Operation Sindoor: ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଲା ଅଲ-କାଏଦା ଆତଙ୍କବାଦୀ ସଙ୍ଗଠନ

ଇସଲାମାବାଦ,୮।୫: ଭାରତର ଅପରେଶନ ସିନ୍ଦୁର ପରେ, ଅଲ-କାଏଦାର ଭାରତୀୟ ଉପମହାଦେଶ ଶାଖା (AQIS) ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନ ଉପରେ ଭାରତର ଆକ୍ରମଣର ଜବାବ ଦିଆଯିବ। ଏହି ବିବୃତ୍ତି ଆସ-ସାହାବ ମିଡିଆ ମାଧ୍ୟମରେ ଆସିଛି।
ବିବୃତ୍ତିରେ କୁହାଯାଇଛି, ‘୨୦୨୫ ମେ’ ୬ ରାତିରେ ଭାରତର ଗେରୁଆ ସରକାର’ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା। ମସଜିଦ ଏବଂ ବସ୍ତିଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା। ଏଥିରେ ଅନେକ ମୁସଲମାନ ନିହତ ଏବଂ ଆହତ ହୋଇଥିଲେ। ଆମେ ଆଲ୍ଲାଙ୍କର ଏବଂ ତାଙ୍କ ପାଖକୁ ଫେରିବୁ। ଆଲ୍ଲା ମୃତକମାନଙ୍କୁ ସ୍ବର୍ଗରେ ଉଚ୍ଚ ସ୍ଥାନ ଦିଅନ୍ତୁ ଏବଂ ଆହତମାନଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ, ଆମେନ। ଏହି ଆକ୍ରମଣ ଗେରୁଆ ସରକାରଙ୍କ ଅପରାଧ ତାଲିକାରେ ଆଉ ଏକ କଳା ଅଧ୍ୟାୟ।’
ବିବୃତ୍ତିରେ ଆହୁରି ଲେଖାଯାଇଛି, ‘ଇସଲାମ ଏବଂ ମୁସଲମାନମାନଙ୍କ ବିରୁଦ୍ଧରେ ଭାରତର ଯୁଦ୍ଧ ନୂଆ ନୁହେଁ, ଏହା ବର୍ଷ ବର୍ଷ ଧରି ଚାଲିଆସୁଛି। ଭାରତ ଏବଂ କଶ୍ମୀରରେ ମୁସଲମାନମାନେ ବହୁତ ଅତ୍ୟାଚାର ସହିଛନ୍ତି। ମୋଦି ସରକାର ସାମରିକ, ରାଜନୈତିକ, ସାଂସ୍କୃତିକ ଏବଂ ଗଣମାଧ୍ୟମ ମାଧ୍ୟମରେ ଇସଲାମ ଏବଂ ମୁସଲମାନମାନଙ୍କୁ ଶେଷ କରିବାକୁ ଚେଷ୍ଟା କରୁଛି।’
ବିବୃତ୍ତିରେ କୁହାଯାଇଛି, ‘ଆମେ ସ୍ପଷ୍ଟ ଭାବରେ କହୁଛୁ ଯେ ଏହା ମୁସଲମାନମାନଙ୍କ ପାଇଁ ଭାରତ ବିରୁଦ୍ଧରେ ଏକ ଜିହାଦ। ଆଲ୍ଲାହଙ୍କ ନାମକୁ ଉଚ୍ଚ କରିବା, ଇସଲାମ ଏବଂ ମୁସଲମାନମାନଙ୍କୁ ସୁରକ୍ଷା ଦେବା ଏବଂ ନିର୍ଯ୍ୟାତିତ ଲୋକଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଏବେ ଉପମହାଦେଶର ମୁସଲମାନମାନେ ସେମାନଙ୍କ ସମର୍ଥନରେ ଠିଆ ହେବା ଉଚିତ। ଆମେ ଶପଥ କରୁଛୁ ଯେ ଆଲ୍ଲାହଙ୍କ ସାହାଯ୍ୟରେ ଆମେ ମୁସଲମାନମାନଙ୍କ ଉପରେ ହୋଇଥିବା ସମସ୍ତ ଅତ୍ୟାଚାରର ପ୍ରତିଶୋଧ ନେବା ଏବଂ ଆଲ୍ଲାହଙ୍କ ନାମକୁ ଉଚ୍ଚ କରିବା ପର୍ଯ୍ୟନ୍ତ ଲଢ଼ିବୁ।’
ସୂଚନାଯୋଗ୍ୟ, ମେ ୬ରେ ଭାରତୀୟ ବାୟୁସେନା ଏବଂ ସେନା ପାକିତାନ ବିରୋଧରେ ଅଭୂତପୂର୍ବ ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’ କରିଥିଲେ। ଏହା ଅଧୀନରେ, ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏଥର ଆକ୍ରମଣ କେବଳ ବାୟୁସେନା ଦ୍ୱାରା କରାଯାଇ ନଥିଲା, ବରଂ ସେନାର ତୋପ ୟୁନିଟ ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ସହିତ ଯୁଦ୍ଧ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ୧୯୭୧ ଯୁଦ୍ଧ ପରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆନୁଷ୍ଠାନିକ ଭାବରେ ଏହା ରାତି ୧ଟାରୁ ଆରମ୍ଭ ହୋଇ ରାତି ୧:୩୦ ପର୍ଯ୍ୟନ୍ତ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?