୧୬ରୁ ସ୍ଵର୍ଗଦ୍ୱାରରେ ବାହାର ଲୋକଙ୍କୁ ଶବଦାହ ଅନୁମତି

ପୁରୀ ଅଫିସ,୧୫।୮: ସ୍ଵର୍ଗଦ୍ୱାରରେ ଶବସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ରହିଥିବା କଟକଣାକୁ ପୁରୀ ଜିଲା ପ୍ରଶାସନ ପ୍ରତ୍ୟାହାର କରିନେଇଛି। ଆସନ୍ତା ୧୬ ତାରିଖରୁ ବାହାର ଜିଲା ଓ ରାଜ୍ୟର ଲୋକେ ସ୍ଵର୍ଗଦ୍ୱାରରେ ଅଣକୋଭିଡ୍‌ ମୃତକଙ୍କ ଦାହ କରିପାରିବେ। ସେହିଭଳି ଅସ୍ଥି ବିସର୍ଜନ ପାଇଁ ମଧ୍ୟ ବେଳାଭୂମି ଭିତରକୁ ଛଡ଼ାଯିବ ବୋଲି ଜିଲା ପ୍ରଶାସନ ଶନିବାର ସ୍ପଷ୍ଟ କରିଛି। ତେବେ ଶବଦାହ ପୂର୍ବରୁ ଅଣକୋଭିଡ୍‌ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ପ୍ରତି ଶବସତ୍କାର ବେଳେ ସର୍ବାଧିକ ୧୦ଜଣ ଆତ୍ମୀୟ ସ୍ଵଜନ ଉପସ୍ଥିତ ରହିପାରିବେ। ଏଥିସହିତ ସ୍ଵର୍ଗଦ୍ୱାର ପରିସରରେ ସମସ୍ତେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରିବେ। ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଥିବାବେଳେ ସାମାଜିକ ଦୂରତା ରକ୍ଷା କରି ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଛି।

କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ବଢ଼ିବା ପରେ ଗତ ଏପ୍ରିଲ ୨୫ରେ ଜିଲା ବାହାରୁ ଆସୁଥିବା ଲୋକଙ୍କୁ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ କଟକଣା ଲଗାଇଥିଲା ଜିଲା ପ୍ରଶାସନ। କେବଳ ପୁରୀ ଜିଲାର ଲୋକଙ୍କ ପାଇଁ ଶବଦାହ ଅନୁମତି ରହିଥିଲା। ଏବେ ସହରର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିବାବେଳେ ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଏଭଳି ସ୍ଥିତିରେ ସର୍ବସାଧାରଣଙ୍କ ପାଇଁ ସ୍ବର୍ଗଦ୍ୱାରରେ ଶବଦାହ ଅନୁମତି ମିଳିଥିବାରୁ ଆଗାମୀ ଦିନରେ ସହରରେ ଗହଳି ବଢ଼ିବା ଆଶଙ୍କା ପ୍ରକାଶ ପାଇଛି।

ସ୍ବର୍ଗଦ୍ୱାର ସେବାସମିତି ସଦସ୍ୟ ସିଦ୍ଧାର୍ଥ ରୟ କହିଛନ୍ତି, ସ୍ବର୍ଗଦ୍ୱାରଠାରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବା ପାଇଁ ଆମେ ଯଥେଷ୍ଟ ପ୍ରୟାସ କରୁଛୁ। ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ହେତୁ ଲୋକେ ସହଜରେ ଶବଦାହ ଶେଷ କରିପାରିବେ। କେବଳ କଟକଣା ମାନି ଅନ୍ତ୍ୟେଷ୍ଟି କ୍ରିୟା ସାରିଲେ କାହା ପାଇଁ ସମସ୍ୟା ବଢ଼ିବ ନାହିଁ। ସମସ୍ତ ୨୮ ପିଣ୍ଡିରେ ଶବଦାହ ଚାଲିଛି। ବର୍ଷା ସମୟରେ ପୂର୍ବରୁ ପାଣି ଗଳୁଥିବାବେଳେ ଓଡ଼ିଶା ସେତୁ ନିର୍ମାଣ ନିଗମ ସଂପୃକ୍ତ କାର୍ଯ୍ୟ ଶେଷ କରିଛି। କେବଳ ପାର୍କିଂ ଓ ପ୍ରତୀକ୍ଷାସ୍ଥଳକୁ ନେଇ ସମସ୍ୟା ଲାଗି ରହିଛି। ପ୍ରତୀକ୍ଷାସ୍ଥଳ ନିର୍ମାଣ କାର୍ଯ୍ୟ ସାରିବାକୁ ଜିଲା ପ୍ରଶାସନ ଅଗଷ୍ଟ ୧୫କୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ ତାହା ହୋଇପାରିନି। ତେଣୁ ବର୍ଷା ହେଲେ ଲୋକେ ମୁଣ୍ଡ ଗୁଞ୍ଜିବାକୁ ହଇରାଣ ହେବେ। ସ୍ବର୍ଗଦ୍ୱାରର ଉଭୟ ପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ପାର୍କିଂ ସମସ୍ୟା ସୃଷ୍ଟି କରିପାରେ। ଏକକାଳୀନ ଭାବେ ୨୦ ମୃତଦେହ ପହଞ୍ଚତ୍ଲେ ଆମ୍ବୁଲାନ୍ସ, ପ୍ରିୟଜନଙ୍କ ଗାଡ଼ି ଓ ଅନ୍ୟ ଚାରିଚକିଆ ଯାନ ରଖିବାକୁ ସ୍ଥାନ ଅଣ୍ଟିବ ନାହିଁ ବୋଲି ସ୍ବର୍ଗଦ୍ୱାରର ଜଣେ କର୍ମଚାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?