ଅନ୍ତର୍ଜାତୀୟ

ଲାହୋର ବିମାନବନ୍ଦରରେ ଗୁଳିଚାଳନା: ଦୁଇ ମୃତ

ଲାହୋର, ୩।୭: ପାକିସ୍ତାନର ଲାହୋର ବିମାନବନ୍ଦରରେ ଅଚାନକ ଗୁଳିଚାଳନା କରାଯାଇଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଗୁଳିଚାଳନା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍‌: ୪୪ ମୃତ

ତ୍ରିପୋଲି,୩।୭: ଲିବିୟାର ଏକ ପ୍ରବାସୀ କେନ୍ଦ୍ର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା…

ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌

ଓ୍ବାଶିଂଟନ୍‌, ୩।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍‌ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି। ଦାଉଦ ପାକିସ୍ତାନରେ ରହୁଥିବାର ସମସ୍ତ ପ୍ରମାଣ ରହିଛି। ସେ କରାଚିରେ ରହି ନିଜ ସଂଗଠନ…

ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍‌ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି ଅପହରଣ କରିନେଇଥିବା ପାକିସ୍ତାନ ହିନ୍ଦୁ ଓ୍ବେଲ୍‌ଫେୟାର୍‌ ସେବା ଟ୍ରଷ୍ଟ ସଭାପତି ସଞ୍ଜେଶ ଧାଞ୍ଜା କହିଛନ୍ତି।…

ସୀମା ଲଂଘିଲା ଇରାନ

ତେହେରାନ୍‌,୩ା୭: ୟୁରାନିୟମ୍‌ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍‌ ଉତ୍ପାଦନ କରିଛି ପଶ୍ଚିମ ଏସିଆର ଏହି ଇସ୍‌ଲାମିକ୍‌ ରାଷ୍ଟ୍ର। ୩.୬୭%ରୁ ଊର୍ଦ୍ଧ୍ୱ ୟୁରାନିୟମ୍‌ ଗଚ୍ଛିତ…

ଆଫଗାନୀସ୍ତାନରୁ ଆମେରିକା ସୈନ୍ୟ ହଟିବେ;ଗୋଇନ୍ଦା ବିଭାଗ ପୂର୍ବ ଭଳି ଜାରି ରଖିବ କାର୍ଯ୍ୟ: ଟ୍ରମ୍ପ୍‌

ଓ୍ବାଶିଂଟନ,୨।୭: ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ପ୍ରୟାସ ଜାରି ରହିଛି। ଏହା ଅନ୍ତର୍ଗତ ଆମେରିକା ଆଫଗାନୀସ୍ତାନରୁ ସୈନ୍ୟ ହଟାଇବା ପାଇଁ ଯୋଜନା କରିଛି। ତେବେ ଆମେରିକା ଗୋଇନ୍ଦା ବିଭାଗ ପୂର୍ବଭଳି ଆଫଗାନୀସ୍ତାନରେ କାର୍ଯ୍ୟ ଜାରି ରଖିବ ବୋଲି ରାଷ୍ଟ୍ରପ୍ରତି ଡୋନାଲ୍ଡ…

ପାକିସ୍ତାନରେ ଭାଇରାଲ ହେଉଛି ସିଦ୍ଧୁଙ୍କ ନକଲି ଫଟୋ

ଇସ୍‌ଲାମାବାଦ,୨।୭: କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କର ଏକ ନକଲି ଫଟୋ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି। ସବୁବେଳେ ଚର୍ଚ୍ଚାରେ ଥିବା ସିଦ୍ଧୁ ଏବେ ଏକ ଭିନ୍ନ ପଗଡି…

ଜେଲ୍‌ରୁ ମୁକୁଳିବା ପାଇଁ ୨ ମିତ୍ର ରାଷ୍ଟ୍ରର ସହଯୋଗ ଲୋଡୁଛନ୍ତି ଶରିଫ: ଇମ୍ରାନ

ଇସ୍‌ଲାମାବାଦ୍‌,୨।୭: ଜେଲ୍‌ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମୁକୁଳିବା ପାଇଁ ୨ମିତ୍ର ରାଷ୍ଟ୍ରର ସହଯୋଗ ଲୋଡିଥିବା ନେଇ କହିଛନ୍ତି ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଗଣମାଧ୍ୟମ ସହ କଥା ହେବା ସମୟରେ ଇମ୍ରାନ ୨ ଦେଶର…

ଦକ୍ଷିଣ ନାଇଜେରିଆରେ ୪ ପୋଲିସକର୍ମୀଙ୍କୁ ହତ୍ୟା

ଅବୁଜା,୨।୭: ଦକ୍ଷିଣ ନାଇଜେରିଆର ବୟେଲସାରେ ଥିବା ଏକ ପୋଲିସ ଷ୍ଟେଶନ ଭିତରେ ପଶି ଜଣେ ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିବାରୁ ପ୍ରାୟ ୪ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟ ପୋଲିସ ପ୍ରବକ୍ତା ଅସିନିମ ବୁଟ୍‌ସଓ୍ବାଟ୍‌ କହିଛନ୍ତି,…

ନିଆଁ ସହ ଖେଳୁଛି ଇରାନ୍‌: ଟ୍ରମ୍ପ୍‌ଙ୍କ ଚେତାବନୀ

ଓ୍ବାଶିଂଟନ,୨।୭: ଇରାନ୍‌ ପରମାଣୁ ଚୁକ୍ତିର ଉଲ୍ଲଂଘନ କରି ନିଆଁ ସହିତ ଖେଳୁଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଇରାନ୍‌ ସୀମାରେ ୟୁରାନିୟମ ପ୍ରବେଶ କରାଇବା ପାଇଁ ଯୋଜନା ଜାରି ରହିଥିବାରୁ ଏପରି ନ କରିବାକୁ ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି।…

ଭାରତୀୟ ଶିଖ୍‌ଙ୍କ ପାଇଁ ଖୋଲିଲା ପାକିସ୍ତାନ ଗୁରୁଦ୍ୱାର

ଲାହୋର,୨ା୭(ପି.ଟି.): ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସିଆଲକୋଟରେ ୫୦୦ବର୍ଷର ଏକ ପୁରାତନ ବବେ-ଦେ-ବର ଗୁରୁଦ୍ୱାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଭାରତୀୟମାନଙ୍କୁ ଏହି ଗୁରୁଦ୍ୱାରକୁ ପ୍ରବେଶ ଲାଗି ଅନୁମତି ମିଳୁ ନ ଥିଲା। ଏଠାରୁ ପାଖାପାଖି ୧୪୦କିଲୋମିଟର…

ପାକିସ୍ତାନ ଜେଲ୍‌ରେ ୨୬୧ ଭାରତୀୟ ବନ୍ଦୀ

ଇସ୍‌ଲାମାବାଦ୍‌,୨ା୭(ପି.ଟି.): ପାକିସ୍ତାନ ଜେଲ୍‌ରେ ଏବେ ୨୬୧ ଭାରତୀୟ ବନ୍ଦୀ ଅଛନ୍ତି। ସୋମବାର ପାକିସ୍ତାନ ପକ୍ଷରୁ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତାଲିକା ହସ୍ତାନ୍ତର କରାଯାଇଛି। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି, ୨୦୦୮ ମେ ୨୧ ରାଜିନାମା ଅନୁଯାୟୀ ଏଭଳି ତଥ୍ୟ ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri