Home

୧୫ ଘଣ୍ଟା ପଡ଼ିରହିଲା ବୃଦ୍ଧଙ୍କ ମୃତଦେହ, ଘର ଲୋକ ବି ପାଖ ମାଡ଼ିଲେନି; ପିପିଇ କିଟ୍‌ ପିନ୍ଧି ଶ୍ମଶାନ ନେଲେ ବିଡିଓ

ଛେଣ୍ଡିପଦା,୮।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଝି ଗୋହିରାପଶି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ କରୋନା ଭୟରେ କେହି ପାଖ ମାଡ଼ିଲେ ନାହିଁ। ଶେଷରେ ନିଜେ ବିଡିଓ ଏବଂ ସରପଞ୍ଚ…

କଏଦୀଙ୍କୁ ୯୦ ଦିନିଆ ପାରୋଲ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ଜେଲ୍‌ରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବହୁ କଏଦୀ ଆକ୍ରାନ୍ତ ହେବା ସହିତ କେତେକଙ୍କର ଜୀବନ ମଧ୍ୟ କରୋନାରେ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଗତବର୍ଷ ନିୟମ ପାଳନ କରିବା…

ରାସ୍ତାରେ ବୁଲି ମୋଜା ବିକ୍ରି କରୁଥିବା ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା…

ଲୁଧିଆନା,୮।୫: ପଞ୍ଜାବର ଲୁଧିଆନାରେ ରାସ୍ତାରେ ବୁଲି ମୋଜା ବିକ୍ରି କରି ପରିବାର ପୋଷୁଥିବା ଜଣେ ୧୦ ବର୍ଷ ବୟସ୍କ ନାବାଳକଙ୍କ ଭିଡ଼ିଓ ଶୁକ୍ରବାର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ୧ ମିନିଟ୍‌ ୨୩ ସେକେଣ୍ଡର ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ…

ଦିଲ୍ଲୀରୁ ଖୁସି ଖବର: ନୂଆ ଔଷଧକୁ ମିଳିଲା ମଞ୍ଜୁରୀ, ଅକ୍ସିଜେନ୍‌ ଆବଶ୍ୟକତା ହେବ କମ୍‌…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର ଜରୁରୀକାଳୀନ ସ୍ଥିତିରେ ପ୍ରୟୋଗ କରିବା ଲାଗି ନୂଆ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌(୨-ଡିଜି)କୁ ମଞ୍ଜୁରୀ ମିଳିଛି। ଏହାକୁ…

୩୦ ହଜାର କୋଟି ଖର୍ଚ୍ଚ କରି ସମସ୍ତଙ୍କୁ ଦିଆଯାଉ କରୋନା ଟିକା: ମମତା…

କୋଲକାତା,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ମଧ୍ୟ ଜାରି ରହିଛି। ଏପରିସ୍ଥଳେ ସମସ୍ତଙ୍କୁ କରୋନା ଟିକା ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବୀ କରିଛନ୍ତି। ସେ ଶନିବାର ବିଧାନସଭାରେ କହିଛନ୍ତି…

ଏଥର ଖାଲି ପରିଚୟପତ୍ର ଦେଖାଇଲେ ବି ଛାଡ଼ିବନି ପୋଲିସ

ଭୁବନେଶ୍ୱର,୮।୫(ବ୍ୟୁରୋ): ଶନିବାରଠାରୁ ଭୁବନେଶ୍ୱର-କଟକରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ପରିଚୟପତ୍ର ଦେଖାଇ ବାହାନା ମାରି ଚାରିଆଡ଼େ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଟୁଇନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…

ଚିନ୍ତା ବଢ଼ାଇଲାଣି କଟକ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

କଟକ ଅଫିସ,୮।୫: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ମହାମାରୀ ଗୋଟିଏ ପରେ ଗୋଟିଏ ଜିଲାରେ ତା’ର କାୟା ବିସ୍ତାର କଲାଣି। ଏପରିକି ଦୈନିକ ସଂକ୍ରମଣ ୧୦୦୦୦ ଉପରେ ରହୁଛି। ବର୍ତ୍ତମାନ ସବୁଠୁ ଚିନ୍ତାଜନକ ବିଷୟ ହେଲା…

ନିଶୁଳ୍କ ହେବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର…

ଲକ୍ଷ୍ନୌ,୮।୫: ଏଣିକି କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନିଶୁଳ୍କ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଜାରି କରିଛନ୍ତି। ସହର ଅବା ଗ୍ରାମୀଣ ଅଞ୍ଚଳରେ ଥିବା ସମସ୍ତ ଶ୍ମଶାନ ଏହି ସୁବିଧା ଉପଲବ୍ଧ ହେବ ବୋଲି ସେ କହିଛନ୍ତି।…

ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍‌, ନଚେତ୍‌…

ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ…

ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର,୮।୫(ବ୍ୟୁରୋ): ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍‌ରେ ଲେଖିଛନ୍ତି, ମୋ’ ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ…

ଶେଷରେ ମାନିଲା ପାକିସ୍ତାନ: ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ମାମଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୮।୫: ଶେଷରେ ପାକିସ୍ତାନ ଭାରତର ଜମ୍ମୁ-କଶ୍ମୀର ନୀତିକୁ ମାନିଛି। ୩୭୦ ଅନୁଚ୍ଛେଦ ହଟାଇବା ଭାରତର ଆଭ୍ୟନ୍ତରିଣ ମାମଲା ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମାହମୁଦ୍‌ କ୍ୟୁରେଶି କହିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ବିରୋଧ କରି…

ଫୋନ୍‌ରେ ଗପୁ ଗପୁ ସନ୍ତାନ ଜନ୍ମ ଦେଲେ ମହିଳା

ଲଣ୍ଡନ,୮।୫: ବ୍ରିଟେନ୍‌ରେ ରହୁଥିବା ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ୨୯ ବର୍ଷୀୟା ସୋଫି କୁହନ୍ତି, ସେ ଏହି ସମୟରେ ବାଥ୍‌ରୁମ୍‌ ଯାଇଥିଲେ। ତାଙ୍କ ବନ୍ଧୁ ଫୋନ୍‌ କରିବାରୁ କଥା ବି ହେଉଥିଲେ। ମାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri