Home

ନିର୍ବାଚନରେ ପରାଜୟ ପରେ ଚନ୍ନିଙ୍କୁ ଦଳରୁ ହଟାଇବାକୁ ଜୋର ଧରିଲା ଦାବି

ଚଣ୍ଡିଗଡ଼,୧୫।୩: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାଜ୍ୟରେ କଂଗ୍ରେସର କନ୍ଦଳ ବଢ଼ିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ଉପରେ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚନ୍ନିଙ୍କ ମୁହଁ ଯୋଗୁ କଂଗ୍ରେସ ହାରିଛି ବୋଲି ଦଳର…

ମାଓବାଦୀ କାର୍ଯ୍ୟକଳାପ ୭୭ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୫।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ ସଭାକୁ ସୂଚନା ଦେଇଛନ୍ତି ଯେ ମାଓବାଦୀ କାର୍ଯ୍ୟକଳାନ ଘଟଣା ୨୦୨୧ରେ ୭୭ ପ୍ରତିଶତ ହ୍ରାସ ପାଇ ୫୦୯ ରେ ପହଞ୍ଚିଛି। ୨୦୦୯ରେ ଏହା ୨,୨୫୮ ଥିଲା। ଏକ…

ସଂଘର୍ଷ ମଧ୍ୟରେ ୟୁକ୍ରେନରୁ ୨୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ର ସ୍ବଦେଶ ଫେରିଛନ୍ତି

ନୂଆଦିଲ୍ଲୀ,୧୫।୩: ଲଗାତର ୨୦ ଦିନ ହେଲାଣି ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ରାଜ୍ୟ ସଭାରେ ଏକ ବିବୃତ୍ତି ରଖିଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ୨୨୫୦୦ରୁ…

ରାଜ୍ୟପାଳ ଆରିଫ୍‌ ମହମ୍ମଦ ହାଇକୋର୍ଟଙ୍କ ରାୟକୁ ସମର୍ଥନ କଲେ…

ଥିରୁଭାନନ୍ତପୁରମ୍‌, ୧୫।୩ : ହିଜାବ୍‌ ପ୍ରସଙ୍ଗରେ କର୍ନାଟକ ହାଇକୋର୍ଟଙ୍କ ରାୟକୁ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁ ସମର୍ଥନ କରିଛନ୍ତି ସେ କହିଛନ୍ତି ଯେ, କୋରାନ୍‌ରେ ହିଜାବ୍‌ ସମ୍ପର୍କରେ ୭ ଥର ଉଲ୍ଲେଖ କରାଯାଇଛି। କିନ୍ତୁ ଡ୍ରେସ୍‌ କୋଡ୍‌ ଅନୁଯାୟୀ ନୁହେଁ। କୋର୍ଟଙ୍କ…

ସରକାରୀ କାର୍ଯ୍ୟାଳୟରେ ମୋବାଇଲ ଫୋନ୍‌ ବନ୍ଦ ହେବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ, ୧୫।୩ : ସରକାରୀ କର୍ମଚାରୀଙ୍କୁ ଅଫିସ ସମୟରେ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଆଯିବା ଉଚିତ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଏସ.ଏମ. ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ନିୟମ…

ସତ୍ୟ ପ୍ରକାଶ ପାଇବାରୁ କିଛି ଲୋକ ବିବ୍ରତ ହେଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୩ : ହିନ୍ଦି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସକୁ ଟାଗେର୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦୀର୍ଘ ଦିନ ଧରି ଧବି ରହିଥିବା ସତ୍ୟ ବାହାରକୁ ଆସିବା ପରେ କିଛି ଲୋକ ବିବ୍ରତ ହୋଇପଡ଼ିଛନ୍ତି।…

ଧ୍ୱଂସ ସ୍ତୁପ, ଜେଲେନସ୍କିଙ୍କୁ ଭେଟିବେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌,୧୫।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଇତିମଧ୍ୟରେ ୨୦ ଦିନ ବିତିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଚାଲିଛି, କିନ୍ତୁ ଯୁଦ୍ଧକୁ ଶେଷ କରିବା ପାଇଁଦୁହେଁ ଏକମତ ହୋଇନାହାନ୍ତି। ୟୁକ୍ରେନ୍‌ ଧ୍ୱଂସସ୍ତୁପରେ ପରିଣତ ହୋଇଛି।…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦୈନିକ ସଂକ୍ରମଣ ୨ ହଜାର…

ହାଇକୋର୍ଟଙ୍କ ନିଷ୍ପତ୍ତିରେ ସହମତ ନାହାନ୍ତି ଓଓ୍ବାଇସି

ନୂଆଦିଲ୍ଲୀ,୧୫।୩: ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ହିଜାବ ଇସଲାମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ଏବଂ ସ୍କୁଲ ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ।…

ହିଜାବ ବିବାଦ: ପରୀକ୍ଷା ଅଧାରେ ଛାଡ଼ି ପଳାଇଆସିଲେ ଛାତ୍ରୀ

ବେଙ୍ଗାଲୁରୁ,୧୫।୩: ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବି ୟାଦଗିରର ସୁରପୁରା ତହସିଲର କେମ୍ବାଭି ସରକାରୀ ପୀୟୁ କଲେଜରେ ଏହାକୁ ବିରୋଧ କରାଯାଇଛି। ଉକ୍ତ କଲେଜର ଛାତ୍ରୀମାନେ ଏହି ରାୟକୁ ବିରୋଧ କରି ଶ୍ରେଣୀଗୃହ ତ୍ୟାଗ କରିଥିବା ଜଣାପଡ଼ିଛି। ଉକ୍ତ…

ବୁଧବାରଠାରୁ ୧୨ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ,୧୫।୩: କରୋନା ବିରୋଧରେ ଲଢ଼େଇ ପାଇଁ ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ୧୨ବର୍ଷରୁ ୧୪ବର୍ଷର ବୟସ୍କ ପିଲାଙ୍କୁ କରୋନା ଭ୍ୟାକ୍ସିନ ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୬ରୁ ଅର୍ଥାତ୍‌ ବୁଧବାରଠାରୁ…

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଉକ୍ତ ଦେଶରେ ୫ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri