ଯକ୍ଷ୍ମା ଲାଗି ନୂଆ ଟିକା
ସିଡ୍ନୀ: ସେଣ୍ଟ୍ନାରୀ ଇନ୍ଷ୍ଟିଚ୍ୟୁଟ ଏବଂ ସିଡ୍ନୀ ୟୁନିଭର୍ସିଟି (ଅଷ୍ଟ୍ରେଲିଆ)ର ଗବେଷକମାନେ ଯକ୍ଷ୍ମାର ସଫଳ ଉପଚାର ଲାଗି ଏକ ପ୍ରକାର ଟିକା ଉଦ୍ଭାବନ କରିଛନ୍ତି। ଏ ସମ୍ପର୍କିତ ତଥ୍ୟ ଦି ଜର୍ନାଲ ଅଫ୍ ମେଡିସିନାଲ କେମେଷ୍ଟ୍ରିରେ ପ୍ରକାଶ ପାଇଛି। ବିଶ୍ୱରେ ଏବେ ବର୍ଷକୁ…
ଚନ୍ଦ୍ରରେ ମଣିଷଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ ସୁପର୍ କମ୍ପ୍ୟୁଟର
ସନଫ୍ରାନ୍ସିସ୍କୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଓ ହ୍ୟୁଲେଟ ପାକାର୍ଡ ଏଣ୍ଟରପ୍ରାଇଜ୍(ଏଚ୍ପିଇ) ସହଭାଗିତାରେ ନିର୍ମାଣ କରାଯାଇଥିବା ଏକ ନୂଆ ସୁପର୍ କମ୍ପ୍ୟୁଟର ନାସାର ଅନ୍ତରୀକ୍ଷ ଅଭିଯାନରେ ସାହାଯ୍ୟ କରିବ । ୨୦୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ମଣିଷ ଅବତରଣ କରାଇବା…
ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ
ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜିବି ରହସ୍ୟ ହୋଇ ରହିଯାଇଛି। ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି। ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ। ଏମାନଙ୍କ ମୁଣ୍ଡର ଚୁଟି ଗଛରେ ବନ୍ଧା…
ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେଲେ ମୋଦି
ଆବୁଧାବି,୨୪।୮: କ୍ରାଉନ୍ ପ୍ରିନ୍ସ ଶେଖ୍ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାୟଦ’ରେ ସମ୍ମାନୀତ କରିଛନ୍ତି। ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି…
ଅନୁଚ୍ଛେଦ ୩୭୦ ଥିଲା ଆତଙ୍କବାଦର ମୁଖ୍ୟ କାରଣ: ୟୁଏଇରେ କହିଲେ ମୋଦି
ଆବୁଧାବି, ୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ ସମୟରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବ ଅନୁଚ୍ଛେଦ ୩୭୦ ଉପରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତ୍କାରରେ ମୋଦି କହିଛନ୍ତି, ଏହି ଅନୁଚ୍ଛେଦ ଯୋଗୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ଏହା ଆତଙ୍କବାଦର…
ପାକ୍ ରେଳମନ୍ତ୍ରୀଙ୍କୁ ଲଣ୍ଡନରେ ଅଣ୍ଡାମାଡ଼
ଇସ୍ଲାମାବାଦ,୨୪।୮(ଆଇଏଏନ୍ଏସ୍): ପାକିସ୍ତାନ ରେଳମନ୍ତ୍ରୀ ତଥା ଆଓ୍ବାମୀ ମୁସ୍ଲିମ୍ ଲିଗ୍ (ଏଏମ୍ଏଲ୍) ଅଧ୍ୟକ୍ଷ ଶେଖ୍ ରଶିଦ୍ ଅହମ୍ମଦଙ୍କୁ ମଙ୍ଗଳବାର ଲଣ୍ଡନରେ ଅଣ୍ଡାମାଡ଼ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଦୁଇଜଣ ନେତା ତାଙ୍କୁ ଅଣ୍ଡାମାଡ଼ କରିବା ସହ ମୁଥ ମାରିଥିଲେ। ପିପିପି ନେତା…
ଜଳୁଛି ଆମାଜନ ଜଙ୍ଗଲ
ହୁମାଇଟା,୨୪।୮: ବିଶ୍ୱର ଫୁସ୍ଫୁସ୍ କୁହାଯାଉଥିବା ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ହୁ ହୁ ହୋଇ ଜଳୁଛି। ପୃଥିବୀକୁ ୨୦ ପ୍ରତିଶତ ଅମ୍ଳଜାନ ଯୋଗାଉଥିବା ଏହି ଚିରହରିତ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଛି। ଏହା ଉପରେ ଜରୁରୀ ଆଲୋଚନା…
ପ୍ରିୟଙ୍କା ବ୍ୟକ୍ତିଗତ ମତ ଦେଇପାରିବେ: ଜାତିସଂଘ
ଜତିସଂଘ: ୟୁନିସେଫ୍ ଗୁଡଓ୍ବିଲ୍ ଆମ୍ବାସାଡର (ସଦିଚ୍ଛାମୂଳକ ରାଷ୍ଟ୍ରଦୂତ)ଭାବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ବ୍ୟକ୍ତିଗତ ମତ ଦେବା ଅଧିକାର ରହିଛି ବୋଲି ଜାତିସଂଘ ମୁଖପାତ୍ର ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଭାରତୀୟ ବାୟୁସେନାକୁ ଉତ୍ସାହିତ କରିବାଭଳି ଏକ ଟୁଇଟ୍ କରିବା ପରେ ପାକିସ୍ତାନ ପକ୍ଷରୁ…
ମୋଦିଙ୍କ ଭାଷଣ ଶୁଣିବାକୁ ନାମ ପଞ୍ଜୀକରଣ କଲେ ୫୦ ହଜାର ଲୋକ
ହଷ୍ଟନ,୨୩।୮: ଆସନ୍ତା ମାସରେ ଆମେରିକାର ହଷ୍ଟନଠାରେ ଥିବା ଏନ୍ଜିଆର୍ ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଉଦ୍ବୋଧନ ଶୁଣିବା ଲାଗି ଗତ ୩ ସପ୍ତାହ ମଧ୍ୟରେ ପାଖାପାଖି ୫୦ ହଜାର ବ୍ୟକ୍ତି ସେମାନଙ୍କ ନାଁ…
ବ୍ଲାକ୍ଲିଷ୍ଟରେ ପାକିସ୍ତାନ
ଇସଲାମାବାଦ,୨୩।୮: ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ପାକିସ୍ତାନ ଓ ତା’ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍ସିଆଲ୍ ଆକ୍ସନ୍ ଟାକ୍ସ ଫୋର୍ସ(ଏଫ୍ଏଟିଏଫ୍)ଶେଷରେ ପାକିସ୍ତାନକୁ ବ୍ଲାକ୍ଲିଷ୍ଟରେ ପକାଇ ଦେଇଛି। ଭାରତ କିଛି ବର୍ଷ ପୂର୍ବରୁ…
ଫ୍ରାନ୍ସରେ ମୋଦିଙ୍କୁ ଜୋରଦାର ସ୍ବାଗତ କଲେ ମୁସଲମାନ: ଚିଡିଲା ପାକିସ୍ତାନ
ପ୍ୟାରିସ୍,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ଗୁଜରାଟର ବୋହରା ମୁସଲମାନମାନେ ତ୍ରିରଙ୍ଗା ଧରି ଜୋରଦାର ସ୍ବାଗତ କରିଥିଲେ। ଏହାସହ ଭାରତ ମାତା କୀ ଜୟ ନାରା ଦେଇଥିଲେ। ତେବେ ମୋଦିଙ୍କୁ ମୁସଲମାନମାନେ ସ୍ବାଗତ କରିବା ପାକିସ୍ତାନକୁ…
ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ
ଓ୍ବାଶିଂଟନ୍, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି। ଭାରତ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ…
Archives


