ଅନ୍ତର୍ଜାତୀୟ

ପରମାଣୁ ପ୍ଲାଣ୍ଟ କବ୍‌ଜା କଲା ରୁଷିଆ

କ୍ୱିଭ୍‌,୪।୩: ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ଜାପୋରିଜିଆ ପରମାଣୁ ପାଓ୍ବାର ପ୍ଲାଣ୍ଟକୁ କବ୍ଜା କରି ନେଇଛି। ଏହାପୂର୍ବରୁ ରୁଷିଆ ସେନା ଏହାକୁ ବୋମାମାଡ଼ କରିଥିଲା, ଏହା ପରେ ପ୍ଲାଣ୍ଟ ପରିସରରେ ଧୂଆଁ ବାହାରୁଥିଲା। ଆମେରିକା, ବ୍ରିଟେନ ଇତ୍ୟାଦି ଏହା ଉପରେ ଉଦବେଗ...

ମହାକାଶ ରକେଟରେ ତ୍ରିରଙ୍ଗାକୁ ରଖି ଆମେରିକା, ଜାପାନ ପତାକା ହଟାଇଲା ରୁଷିଆ

ନୂଆଦିଲ୍ଲୀ,୪।୩: ରୁଷିଆ ସରକାରଙ୍କ ମହାକାଶ ଏଜେନ୍ସି ଆମେରିକା, ଜାପାନ ସମେତ ଅନ୍ୟ କିଛି ଦେଶର ପତାକା ହଟାଇ ଦେଇଛି। କିନ୍ତୁ ସ୍ପେସ୍‌ପୋର୍ଟ ବାଇକୋନୁରରେ ଥିବା ବିରାଟ ରକେଟରେ ଭାରତୀୟ ପତାକା ଚିତ୍ରକୁ ସ୍ଥାନ ଦିଆଯାଇଛି। ରସ୍କୋମସ ଏହି ପଦକ୍ଷେପ ଦର୍ଶାଉଛି...

ରୋମାନିଆ ମେୟର-ବିମାନ ଚଳାଚଳ ମନ୍ତ୍ରୀ ମୁହାଁମୁହିଁ

ରୋମାନିଆ,୪ା୩: ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେଶନ ଗଙ୍ଗା’କୁ ଜୋର୍‌ଦାର କରାଯାଇଛି। ଏହି ପ୍ରକ୍ରିୟାରେ ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚିଥିବା...

ୟୁକ୍ରେନର ସ୍କୁଲ, ବଡ ବଡ ଘର ଉପରେ ରୁଷିଆର ଆକ୍ରମଣ: ଚେର୍ନିହିବରେ ୩୩ ଜଣଙ୍କ ମୃତ୍ୟୁ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ଏବେ ୟୁକ୍ରେନର ଯୁଆଡେ ଚାହିଁଲେ ସିଆଡେ ଖାଲି ଧ୍ୱଂସ ଆଉ ଧ୍ୱଂସ । ରୁଷିଆର ଭୟଙ୍କର ଆକ୍ରମଣରେ ଏକ ପ୍ରକାର ଧ୍ୱଂସର ଦ୍ୱାର ଦେଶରେ ଠିଆ ହୋଇଛି...

ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ ଘଟଣାକୁ ନେଇ ଜେଲେନସ୍କିଙ୍କ ସହ କଥା ହେଲେ ବାଇଡେନ

ୱାଶିଂଟନ,୪ ।୩: ୟୁକ୍ରେନର ଏନରହୋଦର ସହରରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଜାପୋରଝିଆରେ ରୁଷିଆ ପକ୍ଷରୁ ବିସ୍ଫୋରଣ କରାଯିବା ପରେ ଶୁକ୍ରବାର ଏଥିରେ ଅଚାନକ ନିଆଁ ଲାଗିଯାଇଛି । ଯଦି ଏଥିରେ ବିସ୍ଫୋରଣ ହୁଏ ତେବେ...

କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଗୁଳି ଫୁଟିିବାରୁ ଜଣେ...

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ ଘଟଣାକୁ ନେଇ ଚେତାବନୀ ଦେଲା ଆଇଏଇଏ

ଭିଏନା,୪ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଥିବା ବେଳେ ବେଳକୁ ବେଳ ଏହା ଭୟଙ୍କର ରୂପ ଧାରଣ କରୁଛି । ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହର ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା...

ପରମାଣୁ ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆର ଆକ୍ରମଣ

କ୍ୱିଭ୍‌,୪।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ନବମ ଦିନ। ରୁଷିଆ ପକ୍ଷରୁ ଆକ୍ରମଣ ଜାରି ରଖିବାବେଳେ ଶୁକ୍ରବାର ୟୁକ୍ରେନର ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଶ୍ଚିତ କରିଛନ୍ତି। ସ୍ଥାନୀୟ ସମୟ...

ପୁଟିନ୍‌ଙ୍କ ବଡ଼ ଖୁଲାସା

ମସ୍କୋ,୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ୟୁକ୍ରେନ୍‌ ବିଦେଶୀ ନାଗରିକଙ୍କୁ ବନ୍ଧକ ରଖିଛି। ବିଦେଶୀଙ୍କୁ ବନ୍ଧକ ରଖି ୟୁକ୍ରେନ୍‌...

ଆଲୋଚନା ସାଙ୍ଗକୁ ଆକ୍ରମଣ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୪ା୩:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ସାକାର ହୋଇ ନ ଥିବାରୁ ସେ ଏବେ ରଣନୀତି ବଦଳାଇଛନ୍ତି। ପୁଟିନ୍‌ଙ୍କ ଶକ୍ତିଶାଳୀ ସୈନ୍ୟ ପଡ଼ୋଶୀ ଦେଶ ଉପରେ ତୁହାକୁ ତୁହା ବୋମା ବର୍ଷଣ କରୁଥିବାବେଳେ କେବଳ ଆକ୍ରମଣରୁ ସୁଫଳ...

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ, କ୍ୱିଭ-ମସ୍କୋ ମଧ୍ୟରେ ଶୀଘ୍ର ତୃତୀୟ ବୈଠକ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ବିବାଦ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି । ରୁଷିଆର ଆକ୍ରମଣ ଫଳରେ ଶୁକ୍ରବାର ସକାଳେ ୟୁକ୍ରେନରେ ଥିବା ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଜପୋରିଝିଆରେ ନିଆଁ ଲାଗିଥିବା ସୂଚନା ମିଳିଛି ।...

ରିପବ୍ଲିକାନ୍‌ ପ୍ରାଇମେରି ପ୍ରତିଯୋଗିତାରୁ ଓହରିଲେ ଭାନ୍‌ ଟେଲର

ଓ୍ବାଶିଂଟନ,୪।୩:ଦୁଇଥର ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ସଦସ୍ୟ ଥିବା ଭାନ୍‌ ଟେଲର ବୁଧବାର ରିପବ୍ଲିକାନ୍‌ ପ୍ରାଇମେରି ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। ଫଳରେ ହାଉସକୁ ପୁନଃ ନିର୍ବାଚିତ ହେବା ଲାଗି ତାଙ୍କ ଉଦ୍ୟମ ଶେଷ ହୋଇଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ସଂଗଠନର ଜଣେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri