ଭଞ୍ଜନଗର ଉପଖଣ୍ଡରେ ସ୍ବାଧୀନତା ଦିବସ

ଭଞ୍ଜନଗର,୧୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ସ୍ଥାନୀୟ ଜେଲ ପଡ଼ିଆରେ ରବିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କେବଳ ପୋଲିସ କର୍ମଚାରୀ ପରେଡ କରିଥିଲେ। କୋଭିଡ୍‌ ସମୟରେ ଉଲ୍ଲେଖନୀୟ ସେବାପାଇଁ ଉପଖଣ୍ଡର ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି, ଶୁଳପାଣି ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ଏହା ପରେ ଚିଦାନନ୍ଦ କୁଷ୍ଟାଶ୍ରମ, ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଥିଲା। ସେହିଭଳି ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଡ.ସୁବାସ ଚନ୍ଦ୍ର ପ୍ରଧାନ, ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଡ.ଜୟରାମ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟମୁଖୀ ଚାଷକୁ ମିଳୁନାହିଁ ପ୍ରୋତ୍ସାହନ

କେନ୍ଦ୍ରାପଡ଼ା ଅଫିସ,୧୬।୪: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତ ବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି...

ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ୍‌ ଭିଡିଓ ଭାଇରାଲ

ମାଲକାନଗିରି,୪ା୧୦ (ଡି.ଏନ.ଏ.)-ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ୍‌ ଭିଡିଓ ଶନିବାର ଭାଇରାଲ ହୋଇଛି। ସେ ଜଣେ ଓଡିଶା ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସମ୍ପୃକ୍ତ...

ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା

ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା...

ଚିକିତ୍ସା ଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଡାକ୍ତରଙ୍କୁ ଅଟକ, ତଦନ୍ତ ଜାରି

ବାରିପଦା ଅଫିସ,୧୩।୧୨: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ପାଇଁ ଆସିଥିବା...

କମୁନି ଚଳନ୍ତା ଟ୍ରେନରୁ କୋଇଲା ଚୋରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ-ଧାମରା ରେଳପଥରେ ଚଳନ୍ତା ଟ୍ରେନରୁ କାଇଲା ଚୋରି କମୁନି। ଏହି କୋଇଲା ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି।...

ବିଲରେ ବିଦେଶାଗତ ପକ୍ଷୀ

ନିରାକାରପୁର,୧୧ା୧୧(ଡି.ଏନ୍‌.ଏ.): ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଖୋର୍ଦ୍ଧା ଜିଲା ଡିଆ ଏବଂ ଏହାର...

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର

ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ...

ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର

ଅନୁଗୋଳ ଅଫିସ, ୧୭ା୧: ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଉତ୍ସବମୁଖର ହେବ ଅନୁଗୋଳ ସହର। ୫ ଦିନିଆ ଜିଲା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ...

Advertisement
Archives

Model This Week