ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଦେଖିବାକୁ ମିଳିଛି ଭାଜପାର ବିଜୟ
ନୂଆଦିଲ୍ଲୀ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳଫଳ ଉପରେ କେବଳ ଦେଶ ନୁହେଁ ବରଂ ବିଶ୍ୱର ନଜର ରହିଥିଲା । ରାଜନୈତିକ ପଣ୍ଡିତ ଏହାକୁ ୨୦୨୪ ଲୋକ ସଭା ନିର୍ବାଚନର ସେମିଫାଇନାଲ ଭାବେ ଧରି ନେଇଛନ୍ତି ।…
କୋଭିଡ୍ ମୃତ୍ୟୁ ସହାୟତା ତୁରନ୍ତ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୧।୩(ବ୍ୟୁରୋ): କୋଭିଡ୍ ମୃତ୍ୟୁ ସହାୟତା ପ୍ରଦାନ ସହ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୧୪ ମଧ୍ୟରେ ଯେଉଁମାନେ ମରିଛନ୍ତି ଓ ଅନୁକମ୍ପା ରାଶି ପାଇନାହାନ୍ତି, ସେମାନଙ୍କୁ…
୧୫ରୁ ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୋଇଗଲାଣି। ପାରଦ ଉପରମୁହାଁ ହୋଇଛି। ଆସନ୍ତା ଦିନେ ଦୁଇଦିନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସକୁ ଛୁଇଁବ। ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବାହ ପରିବେଶକୁ ଉତ୍ତପ୍ତ କରିଛି। ଗୁରୁବାର ରାଜ୍ୟର ଅଧିକାଂଶ…
ଓଡ଼ିଶାକୁ ୨୨୪୯ କୋଟି ଅନୁମୋଦନ
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ (ଜେଜେଏମ୍) ଓ ସ୍ବଚ୍ଛ ଭାରତ ମିଶନ( ଏସ୍ବିଏମ୍)ରେ ଓଡ଼ିଶାକୁ ୨୨୪୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସେଥିରୁ ୨୦୩୬ କୋଟି ଜଳ ଜୀବନ ମିଶନ ପାଇଁ…
ଏନ୍ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ
ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ଏନ୍ଭାରକ୍ମେଣ୍ଟ ଇମ୍ପାକ୍ଟ ଅଥରିଟି(ଇଆଇଏ) ଓ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଅନୁମତି ବିନା…
୨୪ ଘଣ୍ଟିଆ ଯୁଦ୍ଧବିରତି ପାଇଁ ରୁଷିଆ ଅମଙ୍ଗ
ଇସ୍ତାନବୁଲ, ୧୧ା୩:ଯୁଦ୍ଧବିରତି ପାଇଁ ଗୁରୁବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ପୂରିଥିବାବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ…
୨୭ରେ ଓଜେଏସ୍ ପ୍ରିଲିମିନାରି ପରୀକ୍ଷା
କଟକ ଅଫିସ,୧୧ା୩: ଆସନ୍ତା ୨୭ ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍) ୨୦୨୧ର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ୫ଟି ଜୋନ୍ର ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩୨୦୨ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମିନିଟ୍…
ୟୁକ୍ରେନ୍ ହସ୍ପିଟାଲ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା
କ୍ୱିଭ୍,୧୧ ।୩: ରୁଷିଆ ପଟରୁ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନର ଏକ ପ୍ରସୂତି ହସ୍ପିଟାଲରେ ରୁଷିଆ ବୋମା ବର୍ଷଣ କରିବାରୁ ଅଧିକାଂଶ ଗର୍ଭବତୀ ଆହତ ହୋଇଛନ୍ତି । ଏହାସହ ଅଧିକାଂଶ ଶିଶୁ…
ଚାହିଦା ଅନୁସାରେ ପ୍ରଡକ୍ଟ ଚୟନ: ଦେବେଶ ପ୍ରସାଦ ନନ୍ଦ
ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ଦେବେଶ ପ୍ରସାଦ ନନ୍ଦ ଭୁବନେଶ୍ୱରସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ସେ ଆମେରିକାର କଲମ୍ବିଆ ୟୁନିଭର୍ସିଟିରେ ବଜେଟ୍ ଫାଇନାନ୍ସ ପାଠ ପଢ଼ି କର୍ପୋରେଟ୍ ସେକ୍ଟରରେ କ୍ୟାରିୟର ଆରମ୍ଭ କରିଥିଲେ।…
ଆଜି ନାଏବ ସରପଞ୍ଚ ନିର୍ବାଚନ: ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲା ପରିଷଦ ସଭାପତି ନିର୍ବାଚନ
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ନାଏବ ସରପଞ୍ଚ ପଦବୀ ପାଇଁ ଶୁକ୍ରବାର ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ନିର୍ବାଚନ ଅଧିକାରୀମାନେ ପ୍ରାର୍ଥୀମାନଙ୍କୁ ପୂର୍ବାହ୍ନ ୧୦ରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ପ୍ରଦାନ କରିବେ। ୧୧ଟାରୁ ୧୧ଟା ୩୦ ମିନିଟ ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ…
ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମୈରିୟୁପୋଲରେ ଦିଆଯାଉଛି ସାମୁହିକ କବର, ଶୋକ କରିବାକୁ କେହି ନାହିଁ
କ୍ୱିଭ/ ମୈରିୟୁପୋଲ,୧୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୫ ଦିନ ପୂରଣ ହୋଇଯାଇଛି । ୧୫ ଦିନ ପରେ ୟୁକ୍ରେନର ଅଧିକାରୀମାନେ ଏହି ଯୁଦ୍ଧରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମୁହିକ କବର ଦେବା ଆରମ୍ଭ କରିଛନ୍ତି । ଦକ୍ଷିଣ ୟୁକ୍ରେନର ମୈରିୟୁପୋଲରେ ଅଧିକାଂଶ…
ଆଜି ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେଶ୍ୟାମ’
ଅପେକ୍ଷାର ହେଲା ଅନ୍ତ। ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍ ହେବ। ଅନେକ ଦିନରୁ ଦର୍ଶକ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରି ରହିଥିଲେ। ତେବେ ଫିଲ୍ମଟି ଏକାକାଳୀନ ହିନ୍ଦୀ, ମାଲାୟାଲାମ, କାନ୍ନାଡା…
Archives


