ମମିତା ମେହେର ହତ୍ୟା ଘଟଣା: ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ
ଭବାନୀପାଟଣା,୨୨।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏପରିସ୍ଥଳେ ଏହି ଘଟଣାରେ ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। କୋର୍ଟରେ ୧୬୪ରେ ଛାତ୍ରୀଙ୍କ…
ଆଜିଠୁ ବିଜେଡିର ଆନ୍ଦୋଳନ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଦରବୃଦ୍ଧି ପ୍ରସଙ୍ଗ ନେଇ ଦ୍ୱିତୀୟ ଥର ଲାଗି ବିଜେଡି ରାସ୍ତାକୁ ଓହ୍ଲାଇବାକୁ ଯାଉଛି। କିଛିଦିନ ତଳେ ତେଲ ଦରବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଥିବାବେଳେ ଏବେ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ…
ସମୁଦ୍ର ଜୁଆର ମାଡ଼ରେ ଲୁଣା ନଦୀବନ୍ଧରେ ଘାଇ
ମହାକାଳପଡ଼ା, ୨୨ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତ ଲୁଣା ନଦୀ ବନ୍ଧର ଏକ ନମ୍ବର କ୍ରିକ୍ ନିକଟରେ କେତେଜଣ ଲୋକ ଜାଲ ବସାଇ ମାଛ ଧରୁଥିଲେ। ଏହାଦ୍ୱାରା ନଦୀ ବନ୍ଧ ଦୁର୍ବଳ ହୋଇଯାଇଥିଲା। ସମୁଦ୍ର ଉଚ୍ଚ ଜୁଆର…
ଏମ୍ଏସ୍ପି ଗ୍ୟାରେଣ୍ଟି ଜିଦ୍ରେ ଚାଷୀ
ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ ବୋଲି ରବିବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଚାଷୀମାନେ ନିଜ ଦାବିରେ ଅଡ଼ିବସିଥିବାବେଳେ…
ମା’ କୋଳକୁ ଫେରିଲା ହସ୍ପିଟାଲରୁ ଚୋରି ଶିଶୁ
ସୋନପୁର,୨୨।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶନିବାର ସକମାଳେ ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ରବିବାର ମିଳିଛି। ଜନ୍ମଦାତ୍ରୀ ସନ୍ତୋଷିନୀଙ୍କ ନିକଟରୁ ସେ ସ୍ତନ୍ୟପାନ କରିଛି। ଶିଶୁକୁ କୋଳରେ ପାଇଲା ପରେ ସନ୍ତୋଷିନୀଙ୍କ ମନରେ ଖୁସି ଭରିଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର…
ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ଆଜି
ଫୁଲବାଣୀ ଅଫିସ/ଖଜୁରୀପଡ଼ା,୨୨।୧୧: କନ୍ଧମାଳ ଜିଲା ଗସ୍ତରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଛନ୍ତି। ପୂର୍ବାହ୍ନ ୧୧ଟାରେ ଫୁଲବାଣୀ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି…
ଶ୍ରେଷ୍ଠ ୧୦ରେ ଓଡ଼ିଶାର ଦୁଇ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଏଜୁକେଶନ ଓ୍ବାର୍ଲଡ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ୍ ୨୦୨୧-୨୨ର ଦୁଇଟି ବର୍ଗରେ ଶ୍ରେଷ୍ଠ ୧୦ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦ୍ୱାରା ପରିଚାଳିତ ଦୁଇଟି ସ୍କୁଲ ସ୍ଥାନ ପାଇଛି। ଗଞ୍ଜାମ ଜିଲାର ହାତୀଓଟ ଆଦର୍ଶ ବିଦ୍ୟାଳୟ ଭାରତର ଶ୍ରେଷ୍ଠ ୧୦ ସରକାରୀ…
୨୩ରେ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନର ପ୍ରଥମ ଦିନ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ…
ଖର୍ଚ୍ଚ ହୋଇପାରୁନି ନିର୍ଭୟା ପାଣ୍ଠି
ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ପାଣ୍ଠି ମାଧ୍ୟମରେ ଓଡ଼ିଶାକୁ ଅର୍ଥ ଦିଆଯାଉଛି। ହେଲେ ଏହାର ସିଂହ ଭାଗ ଖର୍ଚ୍ଚ ନ…
‘ପୂର୍ବ ସ୍ଥିତି ଫେରିନି, ଆଉ ୮ ମାସର ମାଗଣା ରାଶନ ଦିଅ’
ଭୁବନେଶ୍ୱର, ୨୨।୧୧(ବ୍ୟୁରୋ): କୋଭିଡ୍ ମହାମାରୀ ପୂର୍ବରୁ ଅର୍ଥନୈତିକ କାର୍ଯ୍ୟକଳାପ ଯେପରି ଥିଲା, ଏପର୍ଯ୍ୟନ୍ତ ସେ ସ୍ଥିତି ଫେରିନି। ଏବେବି ଲୋକେ ଜୀବନଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏପରି ସ୍ଥିତିରେ ସରକାର ଲୋକଙ୍କୁ ଆଶ୍ୱସ୍ତ ପ୍ରଦାନ କରିବା ଆବଶ୍ୟକ। ତେଣୁ ଗତ…
ପଠାନକୋଟରେ ଗ୍ରେନେଡ ମାଡ, ସମଗ୍ର ଜିଲାରେ ହାଇ ଆଲର୍ଟ
ପଠାନକୋଟ,୨୨ ।୧୧: ପଞ୍ଜାବର ପଠାନକୋଟରେ ଥିବା ସେନା ଗେଟ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଗ୍ରେନେଡ ମାଡ ହୋଇଛି । ସେନା କ୍ୟାମ୍ପର ତ୍ରିବେଣୀ ଦ୍ୱାର ଗେଟରେ ବାଇକରେ ଆସି କେତେଜଣ ଅଜ୍ଞାତ ବ୍ୟକ୍ତି ଗ୍ରେନେଡ ମାଡ କରିଥିଲେ । ଏହି…
ଏହି ବଲିଉଡ୍ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଥାଲି ରାଜ୍
ଭାରତୀୟ ମହିଳା କ୍ରିକେଟର୍ ମିଥାଲି ରାଜ ଏବେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ସେ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍ ଖେଳୁଛନ୍ତି। ନିକଟରେ ସେ କପିଲ ଶର୍ମାଙ୍କ କମେଡି ଶୋ’ରେ…

