ପିଲାଙ୍କୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ

ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ଉପରେ ପଡେ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି। ଆଜିକାଲି ଅଭିଭାବକମାନେ ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି। କିନ୍ତୁ ଇଣ୍ଡୋନେସିଆର ବାନ୍ଦୁଙ୍ଗ ଅଞ୍ଚଳରେ ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବା ପାଇଁ ଅଭିଭାବକମାନେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଏଠାରେ ଯେଉଁପିଲା ସ୍ମାର୍ଟଫୋନ ଧରୁଛନ୍ତି ତାଙ୍କୁ ଛୋଟ ଛୋଟ କୁକୁଡା ପାଳନ ପାଇଁ ଦିଆଯାଉଛି। କୁକୁଡାର ଯତ୍ନ ନେବାରେ ତାଙ୍କ ସମୟ ବିତିଯାଉଛି। ଫଳରେ ସ୍ମାର୍ଟଫୋନ ଧରିବାକୁ ଆଉ ସମୟ ହେଉନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବାନ୍ଦୁଙ୍ଗ ସହରର ୧୦ଟି ପ୍ରାଥମିକ ଏବଂ ଦୁଇଟି ଜୁନିୟର ହାଇସ୍କୁଲରେ ୨୦୦୦ ପିଲାଙ୍କୁ କୁକଡା ଛୁଆ ଯୋଗାଇଦିଆଯାଇଛି। ପିଲାମାନେ ମଧ୍ୟ ଏନେଇ ବହୁତ ଖୁସି ଅଛନ୍ତି। ସହରର ମେୟର ଓଡେମ ଏମ. କହିଛନ୍ତି, ଇଣ୍ଡୋନେସିଆରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକ ପ୍ରତିଦିନ ଫୋନରେ ଆଠ ଘଣ୍ଟା ବ୍ୟସ୍ତ ରୁହନ୍ତି। ଏଭଳି ନିଆରା ଉପାୟ ଦ୍ୱାରା ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖାଯାଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

୨୨.୧୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri