ମହାନଦୀ ବାର୍ଫି ପ୍ରକଳ୍ପରେ ଏନ୍ଜିଟି ରୋକ
ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମହାନଦୀ ବେଳାଭୂମିରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବାଲିଯାତ୍ରା ନଦୀ ସମ୍ମୁଖ ବିକାଶ(ବାର୍ଫି) ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍କା। ମହାନଦୀ କୂଳରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ଉପରେ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଶନିବାର ରୋକ ଲଗାଇଛନ୍ତି। ମହାନଦୀ କୂଳର କୌଣସି…
୨୮ ବ୍ୟାଙ୍କରୁ ୨୨,୮୪୨ କୋଟିର ବ୍ୟାଙ୍କ ଠକେଇ
ନୂଆଦିଲ୍ଲୀ,୧୩।୨: ଭାରତୀୟ ଇତିହାସରେ ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଦେଶର ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଠକିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଏବିଜି ଶିପ୍ୟାର୍ଡ ଲିମିଟେଡ୍ ଏବଂ ଏହାର ପୂର୍ବତନ ପରିଚାଳନା…
କିସ୍ ଡେ’: ଚୁମ୍ବନ ସୂଚାଏ…
ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍ ଡେ’ ଅର୍ଥାତ୍ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…
ସେବି ପ୍ରକାଶ କଲା ଚାଞ୍ଚଲ୍ୟକର ତଥ୍ୟ, ହିମାଳୟ ବାବାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ଏନ୍ଏସ୍ଇର ପୂର୍ବତନ ଅଧ୍ୟକ୍ଷା…
ମୁମ୍ବାଇ, ୧୨।୨ : ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ(ସେବି)ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ନ୍ୟାଶନାଲ ଷ୍ଟକ୍ ଏକ୍ସେଚେଞ୍ଜ୍ (ଏନ୍ଏସ୍ଇ)ର ପୂର୍ବାତନ ଅଧ୍ୟକ୍ଷା ତଥା ସିଇଓ ଚିତ୍ରା ରାମକୃଷ୍ଣ ଜଣେ ହିମାଳୟ ବାବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଥିଲେ।…
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର ଶେଷ
ନୂଆଦିଲ୍ଲୀ,୧୨ା୨: ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି ଜିଲାର ୫୫ ନିର୍ବାଚନମଣ୍ଡଳୀରେ ଆସନ୍ତା ଚଳିତମାସ ୧୪ରେ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ…
ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର କିଛି ଅଭିନେତ୍ରୀ ବିବାହ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। କିଛି ଅଭିନେତ୍ରୀ ଦ୍ୱିତୀୟ ବିବାହ ମଧ୍ୟ କରିସାରିଛନ୍ତି। ମାତ୍ର ଅଭିନେତ୍ରୀ କରିସ୍ମା କପୁର ତାଙ୍କ ସ୍ବାମୀ ତଥା ବିଶିଷ୍ଟ ଶିଳ୍ପପତି ସଞ୍ଜୟ କପୁରଙ୍କଠାରୁ ଅଲଗା ହେବାର ଅନେକ ବର୍ଷ…
‘ଆମେ ସଂସ୍କୃତିକୁ ଛାଡ଼ିପାରିବୁ ନାହିଁ’
ଜୟପୁର,୧୨ା୨: ମୁସଲମାନ ମହିଳାମାନେ ରାଜସ୍ଥାନର ଜୟପୁର ଏବଂ ପଞ୍ଜାବର ଲୁଧିଆନାରେ ହିଜାବକୁ ସମର୍ଥନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବିଷୟ ବୋଲି ସେମାନେ କହିଛନ୍ତି। ରାଜନୈତିକ ଦଳ ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଆମେ ଆମର…
ରାହୁଲ ଆଧୁନିକ ଜିନ୍ନା, ହିମନ୍ତଙ୍କ ଟାର୍ଗେଟ…
ଗୁଆହାଟି, ୧୨।୨ : ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱା ସରମା ଟାର୍ଗେଟ୍ କରିଛନ୍ତି। ସେ ଅକ୍ଷେପ କରି କହିଛନ୍ତି ଯେ, ରାହୁଲ ହେଉଛନ୍ତି ଆଧୁନିକ ଜିନ୍ନା। ସେ କହିଛନ୍ତି ୧୯୪୭ ପୂର୍ବରୁ ମହମ୍ମଦ ଅଲ୍ଲୀ…
ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ, ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ
ଓ୍ବାଶିଂଟନ,୧୨ା୨: ସୀମାରେ ଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଏବଂ ଏହାର ସହଯୋଗୀମାନେ ସେମାନଙ୍କ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ ଛାଡ଼ିବାକୁ କହିଛନ୍ତି। ଅବଶିଷ୍ଟ ରୁଷିଆର କୂଟନୀତିଜ୍ଞ ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ୟୁକ୍ରେନ ଛାଡ଼ିବା ଆରମ୍ଭ କରିଛନ୍ତି। ଏହି…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୮୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨,୦୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୫୫,୯୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ୍ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା…
ମସ୍କୋ, ୧୨।୨ : ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ୟୁକ୍ରେନ୍ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା କରିଥିବା ଆମେରିକା ଅଧିକାରୀ ଦାବି କରିଛନ୍ତି। ଫେବୃୟାରୀ ୨୦…
ଓଡ଼ିଶାର ପ୍ରଥମ ନିର୍ବାଚନ କମିଶନରଙ୍କ ପରଲୋକ
ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କର ଶନିବାର ମଧ୍ୟାହ୍ନରେ ପରଲୋକ ହୋଇଛି। କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ତେଣୁ ତାଙ୍କୁ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି…
Archives


