ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୧ ଜୀବନ
ଭୁବନେଶ୍ୱର,୯/୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୧ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ…
ରାଜ୍ୟରେ ୨,୮୦୬ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୨,୮୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଲି କମ୍ ଥିବାବେଳେ ଆଜି ପୁଣି ହଠାତ୍ ବଢିଯାଇଛି। ନୂଆ ଆକ୍ରାନ୍ତଙ୍କ…
୫୫ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ
ଲଣ୍ଡନ,୯।୭: ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ୨-୧ ଗୋଲରେ ଡେନ୍ମାର୍କକୁ ହରାଇ ଫାଇନାଲରେ ପ୍ରବେଶ…
ପୋଲିଟ୍ ଜିତିଲେ ଦ୍ୱାଦଶ ଷ୍ଟେଜ୍
ପ୍ୟାରିସ,୯ା୭ : ଜର୍ମାନୀର ବୋରା ହାନ୍ସଗ୍ରୋ ଟିମ୍ର ନିଲ୍ସ ପୋଲିଟ୍ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍ର ଦ୍ୱାଦଶ ଷ୍ଟେଜ୍ ଜିତିଛନ୍ତି। ୧୫୯.୪ କିଲୋମିଟର ବିଶିଷ୍ଟ ରେସ୍କୁ ସେ ୩ ଘଣ୍ଟା ୨୨ ମିନିଟ୍ ୧୨ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କ…
ଗୁଗଲ୍ ନାଁରେ ୩୬ ରାଜ୍ୟରେ ମାମଲା
ଓ୍ବାଶିଂଟନ, ୯।୭:ଆଣ୍ଟିଟ୍ରଷ୍ଟ ଆଇନ ଉଲ୍ଲଂଘନ ଅଭିଯୋଗରେ ଗୁଗଲ୍ ବିରୋଧରେ ଆମେରିକାର ୩୬ ରାଜ୍ୟ ଏବଂ ଓ୍ବାଶିଂଟନ ଡିସି ପକ୍ଷରୁ ମାମଲା ଦାଏର ହୋଇଛି। ଏହି ସର୍ଚ୍ଚ ଇଞ୍ଜିନ୍ ଆଇନ ଉଲ୍ଲଂଘନ କରି ଏହାର ଆଣ୍ଡ୍ରଏଡ୍ ଆପ୍ ଷ୍ଟୋର୍କୁ ନିୟନ୍ତ୍ରଣ କରୁଥିବା ଅଭିଯୋଗ…
ବାର୍ଟି-ପ୍ଲିସ୍କୋଭା ଫାଇନାଲ
ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍ ରିପବ୍ଲିକର କାରୋଲିନା ପ୍ଲିସ୍କୋଭାଙ୍କୁ ଭେଟିବେ। ଗୁରୁବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବାର୍ଟି ଜର୍ମାନୀର ଆଞ୍ଜେଲିକ୍ କର୍ବରଙ୍କୁ ୬-୩, ୭-୬(୭/୩)…
ବଢ଼ିବ ସୋସିଆଲ ମିଡିଆ ଅଡ଼ୁଆ
ନୂଆଦିଲ୍ଲୀ, ୯ା୭:କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡିକ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଆଇଟି ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ଟୁଇଟର ବିରୋଧରେ ମୁଖର ଥିବାବେଳେ ତାଙ୍କ ଯୋଗୁ ଟେକ୍ ଫାର୍ମଗୁଡ଼ିକ…
ସମାଜକୁ ପ୍ରଭାବିତ କରିପାରେ ଫେସ୍ବୁକ୍
ନୂଆଦିଲ୍ଲୀ, ୯ା୭:ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଦେଶ ଓ ବାହାର ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ୟୁଜର୍ସଙ୍କ ପୋଷ୍ଟ ସମାଜରେ ଧ୍ରୁବୀକରଣ ଆଣିପାରେ ବୋଲି ସୁପ୍ରିମକୋର୍ଟ ଗୁରୁବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୨୦ ଫେବୃୟାରୀରେ ସିଏଏ ବିରୋଧୀ ବିକ୍ଷୋଭ…
ଅସ୍ବାଭାବିକ ତାପମାତ୍ରା ନେଉଛି ଜୀବନ
ନୂଆଦିଲ୍ଲୀ, ୯।୭(ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ଅସ୍ବାଭାବିକ ଗ୍ରୀଷ୍ମ ଓ ଶୀତ ଯୋଗୁ ଭାରତରେ ପ୍ରତିବର୍ଷ ପ୍ରାୟ ୭,୪୦,୦୦୦ ଲୋକଙ୍କ ଜୀବନ ଯାଉଛି। ଏ ସମ୍ପର୍କିତ ଏକ ଅଧ୍ୟୟନ ଲାନ୍ସେଟ୍ ପ୍ଲାନେଟାରି ହେଲ୍ଥ ପତ୍ରିକାରେ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟି ଗବେଷକମାନଙ୍କ…
କମିଶନରେଟ୍ ପୋଲିସ କବ୍ଜାରେ ୨ ଆନ୍ତଃ ରାଜ୍ୟ ସାଇବର ଠକ
କଟକ ଅଫିସ, ୧୧ା୭:କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ୨ଜଣ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ଦରଭଙ୍ଗା ଅଞ୍ଚଳର ଅନିଳେଶ ଆନନ୍ଦ(୨୩) ଓ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନ ଅଞ୍ଚଳର ଅଙ୍କିତ ରୟ(୨୩)। ସେମାନଙ୍କଠାରୁ ପୋଲିସ ୨୫ ଲକ୍ଷ…
୧୧ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ
ସମ୍ବଲପୁର, ୯ା୭(ବ୍ୟୁରୋ):ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍ରୁ ଜୁଲାଇ ୧୧ରେ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ପୂର୍ବାହ୍ନ ୧୧ଟାରେ ଜଳଭଣ୍ଡାର ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସମ୍ବଲପୁର, ସୋନପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, କନ୍ଧମାଳ, ଅନୁଗୋଳ, ନୟାଗଡ଼,…
ଗର୍ଭବତୀଙ୍କ ପାଇଁ କୋଭିଡ୍ ଟିକା ସୁରକ୍ଷିତ
ଭୁବନେଶ୍ୱର,୯।୭(ବ୍ୟୁରୋ):ଗର୍ଭବତୀଙ୍କ ପାଇଁ କୋଭିଡ୍ ଟିକା ସୁରକ୍ଷିତ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍ଲାଇନ ଅନୁସାରେ ଖୁବ୍ଶୀଘ୍ର ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁବାର ସୂଚନା ଦେଇଛନ୍ତି। ଟିକା ନେବା ପାଇଁ…
Archives


