ଇତିହାସ ରଚିଲେ ଆଭେଶ ଖାଁ
ବେଙ୍ଗାଲୁରୁ,୧୩।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଇତିହାସରେ ସବୁଠାରୁ ମହଙ୍ଗା ଅନ୍କ୍ୟାପ୍ଡ କ୍ରିକେଟର ପାଲଟିଛନ୍ତି ବୋଲର୍ ଆଭେଶ ଖାଁ। ୧୫ତମ ସଂସ୍କରଣ ପାଇଁ ଶନିବାର ଅନୁଷ୍ଠିତ ଖେଳାଳି ନିଲାମରେ ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟିମ୍ ୧୦ କୋଟି ଟଙ୍କାରେ କିଣିଛି। ୨୦୨୧…
ରାଜନୈତିକ ଦଳ ବାଟରେ କଣ୍ଟା ସାଜିଛନ୍ତି ବିଦ୍ରୋହୀ ପ୍ରାର୍ଥୀ…
ଲକ୍ଷ୍ନୌ, ୧୩।୨ : ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ବିଦ୍ରୋହୀଙ୍କ ଭୂମିକା ଯୋଗୁ ସ୍ଥିତି ଖରାପ ହେବାରେ ଲାଗିଛି। ବିଦ୍ରୋହୀ ପ୍ରାର୍ଥୀ ଭାଜପା, ଏସ୍ପି, ବିଏସ୍ପି ଏବଂ କଂଗ୍ରେସ ଆଦି ରାଜନୈତିକ ଦଳ ବାଟରେ କଣ୍ଟା ସାଜିଛନ୍ତି। ଫଳରେ ରାଜନୈତିକ ଦଳଗୁଡ଼ିକର ଚିନ୍ତା…
ଦୈନିକ ସଂକ୍ରମଣ ୫୦ ହଜାର ତଳେ…
ନୂଆଦିଲ୍ଲୀ, ୧୩।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…
ଆଞ୍ଚଳିକ ଭାଷାରେ ହେବ ମେଡ଼ିକାଲ ପାଠପଢ଼ା…
ନୂଆଦିଲ୍ଲୀ, ୧୩।୨ : ଏଣିକି ଆଞ୍ଚଳିକ ଭାଷାରେ ମେଡ଼ିକାଲ ପାଠପଢ଼ା କରିହେବ। ଦୁଇଟି ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଛାତ୍ରୀଛାତ୍ର ଆଞ୍ଚଳିକ ଭାଷାରେ ପାଠପଢ଼ିବା ଚୟନ କରିବାର ସ୍ବାଧୀନତା ପାଇ ପାରିବେ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ…
ଆଜି ବିଶ୍ୱ ରେଡିଓ ଦିବସ
ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତାର ସାବଲୀଳ ସଙ୍ଗମ ହେଉଛି ରେଡିଓ। ଶ୍ରୋତାଙ୍କ ହୃଦୟରେ ଶତାବ୍ଦୀରୁ ଅଧିକ ସମୟ ଧରି ଘର କରି ରହିଥିବା ଏହି ଲୋକପ୍ରିୟ ଶ୍ରାବ୍ୟ ଉପକରଣର କଳେବର ସମୟକ୍ରମେ ବଦଳିଛି। ତା’ ସାଙ୍ଗକୁ ବଢ଼ିଛି ଏହାର କ୍ରେଜ୍। ରୁପେଲି…
ନିର୍ବାଚନରେ ଯୁକ୍ତ୨ ଛାତ୍ରୀ
ଯାଜପୁର ଅଫିସ,୧୩ା୨: ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ବ ଅପେକ୍ଷା ଅଧିକ ଯୁବଗୋଷ୍ଠୀ, ଶିକ୍ଷିତ ଯୁବତୀଯୁବକ, ଛାତ୍ରୀଛାତ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିଛି। ସେଥିମଧ୍ୟରେ ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତର ଚକଗୋପାଳପୁର ଗ୍ରାମର ପଲ୍ଲବୀ ଦେଉରି (୨୧) ମଧ୍ୟ ଅନ୍ୟତମ। ସେ…
ନଜରରେ ୭ ନଂ.
ଯାଜପୁର ଅଫିସ,୧୩।୨: ୪ଟି ଜିଲା ପରିଷଦ ଜୋନ୍କୁ ନେଇ ଗଠିତ ଦଶରଥପୁର ବ୍ଲକରେ ସ୍ଥିତି ଏଥର ସାମାନ୍ୟ ବଦଳିଛି। ଏଥର ଭୋଟର ମାଟିର ଦକ୍ଷ ନେତାକୁ ବାଛିବାକୁ ଅଣ୍ଟା ଭିଡିଛନ୍ତି। ଅସନ୍ତୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ କର୍ମୀମାନେ ବିଜେଡିକୁ ରୋକ…
ସଂସ୍କୃତିପ୍ରେମୀ ଶ୍ୟାମପ୍ରକାଶ: ୪ ହଜାର ସେଲିବ୍ରିଟିଙ୍କ ସହ ଉଠାଇଛନ୍ତି ଫଟୋ
ପୁରୀ ଅଫିସ,୧୩।୨: କଳା, ସଂସ୍କୃତି ଓ ସାହିତ୍ୟ ସହ ଯୋଡ଼ି ହୋଇ ରହୁଥିବା ପରିଚିତ ବ୍ୟକ୍ତିତ୍ୱ ହେଲେ ଶ୍ୟାମ ପ୍ରକାଶ ସେନାପତି। ପୁରୀ ସହରର ଗଳିକନ୍ଦିରେ ସାଂସ୍କୃତିକ କାର୍ଯ୍ୟକ୍ରମଟିଏ ହେଉ କିମ୍ବା ନାଟକ ପରିବେଷଣ, ସବୁଠି ତାଙ୍କୁ ଖୋଜାପଡ଼େ। ସେ ସାଇକେଲ…
ଚନ୍ଦନ ଶ୍ରେଷ୍ଠ ଅଭିନେତା, ଦିବ୍ୟାଦିଶା ଶ୍ରେଷ୍ଠ ଅଭିନେତ୍ରୀ
ଭୁବନେଶ୍ୱର, ୧୩।୨ (ବ୍ୟୁରୋ): ମାସ୍ ଇଭେଣ୍ଟ୍ସ ପକ୍ଷରୁ ଓଡ଼ିଶା ମୋଶନ ପିକ୍ଚର୍ ଆୱାର୍ଡ ପ୍ରଦାନ ଉତ୍ସବ ଶନିବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଦିଶା ମହାନ୍ତି ପୁରସ୍କୃତ ହୋଇଛନ୍ତି।…
୧୪ରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଅଧିକାରୀଙ୍କ ଧର୍ମଘଟ
ଭୁବନେଶ୍ୱର, ୧୩।୨(ବ୍ୟୁରୋ): ବିଭିନ୍ନ ଦାବି ନେଇ ଆସନ୍ତା ୧୪ତାରିଖରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ଅଧିକାରୀମାନେ ଧର୍ମଘଟ କରିବେ। ଏନେଇ ଶନିବାର ଗୌରୀନଗର ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆସୋସିଏଶନ୍ ଅଫ୍ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ(ଏଓଜିବିଓ) ପକ୍ଷରୁ ସୂଚନା ଦିଆଯାଇଛି।…
ବନ୍ୟପ୍ରାଣୀ ସଂରକ୍ଷଣ ଆଇନ: ସଂଶୋଧନ ପାଇଁ କେନ୍ଦ୍ର ତରବର
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଗତବର୍ଷ ଭାରତ ସରକାର ଲୋକଙ୍କ ପରାମର୍ଶ ନ ନେଇ ପାର୍ଲାମେଣ୍ଟରେ ଦୁଇଟି ବିଲ୍ ଆଗତ କରିଥିଲେ। ଜୈବିକ ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଜୈବ ବିବିଧତା ଆଇନ, ୨୦୦୨ରେ ସଂଶୋଧନ ପାଇଁ ପ୍ରଥମ ବିଧେୟକ ଉଦ୍ଦିଷ୍ଟ ଥିଲା। ସେହିପରି ବନ୍ୟଜନ୍ତୁଙ୍କୁ ଶିକାର…
ପୌର ନିର୍ବାଚନ ପାଇଁ ୨ ରଙ୍ଗର ବାଲଟ
ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟରମାନେ ପ୍ରତ୍ୟକ୍ଷ ମତଦାନରେ ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ବାଛିବେ। ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍)ରେ ମତଗ୍ରହଣ ହେବ। ଗୋଟିଏ ବୁଥ୍ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍ କାଉନସିଲର/କର୍ପୋରେଟରଙ୍କ…
Archives


