Posted inଖେଳ

ମ୍ୟାଚ୍‌ ମଝିରେ ଟଳିପଡ଼ିଲେ ଖେଳାଳି

ଅକ୍‌ଲ୍ୟାଣ୍ଡ,୧୮।୩: ଦିନିକିଆ ମହିଳା ବିଶ୍ୱକପ୍‌ରେ ବାଲାଂଦେଶ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବେଳେ ଘଟିଛି ଅଘଟଣ। ଶୁକ୍ରବାର ମ୍ୟାଚ୍‌ ଚାଲିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ କୋନେଲ ପଡ଼ିଆ ମଝିରେ ଟଳି ପଡ଼ିଥିଲେ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି। ତେବେ କେଉଁ କାରଣ ଯୋଗୁ ସେ ଅଚେତ ହୋଇଯାଇଥିଲେ ତାହା ଜଣାପଡ଼ିନାହିଁ।

ମ୍ୟାଚ୍‌ର ୪୭ତମ ଓଭରର ୫ମ ବଲ୍‌ ପଡ଼ିବା ବେଳେ କୋନେଲ ଫିଲ୍ଡିଂ କରୁଥିଲେ। ସେ ହଠାତ ତଳେ ପଡ଼ିଯିବାରୁ ସାଥୀ ଖେଳାଳିମାନେ ଚକିତ ହୋଇଯାଇଥିଲେ। ସେମାନଙ୍କ ସହ ପଡ଼ିଆରେ ଉପସ୍ଥିତ ଡାକ୍ତରମାନେ କୋନେଲଙ୍କ ନିକଟକୁ ଦୌଡ଼ି ଯାଇଥିଲେ। ପ୍ରାରମ୍ଭିକ ଚିକିତ୍ସା ପରେ ସେ ଆଖି ଖୋଲିବାରୁ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା। ଏହାକୁ ନେଇ ଖେଳ ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା।

କହିରଖୁଛୁ, ବିଶ୍ୱକପ୍‌ର ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୪୦ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ୧୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଟେନିସ୍‌ରେ ଜେଭେରେଭଙ୍କୁ ସ୍ବର୍ଣ୍ଣ

ଟୋକିଓ,୨।୮: ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ ଟୋକିଓ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ୫...

ପାକିସ୍ତାନ ପେସରଙ୍କ ଖେଳିବା ଉପରେ ଲାଗିଲା କଟକଣା

ଇସ୍ଲାମାବାଦ୍‌,୪।୨: ପାକିସ୍ତାନ ପେସର ମହମ୍ମଦ ହାସନେନ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ବୋଲିଂ କରିବାରୁ ବାସନ୍ଦ ହୋଇଛନ୍ତି। ଲାହୋରସ୍ଥିତ ଆଇସିସି ଆକ୍ରେଡିଟେଡ୍‌ ଟେଷ୍ଟିଂ ସେଣ୍ଟରରେ ତାଙ୍କ...

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୨୩।୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌...

ଭାରତ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ

କଲମ୍ବୋ,୨୦।୭: ଆରମ୍ଭରୁ ଭାରତୀୟ ବୋଲରଙ୍କୁ ସଫଳତା ମିଳି ନ ଥିଲା। କିନ୍ତୁ ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାରଙ୍କ ବଳରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ...

ବଡ଼ ଉପଲବ୍ଧି ହାସଲ ପରେ ବି ଶାମିଙ୍କ ଆଖିରେ ଲୁହ

ସେଞ୍ଚୁରିୟନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ ଟେଷ୍ଟ ଉପରେ ଭାରତ ମଜଭୁତ ସ୍ଥିତିରେ ଅଛି। ପ୍ରଥମ ଇନିଂସରେ ଭାରତ ୩୨୭ ରନ କରିଥିଲା। ଏହାର ଜବାବରେ...

କାହିଁକି ଅଷ୍ଟ୍ରେଲିଆ ଗସ୍ତରେ ଗଲେ ନାହିଁ ରୋହିତ ଶର୍ମା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ତେବେ ଏହି ସିରିଜରେ ଟିମ ଇଣ୍ଡିଆ ଏହାର ସବୁଠାରୁ ବଡ...

ରଣଜୀ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିଶା; ଅଭିଷେକ-ଦେବବ୍ରତଙ୍କ ଶତକୀୟ ଭାଗୀଦାରି

କଟକ ଅଫିସ,୨୯ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ପରିବେଶରେ ଓଡ଼ିଶାର ପ୍ରଦର୍ଶନ...

ମଡେଲିଂ ଜଗତରେ ପାଦ ଥାପିଲେ ସଚିନଙ୍କ ଝିଅ

କ୍ରିକେଟର୍‌ ଭଗବାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ନିଜ ଫ୍ୟାଶନ ସେନ୍ସ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ଥା’ନ୍ତି। ସେ ନିଜ ଷ୍ଟାଇଲିସ ଲୁକ ପାଇଁ ଜଣାଣୁଣା।...

Advertisement
Archives

Model This Week