ: ପ୍ରତିବର୍ଷ ଚନ୍ଦ୍ରମା ଦୂରେଇ ଯାଉଛି ଦେଢ଼ ଇଞ୍ଚ

ଓ୍ବାଶିଂଟନ,୨୫।୯: ଗତ ୨୦ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ସ୍ଥାନରେ ଲଗାତାର ଭୂକମ୍ପ ଘଟଣା ଘଟୁଛି। ହୁଏତ ଆଗାମୀ ଦିନରେ ପୃଥିବୀ ବିନାଶର କାରଣ ଭୂକମ୍ପ ହୋଇପାରେ ବୋଲି ଗବେଷକ ଅନୁମାନ କରୁଛନ୍ତି। ପୃଥିବୀ ନିଜ ଅକ୍ଷରେ ଘଣ୍ଟାପ୍ରତି ୧,୬୭୦ କିମି…

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ

ଓ୍ବାଶିଂଟନ,୨୫।୯: ବିଦେଶରୁ ସହାୟତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ନିର୍ବାଚନ ଜିତିଥିବା ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଟ୍ରମ୍ପ୍‌ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଟ୍ରମ୍ପ୍‌ ନିଜର…

ମୋଦିଙ୍କୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୫।୯: ସ୍ବଚ୍ଛ ଭାରତ ଅଭିଯାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ବିଲ୍‌ ଗେଟସ୍‌ ଏବଂ ମିଲେଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଏହି ଅବସରରେ ମୋଦି କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?