ଅନ୍ତର୍ଜାତୀୟ

ବିନା ବିରତିରେ ୧୯ ଘଣ୍ଟା ଉଡି ରେକର୍ଡ କଲା ଯାତ୍ରୀବାହି ବିମାନ

ସିଡ୍‌ନୀ,୨୧।୧୦: ବିଶ୍ୱରେ ପ୍ରଥମ ଥର ଲାଗି ବିନା ବିରତିରେ ଏକ ଯାତ୍ରୀବାହି ବିମାନ ୧୯ ଘଣ୍ଟା ୧୬ ମିନିଟ୍‌ ଉଡି ରେକର୍ଡ ସୃଷ୍ଟି କରିଛି। ବିମାନଟି ଆମେରିକାର ନ୍ୟୁୟର୍କରୁ ଅଷ୍ଟ୍ରେଲିଆର ସିଡ୍‌ନୀ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ଯାତ୍ରୀବାହି ବିମାନ ଭାବେ ଏହା…

ବାଂଲାଦେଶରେ ଫ୍ୟାଶନ ପାଲଟିଛି ନାରଙ୍ଗି ରଙ୍ଗର ଦାଢି

ଢାକା,୨୧।୧୦: ବିଭିନ୍ନ ପ୍ରକାର ଷ୍ଟାଇଲକୁ ନେଇ ସାଧାରଣତଃ ଯୁବକ ମାନେ ଫ୍ୟାଶନ କରିଥିବାର ଦେଖିବାକୁ ମିଳେ। ହେଲେ ଏବେ ବାଂଲାଦେଶରେ ବୟସ୍କ ବ୍ୟକ୍ତିମାନେ ନାରଙ୍ଗି ରଙ୍ଗର ଦାଢି ରଖି ଫ୍ୟାଶନ କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ଟ୍ରେଣ୍ଡ ପାଲଟିଛି। ୫୦…

ପ୍ରଶିକ୍ଷଣ ସମୟରେ ୩ ଆମେରିକା ସେନା ମୃତ

ଓ୍ବାଶିଂଟନ,୨୧।୧୦: ଆମେରିକାର ଜର୍ଜିଆରେ ଚାଲିଥିବା ସେନା ପ୍ରଶିକ୍ଷଣ ସମୟରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ହେଲେ କେମିତି ଏହି ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ…

ପ୍ରଶାସନକୁ ବିରୋଧ କଲା ଗଣମାଧ୍ୟମ: ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳାରଙ୍ଗରେ ହେଲା ଛପା

ମେଲବୋର୍ନ,୨୧।୧୦: ଅଷ୍ଟ୍ରେଲିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦେଶର ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳା ରଙ୍ଗରେ ଛପା ହୋଇଛି। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ଚଢ଼ାଉ ଘଟଣାକୁ ବିରୋଧ କରି ସମସ୍ତ ଖବର କାଗଜ…

ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ସାଜିଛି ସିଫିଲିସ୍‌: ୧୦ ବର୍ଷରେ ବଢ଼ିଛି ୭୦ ପ୍ରତିଶତ

ଓ୍ବାଶିଂଟନ,୨୧।୧୦: ପୃଥିବୀରେ ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ରୋଗ ଭାବେ ଏବେ ସିଫିଲିସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୦ ବର୍ଷ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟାରେ ୭୦ ପ୍ରତିଶତ ବୃଦ୍ଧି ପାଇଥିବା ଗଣମାଧ୍ୟମ ସଂସ୍ଥା ରୟଟର୍ସ ଦ୍ୱାରା ପ୍ରକାଶିତ…

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଗୁଳିରେ ୪ ମୃତ ଓ…

ତୁର୍କୀ-ସିରିଆ ଅସ୍ତ୍ରବିରତିର ତୃତୀୟ ଦିନ: ସୀମାରେ ଗଲାଣି ୨୧ ଜୀବନ

ଡମାସ୍‌କସ୍‌,୨୧ା୧୦(ଆଇଏଏନ୍‌ଏସ୍‌): ସିରିଆର ଉତ୍ତରପୂର୍ବାଞ୍ଚଳରେ ତୁର୍କୀର ଆକ୍ରମଣକୁ ବନ୍ଦ କରିବା ଲାଗି ୩ ଦିନ ପୂର୍ବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ହୋଇଥିଲା। ଏହାପରଠାରୁ ସୀମାନ୍ତରେ ୨୦ ସାଧାରଣ ନାଗରିକ ଓ ଜଣେ ତୁର୍କୀ ସୈନ୍ୟ ନିହତ ହେଲେଣି। ଏଥିସହିତ ଅନ୍ୟ…

ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ଆଦାୟ ପାଇଁ ଅଡି ବସିଲା ପାକିସ୍ତାନ

ଇସଲାମାବାଦ,୨୦।୧୦: ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୧୪୦୦ଟଙ୍କା ସେବା ଶୁଳ୍କ ଆଦାୟ କରିବ ବୋଲି ଜଣାପଡିଛି। ଭକ୍ତଙ୍କ ହିତରେ ଭାରତ ଏହି ପ୍ରସ୍ତାବ ପ୍ରତି ଅନାଗ୍ରହ ପ୍ରକାଶ କରିଛି। ରବିବାର ଅନଲାଇନ ରେଜିଷ୍ଟ୍ରେଶନ ଆରମ୍ଭ…

ଚାଇନାର ସୋହାନ ଯୋଗ ଭାରତରେ ପ୍ରତିଷ୍ଠା କରିବାକୁ ଯାଉଛି ୩୦ ଟ୍ରେନିଂ ସେଣ୍ଟର

ନୂଆଦିଲ୍ଲୀ,୨୦।୧୦: ଚାଇନାର ସୋହାନ ଯୋଗ ଇନଷ୍ଟିଚ୍ୟୁଟ ଦେଶର ବିଭିନ୍ନ ରାଜ୍ୟରେ ୩୦ଟି ଟ୍ରେନିଂ ସେଣ୍ଟର ଖୋଲିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ଓ ଲଦାଖରେ ମଧ୍ୟ ସେ ତା’ର ସେଣ୍ଟର ଖୋଲିବ ବୋଲି କହିଛି। ଚାଇନାରେ ଥିବା ଏହି ଯୋଗ…

୧୨ ତାଲିବାନ୍‌ ଆତଙ୍କବାଦୀ ନିହତ: ୧୬ ସାଧାରଣ ଲୋକ ମୁକ୍ତ

କାବୁଲ,୨୦।୧୦: ଆଫଗାନିସ୍ତାନରେ ମିଳିତ ସୁରକ୍ଷାବଳଙ୍କୁ ଏନ୍‌ କାଉଣ୍ଟରରେ ୧୨ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୬ ଜଣ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକ୍ତ କରିଛନ୍ତି। ବାଘଲାନ୍‌ ପ୍ରଦେଶର ଉତ୍ତର ଅଞ୍ଚଳରେ ଜାରି ରହିଥିବା…

୩୬ ବର୍ଷ ବୟସରେ ୪୪ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଉପରେ ଲାଗିଲା ନିଷେଧାଜ୍ଞା

କେପ ଟାଉନ୍‌,୨୦।୧୦: ଆଫ୍ରିକାର ମୋଷ୍ଟ ଫର୍ଟାଇଲ ଓମେନ ଭାବେ ପରିଚିତ ମହିଳା ଏବେ ଆଉ ସନ୍ତାନ ଜନ୍ମ କରିପାରିବେ ନାହିଁ। ପୂର୍ବ ଆଫ୍ରିକାର ଉଗାଣ୍ଡାରେ ରହୁଥିବା ମରିୟମ ନାବଟେଞ୍ଜିଙ୍କ ବର୍ତ୍ତମାନ ବୟସ ୩୯ ବର୍ଷ। ହେଲେ ସେ ୩୬ ବର୍ଷ ବୟସରେ…

ରୁଷିଆରେ ଡ୍ୟାମ୍‌ ଭୁଶୁଡ଼ି ୧୫ ମୃତ

ମସ୍କୋ,୨୦ା୧୦(ଏଏଫ୍‌ପି): ରୁଷିଆର ସାଇବେରିଆ ସୁନାଖଣି ଅଞ୍ଚଳରେ ଶନିବାର ଏକ ଡ୍ୟାମ୍‌ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ସାଇବେରିଆର କ୍ରାସନୋୟାର୍ସ୍କଠାରେ ସେଇବା ନଦୀ ଡ୍ୟାମ୍‌ ଭୁଶୁଡ଼ି ଅନେକ କ୍ୟାବିନକୁ ଭସାଇନେଇଥିଲା। ଉକ୍ତ କ୍ୟାବିନଗୁଡ଼ିକରେ ଶ୍ରମିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?