୧୬ରୁ ସ୍ଵର୍ଗଦ୍ୱାରରେ ବାହାର ଲୋକଙ୍କୁ ଶବଦାହ ଅନୁମତି

ପୁରୀ ଅଫିସ,୧୫।୮: ସ୍ଵର୍ଗଦ୍ୱାରରେ ଶବସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ରହିଥିବା କଟକଣାକୁ ପୁରୀ ଜିଲା ପ୍ରଶାସନ ପ୍ରତ୍ୟାହାର କରିନେଇଛି। ଆସନ୍ତା ୧୬ ତାରିଖରୁ ବାହାର ଜିଲା ଓ ରାଜ୍ୟର ଲୋକେ ସ୍ଵର୍ଗଦ୍ୱାରରେ ଅଣକୋଭିଡ୍‌ ମୃତକଙ୍କ ଦାହ କରିପାରିବେ। ସେହିଭଳି ଅସ୍ଥି ବିସର୍ଜନ ପାଇଁ ମଧ୍ୟ ବେଳାଭୂମି ଭିତରକୁ ଛଡ଼ାଯିବ ବୋଲି ଜିଲା ପ୍ରଶାସନ ଶନିବାର ସ୍ପଷ୍ଟ କରିଛି। ତେବେ ଶବଦାହ ପୂର୍ବରୁ ଅଣକୋଭିଡ୍‌ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ପ୍ରତି ଶବସତ୍କାର ବେଳେ ସର୍ବାଧିକ ୧୦ଜଣ ଆତ୍ମୀୟ ସ୍ଵଜନ ଉପସ୍ଥିତ ରହିପାରିବେ। ଏଥିସହିତ ସ୍ଵର୍ଗଦ୍ୱାର ପରିସରରେ ସମସ୍ତେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରିବେ। ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଥିବାବେଳେ ସାମାଜିକ ଦୂରତା ରକ୍ଷା କରି ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଛି।

କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ବଢ଼ିବା ପରେ ଗତ ଏପ୍ରିଲ ୨୫ରେ ଜିଲା ବାହାରୁ ଆସୁଥିବା ଲୋକଙ୍କୁ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ କଟକଣା ଲଗାଇଥିଲା ଜିଲା ପ୍ରଶାସନ। କେବଳ ପୁରୀ ଜିଲାର ଲୋକଙ୍କ ପାଇଁ ଶବଦାହ ଅନୁମତି ରହିଥିଲା। ଏବେ ସହରର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିବାବେଳେ ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଏଭଳି ସ୍ଥିତିରେ ସର୍ବସାଧାରଣଙ୍କ ପାଇଁ ସ୍ବର୍ଗଦ୍ୱାରରେ ଶବଦାହ ଅନୁମତି ମିଳିଥିବାରୁ ଆଗାମୀ ଦିନରେ ସହରରେ ଗହଳି ବଢ଼ିବା ଆଶଙ୍କା ପ୍ରକାଶ ପାଇଛି।

ସ୍ବର୍ଗଦ୍ୱାର ସେବାସମିତି ସଦସ୍ୟ ସିଦ୍ଧାର୍ଥ ରୟ କହିଛନ୍ତି, ସ୍ବର୍ଗଦ୍ୱାରଠାରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବା ପାଇଁ ଆମେ ଯଥେଷ୍ଟ ପ୍ରୟାସ କରୁଛୁ। ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ହେତୁ ଲୋକେ ସହଜରେ ଶବଦାହ ଶେଷ କରିପାରିବେ। କେବଳ କଟକଣା ମାନି ଅନ୍ତ୍ୟେଷ୍ଟି କ୍ରିୟା ସାରିଲେ କାହା ପାଇଁ ସମସ୍ୟା ବଢ଼ିବ ନାହିଁ। ସମସ୍ତ ୨୮ ପିଣ୍ଡିରେ ଶବଦାହ ଚାଲିଛି। ବର୍ଷା ସମୟରେ ପୂର୍ବରୁ ପାଣି ଗଳୁଥିବାବେଳେ ଓଡ଼ିଶା ସେତୁ ନିର୍ମାଣ ନିଗମ ସଂପୃକ୍ତ କାର୍ଯ୍ୟ ଶେଷ କରିଛି। କେବଳ ପାର୍କିଂ ଓ ପ୍ରତୀକ୍ଷାସ୍ଥଳକୁ ନେଇ ସମସ୍ୟା ଲାଗି ରହିଛି। ପ୍ରତୀକ୍ଷାସ୍ଥଳ ନିର୍ମାଣ କାର୍ଯ୍ୟ ସାରିବାକୁ ଜିଲା ପ୍ରଶାସନ ଅଗଷ୍ଟ ୧୫କୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ ତାହା ହୋଇପାରିନି। ତେଣୁ ବର୍ଷା ହେଲେ ଲୋକେ ମୁଣ୍ଡ ଗୁଞ୍ଜିବାକୁ ହଇରାଣ ହେବେ। ସ୍ବର୍ଗଦ୍ୱାରର ଉଭୟ ପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ପାର୍କିଂ ସମସ୍ୟା ସୃଷ୍ଟି କରିପାରେ। ଏକକାଳୀନ ଭାବେ ୨୦ ମୃତଦେହ ପହଞ୍ଚତ୍ଲେ ଆମ୍ବୁଲାନ୍ସ, ପ୍ରିୟଜନଙ୍କ ଗାଡ଼ି ଓ ଅନ୍ୟ ଚାରିଚକିଆ ଯାନ ରଖିବାକୁ ସ୍ଥାନ ଅଣ୍ଟିବ ନାହିଁ ବୋଲି ସ୍ବର୍ଗଦ୍ୱାରର ଜଣେ କର୍ମଚାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri