ଅନ୍ତର୍ଜାତୀୟ

ଇମ୍ରାନଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଡାକରା

କରାଚୀ, ୨୦ା୧୦ (ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ଲାଗି ବିରୋଧୀ ଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ- ଜର୍ଦ୍ଦାରୀ ବିକ୍ଷୋଭ ଡାକରା ଦେଇଛନ୍ତି। ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ଲୋକଙ୍କ ଆସ୍ଥାଭାଜନ…

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଝଟକା: ବିଳମ୍ବିତ ହେବ ବ୍ରେକ୍‌ଜିଟ

ଲଣ୍ଡନ,୨୦ା୧୦(ଏଏଫ୍‌ପି): ବ୍ରିଟେନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ପୁଣିଥରେ ଝଟକା ଲାଗିଛି। ବ୍ରେକ୍‌ଜିଟ ଚୁକ୍ତିନାମା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବ କରିବା ସପକ୍ଷରେ ଏମ୍‌ପିମାନେ ଭୋଟ ଦେଇଛନ୍ତି। ଅକ୍ଟୋବର ୩୧ରେ ବ୍ରିଟେନ ୟୁରୋପୀୟ ସଂଘ (ଇୟୁ)ରୁ ବାହାରିଯିବା ଲାଗି ଶେଷ ତାରିଖ ଧାର୍ଯ୍ୟ…

ଶୀତଦିନେ ପିଅନ୍ତୁ ଏହି ଚା’…

ଶୀତଦିନେ ଲବଙ୍ଗ ଚା’ ପିଇଲେ ବହୁ ଉପକାର ହୋଇଥାଏ। ଲବଙ୍ଗ ଚା’ ଡାଇବେଟିସ୍‌ ଠାରୁ ଦୂରେଇ ରଖିଥାଏ। ଏହା କୋଲେଷ୍ଟରଲସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଲବଙ୍ଗରେ…

ବିବିସି ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ଲଣ୍ଡନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର କଟକ ଜିଲାର ସୁସ୍ମିତା ମହାନ୍ତି। ସ୍ପେସ୍‌ ରିସର୍ଚ୍ଚ ଓ ସ୍ପେସ୍‌ ସାଇନ୍ସ କ୍ଷେତ୍ରରେ ଜଣେ ପରିଚିତ ଚେହେରା…

ଆଫଗାନ ସେନା ଆକ୍ରମଣରେ ୧୬ ଆତଙ୍କବାଦୀ ନିହତ

କାବୁଲ,୧୯।୧୦: ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନାର ଅପରେଶନ ସମୟରେ ୧୬ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିବା ଶନିବାର ସୂଚନା ମିଳିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ଅପରେଶନ ସମୟରେ ଆଫଗାନ ସ୍ପେଶାଲ ଫୋର୍ସ ୮…

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ ପୃଥିବୀର ସମୃଦ୍ଧିଶାଳୀ ସହର ତାଲିକାରେ ନିଜ ନାମ ଯୋଡ଼ିପାରିଥିବା ଦୁବାଇରେ ରହିଛି ପର୍ଯ୍ୟଟନର ଅନନ୍ୟ…

ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ

ଓ୍ବାଶିଂଟନ,୧୯।୧୦: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ। ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କାରବାର ସେତେ ଭଳ ନ ଥିଲେ ବି ପରବର୍ତ୍ତୀ ସମୟରେ…

ଆଫଗାନିସ୍ତାନରେ ଦୁଇଟି ବିସ୍ଫୋରଣ: ୧୮ ମୃତ ୫୦ ଆହତ

କାବୁଲ,୧୮।୧୦: ଆଫଗାନିସ୍ତାନର ନଙ୍ଗାହାରରେ ଶୁକ୍ରବାର ହୋଇଥିବା ଦୁଇଟି ବିସ୍ଫୋରଣରେ ଅତିକମ୍‌ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ନଙ୍ଗାହାରରେ ଥିବା ଏକ ମସ୍‌ଜିଦରେ ଶୁକ୍ରବାରର ପ୍ରାର୍ଥନା ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ସୂଚନା…

ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଚେତାବନୀ

ପ୍ୟାରିସ,୧୮।୧୦: କଳା ତାଲିକା ଭୁକ୍ତ ହେବାକୁ ଯାଉଥିବା ପାକିସ୍ତାନକୁ ଆଶ୍ୱସ୍ତି ମିଳିଛି। ପ୍ୟାରିସ(ଫ୍ରାନ୍ସ)ର ଫାଇନାନସିଆଲ୍‌ ଆକ୍ସନ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌) ଏଥିପାଇଁ ପାକିସ୍ତାନକୁ ଚେତାବନୀ ଦେବା ସହ ସମୟ ଦେଇଛି। ୨୦୨୦ ଫେବୃୟାରୀ ପର୍ଯ୍ୟନ୍ତ ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବ ବୋଲି କହିଛି…

ବେଆଇନ ଅନୁପ୍ରବେଶ ନେଇ ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ବିଦା କଲା ମେକ୍ସିକୋ

ମେକ୍ସିକୋ,୧୮।୧୦: ବେଆଇନ ଭାବେ ଆମେରିକାରେ ପଶିବାକୁ ଯୋଜନା କରୁଥିବା ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇଦେଇଛି ମେକ୍ସିକୋ। ଭିସା ଏବଂ ସ୍ଥାୟୀ ରହଣୀ ପାଇଁ ଆବଶ୍ୟକ କାଗଜପତ୍ର ନଥାଇ ଦେଶର ବିଭିନ୍ନ ସ୍ଥାନରେ ସେମାନେ ବେଆଇନ ଭାବେ ରହୁଥିଲେ ବୋଲି ମେକ୍ସିକୋ…

ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀ ରାଜି

ଆଙ୍କାରା,୧୮-୧୦(ଏଏଫ୍‌ପି):ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଗୁରୁବାର ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀକୁ ରାଜି କରାଇଛନ୍ତି। ସେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତେୟିପ୍‌ ଏର୍ଡୋଗାନ୍‌ଙ୍କୁ ଭେଟି କୁର୍ଦ୍ଦିଶ ବଳ ଉପରେ ସାମରିକ ବଳ ରୋକିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ସାମରିକ ଅଭିଯାନକୁ ଆସନ୍ତା…

ମଦିନାରେ ବସ୍‌ ଦୁର୍ଘଟଣା:ଜଣେ ଭାରତୀୟଙ୍କ ସମେତ ୩୫ ମୃତ

ରିୟାଧ,୧୮-୧୦(ଏଏଫ୍‌ପି):ସୌଦି ଆରବର ମଦିନା ସହରରେ ସଡ଼କ ଦୁର୍ଘଟଣାରେ ୩୫ ବିଦେଶୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍‌କୁ ଅନ୍ୟ ଏକ ଭାରିଯାନ ଧକ୍କା ଦେଇଥିଲା। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?