ଅନ୍ତର୍ଜାତୀୟ

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପାଇଁ ବାଂଲାଦେଶର ଅନୁରୋଧକୁ ଭାରତ ସରକାର ଏବେ ବିଚାର କରୁଛନ୍ତି। ସଂସଦୀୟ କମିଟି ବୈଠକରେ…

Canada Elections: ନୂଆ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଏପ୍ରିଲରେ ହେବ ଭୋଟିଂ

ଓଟାଓ୍ବା,୨୪।୩: କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସାଧାରଣ ନିର୍ବାଚନ ଘୋଷଣା କରିଛନ୍ତି। ଏବେ କାନାଡାରେ ୨୮ ଏପ୍ରିଲରେ ଭୋଟ ଗ୍ରହଣ କରାଯିବ। ଏହାର ଅର୍ଥ ହେଉଛି ଆଜିଠାରୁ ଠିକ ଗୋଟିଏ ମାସ ପରେ କାନାଡାରେ ଏକ ନୂତନ ସରକାର ନିର୍ବାଚିତ…

ପୁଟିନ୍‌ଙ୍କ ରାସ୍ତାରେ ଏର୍ଡୋଗାନ୍‌

ଇସ୍ତାନବୁଲ,୨୪ା୩: ତୁର୍କୀରେ ଗତ ରାଷ୍ଟ୍ରପତି ନିର୍ବାଚନ ୨୦୨୩ ମେ’ ୧୪ରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ନିର୍ବାଚନ ୨୦୨୮ ମେ’ ୭ରେ ହେବାକୁ ଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି ରେସେପ୍‌ ତୈୟିପ୍‌ ଏର୍ଡୋଗାନ୍‌ଙ୍କ ବିରୋଧରେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ…

ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ

ଓ୍ବାଶିଂଟନ,୨୩ା୩: ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଗତ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଆଟର୍ନି ପଦ ଛାଡ଼ିଥିବା ଜେସିକା ଆବେରଙ୍କ ମୃତଦେହ ତାଙ୍କ ଭିର୍ଜିନିଆସ୍ଥିତ ବାସଭବନରୁ ମିଳିଛି। ଏହି ୪୩ ବର୍ଷୀୟ ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ…

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା ସାମଗ୍ରୀଗୁଡ଼ିକ ହେଲା ସଫ୍ଟ ଫେରାଇଟ୍‌ କୋର୍‌, ଭାକ୍ୟୁମ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ, ଆଲୁମିନିୟମ୍‌ ଫଏଲ୍‌, ଟ୍ରାଇକ୍ଲୋରୋ…

ଟ୍ରମ୍ପଙ୍କ ମତିଗତି ଦେଖି ବୁଝିଗଲେ ଚାଇନା ପ୍ରଧାନମନ୍ତ୍ରୀ, କହିଲେ ମୁହାଁମୁହିଁ ନୁହେଁ, ଏଣିକି…

ବେଜିଂ,୨୩ା୩: ରବିବାର ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ଆମେରିକୀୟ ସିନେଟର ଷ୍ଟିଭ୍‌ ଡାଇନ୍ସଙ୍କୁ ଭେଟିଥିଲେ। ବୈଠକରେ ଲି କହିଥିଲେ ଯେ, ବେଜିଂ ଏବଂ ଓ୍ବାଶିଂଟନ ବାଣିଜ୍ୟ ଶୁଳ୍କ ଏବଂ ଅବୈଧ ଫେଣ୍ଟାନିଲ ବାଣିଜ୍ୟକୁ ମୁକାବିଲା କରିବା ପାଇଁ ପ୍ରୟାସକୁ ନେଇ ମୁହାଁମୁହିଁ…

ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ଘଟଣାକୁ ନେଇ ଭର୍ଜିନିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟରେ ଶୋକର ଛାୟା ଖେଳିଯାଇଛି।…

ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌: ୫୦ ହଜାର ଟପିଲା ମୃତ୍ୟୁସଂଖ୍ୟା

ଦେଇର୍‌-ଅଲ୍‌ ବଲାହ,୨୩ା୩: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଛନ୍ତି। ଲୋକମାନଙ୍କୁ…

ମୁସଲିମ ଦେଶ ବାଂଲାଦେଶରେ ଦେହ ବେପାର ଉପରେ ନାହିଁ କୌଣସି ପ୍ରତିବନ୍ଧକ, ପ୍ରାୟ ୨ଲକ୍ଷ ମହିଳା କରୁଛନ୍ତି…

ଢାକା,୨୩।୩: ଦେହ ବେପାରକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି କୁହାଯାଏ। ଏପରି ଏକ ବୃତ୍ତି ଯାହା କେବେ ଶେଷ ହୋଇପାରିବ ନାହିଁ। ଟଙ୍କା ପାଇଁ ଶାରୀରିକ ସମ୍ପର୍କ ରଖିବାର ବ୍ୟବସାୟକୁ ଦେହ ବେପାର କୁହାଯାଏ। ଦେହ ବେପାରକୁ ଏକ ଅନୈତିକ…

ପାକିସ୍ତାନୀ ପାଇବେ ମସ୍କଙ୍କ ଷ୍ଟାରଲିଙ୍କ୍‌ ସେବାର ଲାଭ, ଜାଣନ୍ତୁ ଭାରତ ଠାରୁ କେତେ ଟଙ୍କା ଅଧିକ ଦେବାକୁ ପଡିବ

ନୂଆଦିଲ୍ଲୀ,୨୩।୩: ପାକିସ୍ତାନରେ ମଧ୍ୟ ଲୋକମାନେ ସାଟେଲାଇଟ ନେଟୱାର୍କ ବ୍ୟବହାର କରିପାରିବେ। ଏନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ଏଲନ ମସ୍କ। ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ପଡୋଶୀ ପାକିସ୍ତାନରେ ଆରମ୍ଭ ହୋଇପାରେ। ପାକିସ୍ତାନ ସରକାର ମସ୍କଙ୍କ କମ୍ପାନୀକୁ ଅସ୍ଥାୟୀ ଏନଓସି ଦେଇଛନ୍ତି ଯାହା…

ବିବାଦ ଭିତରେ ବି ବାଂଲାଦେଶରେ ଭାରତର ଏହି ଖାଦ୍ୟର ଚାହିଦା ଅଧିକ, ଏତେ ହୋଇଛି ରପ୍ତାନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଜିଆଇ ଟ୍ୟାଗ ବାଜିଥିବା 30 ଟନ ଗୁଡ଼ ବାଂଲାଦେଶକୁ ପଠାଯାଇଛି। ଶନିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମୁଜାଫରନଗର ଅଞ୍ଚଳ ଏହାର ଉଚ୍ଚମାନର ଆଖୁ ପାଇଁ ପ୍ରସିଦ୍ଧ। GI (ଭୌଗୋଳିକ ସୂଚକ) ମୁଖ୍ୟତଃ…

ଇଦ ପୂର୍ବରୁ ମହଙ୍ଗା ମାଡ଼, ଏଠି ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ,୨୨।୩: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୁଦ୍ରାସ୍ଫୀତିର ସ୍ଥିତି କ’ଣ ତାହା ସମସ୍ତେ ଜାଣନ୍ତି। ପାକିସ୍ତାନରେ ମଇଦା, ଚାଉଳ, ତେଲ ଏବଂ ପନିପରିବାର ମୂଲ୍ୟ ଆକାଶଛୁଆଁ। ଏବେ ପାକିସ୍ତାନରେ ରମଜାନ ପାଳନ କରାଯାଉଛି। ରମଜାନ ମାସରେ ଚିନି ବ୍ୟବହାର ବୃଦ୍ଧି ପାଇଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri