ଚନ୍ଦ୍ର ମୁହାଁ ଚାଙ୍ଗ୍ ଇ-୫
ବେଜିଂ,୨୪।୧୧: ଚାଇନାର ମହାକାଶ ଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହେନାନ୍ ପ୍ରଦେଶର ଓ୍ବେନ୍ଚାଙ୍ଗ୍ ମହାକାଶ କେନ୍ଦ୍ରରୁ ଚାଙ୍ଗ୍ ଇ-୫ ଯାନ ମାର୍ଚ୍ଚ-୫ ରକେଟ ଦ୍ୱାରା ମଙ୍ଗଳବାର ଭୋର୍ ୪ଟା ୩୦ରେ ଉତ୍କ୍ଷେପଣ କରାଯାଇଛି। ଏହା ଚନ୍ଦ୍ରରୁ ମାଟି...
ମାନିଲା ଗ୍ଲୋବାଲ ଟାଇମ୍ସ୍: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା
ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍ ଟାଇମ୍ସ୍ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ ସ୍ଥାପନ କରିଛି। ବିବାଦୀୟ ଜମିରେ ଚାଇନାର ପାଙ୍ଗଡ଼ା ଗାଁ ରହିଛି। ଗାଁର ଫଟୋ...
ମାଡ଼ି ଆସୁଛି ବିପଦ: ହିମ ପାହାଡ଼ ତରଳିଲେ ଅଜଣା ଅଣୁଜୀବ ମାନବ ସଭ୍ୟତା ପାଇଁ ସୃଷ୍ଟି କରିବ ସଙ୍କଟ
ଓ୍ବାଶିଂଟନ,୨୪।୧୧: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ ପାହାଡ଼ ତରଳିଲେ ମାନବ ସଭ୍ୟତା ପ୍ରତି ବିପଦ ମାଡ଼ି ଆସିବ ବୋଲି ବୈଜ୍ଞାନିକ...
ଜୀବସତ୍ତା ପାଇଁ ମଙ୍ଗଳ ସମର୍ଥ ଥିଲା
ନ୍ୟୁୟର୍କ, ୨୪।୧୧(ପି.ଟି.): ମଙ୍ଗଳ ଗ୍ରହରେ ପାଖାପାଖି ୪୦୦ କୋଟି ବର୍ଷ ପୂର୍ବେ ବଡ଼ ଧରଣର ବନ୍ୟା ଆସିଥିଲା। ଏହି ବନ୍ୟା ଗାଲେ କ୍ରାଟର (ଶୁଷ୍କ ହ୍ରଦ)ରେ ମାଡ଼ିଯାଇଥିଲା ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିବା ପରେ ଲାଲ୍ ଗ୍ରହରେ ଜୀବସତ୍ତା ତିଷ୍ଠି...
ଦୁର୍ବଳ ରାଷ୍ଟ୍ରପତି ଯୁଦ୍ଧ କରିପାରନ୍ତି
ବେଜିଂ, ୨୪ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ବାଜିମାରିବା ପରେ ଚାଇନା ଅଧିକ ଚିନ୍ତିତ ହୋଇପଡ଼ିଛି। ବାଇଡେନ୍ ବିଜୟୀ ହେବା ପରେ ବେଜିଂ ସହ ଆମେରିକାର ସମ୍ପର୍କ ସୁଧୁରିବ ଭାବିବା ଠିକ୍ ନୁହେଁ ବୋଲି ଚାଇନାର ବୈଦେଶିକ ନୀତି...
ଆଣ୍ଟୋନି ବ୍ଲିକେନ୍ ହେବେ ଆମେରିକା ପରରାଷ୍ଟ୍ର ସଚିବ
ଓ୍ବାଶିଂଟନ, ୨୪।୧୧: ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନରେ ତାଙ୍କର ବିଦେଶ ନୀତି ଉପଦେଷ୍ଟା ଆଣ୍ଟୋନି ବ୍ଲିକେନ ପରରାଷ୍ଟ୍ର ସଚିବ ହେବାକୁ ଯାଉଛନ୍ତି। ମଙ୍ଗଳବାର ବାଇଡେନ୍ ତାଙ୍କର ପ୍ରଥମ ପର୍ଯ୍ୟାୟ କ୍ୟାବିନେଟ୍ ଘୋଷଣା କରିବେ। ବାରାକ୍ ଓବାମାଙ୍କ ଦ୍ୱିତୀୟ ପାଳି...
ମୂଲ୍ୟବାନ ଉଲ୍କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା
ଜାକର୍ତ୍ତା,୨୩।୧୧: ଉଲ୍କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍କା ପିଣ୍ଡ ପାଇ ସେ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି ବରଂ ତାଙ୍କ ସଙ୍ଗେ ଧୋକା ହୋଇଛି ବୋଲି ଉକ୍ତ...
ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ
ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ ସପ୍ତାହ ବ୍ୟାପି ଏହା ଆକାଶରେ ଦୃଶ୍ୟମାନ ହେବ। ମହାକାଶ ବିଜ୍ଞାନୀମାନେ ସେପ୍ଟେମ୍ବର ୧୭ରେ...
ବାଇଡେନ୍ଙ୍କୁ ନେଇ ଟିପ୍ପଣି ଦେଲା ଚାଇନା
ବେଜିଂ,୨୩ ।୧୧: ବାଇଡେନ୍ ଜଣେ ଦୁର୍ବଳ ରାଷ୍ଟ୍ରପତି । ତେଣୁ ଭବିଷ୍ୟତରେ ଆମେରିକା-ଚାଇନା ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ ବୋଲି କହିଛି ଚାଇନା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚାଇନାର ଜଣେ ପରାମର୍ଶଦାତା କହିଛନ୍ତି...
ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ
ଜୋହନିସ୍ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଜନ୍ମଦିନର ଠିକ୍ ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିବା...
ପ୍ରତୀକ୍ଷାର ଅନ୍ତ: ଡିସେମ୍ବରରୁ ଆମେରିକାରେ ଦିଆଯିବ କରୋନା ଟିକା
ଓ୍ବାଶିଂଟନ,୨୩।୧୧: କରୋନା ମହାମାରୀ ସଂକ୍ରମଣରୁ ମୁକ୍ତି ପାଇବା ପ୍ରତୀକ୍ଷାର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି। ଡିସେମ୍ବର ୧୧ କିମ୍ବା ୧୨ରୁ ଆମେରିକାରେ କରୋନା ପ୍ରତିଷେଧକ ଟିକା ଦିଆଯିବା ଆରମ୍ଭ ହେବ। ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି।...
ବାଇଡେନ୍ଙ୍କୁ ସ୍ବୀକୃତି ଦେବାକୁ ପ୍ରସ୍ତୁତ ନୁହଁ’
ମସ୍କୋ, ୨୩।୧୧: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ଙ୍କୁ ସ୍ବୀକୃତି ଦେବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ତେବେ ଆମେରିକୀୟମାନଙ୍କର ଆସ୍ଥା ଥିବା ଯେକୌଣସି ବ୍ୟକ୍ତିଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ...
Archives


