Home

ଦକ୍ଷିଣ କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ, ୫ ସନ୍ଦିଗ୍ଧ ଗିରଫ…

ଶ୍ରୀନଗର,୧୧।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ମିଳିବା ପରେ ଏନ୍‌ଆଇଏ, ଟିମ୍‌, ର ଏବଂ ଆଇବି ଟିମ୍‌ ପକ୍ଷରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଚଢ଼ାଉ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହିତ ସମ୍ପର୍କରେ ଥିବା ଅଭିଯୋଗ ଆଧାରରେ ୫ ଜଣ ସନ୍ଦିଗ୍ଧଙ୍କୁ…

ବିବାହ ପୂର୍ବରୁ ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ..

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼…

ଆଜି କରୋନା ନେଲା ସର୍ବାଧିକ ମୁଣ୍ଡ: ଆଖି ବୁଜିଲେ ୬୫ ଆକ୍ରାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଜି ସର୍ବାଧିକ ୬୫ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୧୪ ଆକ୍ରାନ୍ତ ଥିବା ବେଳେ ପୁରୀ-କେନ୍ଦୁଝର-ବରଗଡ଼ରୁ ୬ ଲେଖାଏ ରହିଛନ୍ତି। ସେହିଭଳି ଅନୁଗୋଳ-ମୟୂରଭଞ୍ଜରୁ ୫ ଲେଖାଏ, ନୟାଗଡ଼ରୁ ୪, ସୁନ୍ଦରଗଡ଼-କେନ୍ଦ୍ରାପଡ଼ା-ଗଞ୍ଜାମରୁ ୩ ଲେଖାଏ,…

ଆଜି ସିରିଶାଙ୍କ ମହାକାଶ ଯାତ୍ରା

ଭାରତୀୟ ବଂଶୋଦ୍ଭବ ସିରିଶା ବାନ୍ଦଲା ରବିବାର ଆମେରିକୀୟ ବିଲିୟନେୟାର ତଥା ଭର୍ଜିନ ଗାଲାକ୍ଟିକ୍‌ ମାଲିକ ରିଚାର୍ଡ ବ୍ରାନସନ୍‌ଙ୍କ ସହ ନ୍ୟୁ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଜନ୍ମିତ ୩୪ ବର୍ଷୀୟ ଏରୋନଟିକାଲ ଇଞ୍ଜିନିୟର ସିରିଶା ଟେକ୍‌ାସ୍‌ ହ୍ୟୁଷ୍ଟନରେ…

ଆୟୁର୍ବେଦିକ ଚିକିତ୍ସକ ପି. କେ. ଓ୍ବାରିଅରଙ୍କ ପରଲୋକ

କୋଝିକୋଡ୍‌, ୧୧ା୭: ଆୟୁର୍ବେଦକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ଏବଂ ବୈଜ୍ଞାନିକ ଆଧାରରେ ଶାସ୍ତ୍ରୀୟ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ବଢ଼ାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୋଟ୍ଟାକ୍କଲ ଆର୍ଯ୍ୟ ବିଦ୍ୟାଶାଳା (ଏଭିଏସ୍‌)ର ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡା. ପି. କେ.…

ଏରିକ୍‌ ଭାରତରେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଲସ୍‌ ଏଞ୍ଜେଲ୍ସ ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବେଳେ ଏହି ପଦରେ ଥିବା କେନେଥ୍‌ ଜଷ୍ଟରଙ୍କ ସ୍ଥାନରେ ୫୦ ବର୍ଷୀୟ ଏରିକ୍‌…

ବିଚାରପତି ସମ୍ରାଟ ନୁହନ୍ତି

ନୂଆଦିଲ୍ଲୀ, ୧୧।୭(ଆଇଏଏନ୍‌ଏସ୍‌): ସରକାରୀ ଅଧିକାରୀମାନଙ୍କୁ ଅଯଥା ବାରମ୍ବାର ଅଦାଲତକୁ ଡକାଯାଉଥିବାରୁ ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାରପତିମାନେ ସେମାନଙ୍କ କ୍ଷମତାର ସୀମା ଜାଣିବା ଆବଶ୍ୟକ। ସେମାନେ ସମ୍ରାଟଙ୍କ ଭଳି ବ୍ୟବହାର ନ କରି ବିନୟ ଏବଂ ନମ୍ର ଆଚରଣ କରିବା…

ରାଜ୍ୟରେ ଆଜି ୨୨୮୨ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୯୬୭ ଲୋକାଲ କେସ୍‌ ରହିଛି। ଜିଲାରେ ସଂକ୍ରମଣକୁ ଦେଖିଲେ ଅନୁଗୋଳରୁ ୬୧, ବାଲେଶ୍ୱରରୁ ୧୪୬, ବରଗଡ଼ରୁ…

ଭାଜପା ନିୟନ୍ତ୍ରଣରେ ୬୩୦ ଆସନ

ଲକ୍ଷ୍ନୌ, ୧୧।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିବା ପରେ ଶନିବାର ଅନୁଷ୍ଠିତ ବ୍ଲକ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗୈରିକ ଦଳ ବାଜିମାତ୍‌ କରିଛି। ରାଜ୍ୟର ମୋଟ ୮୨୫ ବ୍ଲକ୍‌…

ତାଲିବାନ୍‌ ବିରୋଧରେ ଅସ୍ତ୍ର ଧରିଲେ ମହିଳା

କାବୁଲ, ୧୧।୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ସେମାନେ ଦେଶର ୮୫ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଲେଣି ବୋଲି ଦାବି କରିଛନ୍ତି। ଉତ୍ତର ଓ କେନ୍ଦ୍ରୀୟ ଆଫଗାନିସ୍ତାନରେ ତାଲିବାନର ମୁକାବିଲା…

୨ ପିଲା: ଅଧିକ ସୁବିଧା

ଲକ୍ଷ୍ନୌ, ୧୧।୭: ବିଶ୍ୱ ଜନସଂଖ୍ୟା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି) ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଚିଠା ବିଲ୍‌ ଆଣିଛି। ଉକ୍ତ ଚିଠା ବିଧେୟକର ବ୍ୟବସ୍ଥା ଅନୁଯାୟୀ ଯେଉଁମାନେ ଦୁଇ ସନ୍ତାନ ନୀତିକୁ ଉଲ୍ଲଂଘନ କରିବେ ସେମାନଙ୍କୁ…

ଶେଷ ଦେବଦାସୀ ପରଶମଣିଙ୍କ ପରଲୋକ

ପୁରୀ ଅଫିସ,୧୧।୭: ପୁରୀ ଶ୍ରୀମନ୍ଦିରର ଶେଷ ଦେବଦାସୀ ପରଶମଣିଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ରାତିରେ ଶୋଇଥିବା ବେଳେ ପୁରୀସ୍ଥିତ ଗଛକାଳି ନିଜ ବାସଭବନରେ ସେ ଦେହତ୍ୟାଗ କରିଛନ୍ତି। ଶନିବାର ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?