Home

ଆଉ ଲକ୍ଷେ ସୈନ୍ୟ ପଠାଇଲା ରୁଷିଆ

ଓ୍ବାଶିଂଟନ୍‌/କ୍ୱିଭ୍‌, ୧୧ା୨:ୟୁକ୍ରେନ ସୀମା ନିକଟରେ ରୁଷିଆ ପୂୂର୍ବରୁ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏବେ ଉତ୍ତର ସୀମାକୁ ଆଉ ଲକ୍ଷେ ସୈନ୍ୟ ପଠାଇଥିବା ଆମେରିକା କହିଛି। ବେଲାରୁଷ୍‌କୁ ଲାଗିଥିବା ୟୁକ୍ରେନ ସୀମାଠାରେ ମସ୍କୋ ନିଜ ସ୍ଥିତି ମଜଭୁତ…

ଟଳିନି ବିପଦ, ଦେଶର ୧୪୧ ଜିଲାରେ ଏବେବି କରୋନା ସଂକ୍ରମଣ ୧୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ,୧୧ ।୨: କରୋନା ସଂକ୍ରମଣକୁ ନେଇ ଏବେ ରାଷ୍ଟ୍ରୀୟ ସ୍ତରରେ ଏକ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ପଟେ ଯେଉଁଠି ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ଅନ୍ୟପଟେ ଦେଶର ୧୪୧ ଜିଲାରେ ଏବେବି ୧୦ ପ୍ରତିଶତରୁ…

ପରିବାର କୋର୍ଟରେ ହାଜର ହେଲେ ସୁମିତ

ବ୍ରହ୍ମପୁର ଅଫିସ,୧୧ା୨: ଡା.ସୁମିତ ସାହୁ ଓ ତପସ୍ବିନୀ ଦାଶ ମାମଲାକୁ ନେଇ ରୁଜୁ ହୋଇଥିବା ଛାଡ଼ପତ୍ର ଆବେଦନର ଉଭୟପକ୍ଷ କାଉନ୍‌ସେଲିଂ ପାଇଁ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିଲା। କେବଳ ସୁମିତ ପରିବାର କୋର୍ଟରେ ହାଜର ହୋଇଥିଲେ, କିନ୍ତୁ ତପସ୍ବିନୀ ହାଜର ନ…

ଉଠିଲା ୭ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ

ନୂଆଦିଲ୍ଲୀ,୧୧।୨(ପି.ଟି.):କୋଭିଡ୍‌ ସଂକ୍ରମଣ କମିଥିବାରୁ କେନ୍ଦ୍ର ସରକାର ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ଅଷ୍ଟମ ଦିନରେ ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ବାଦ୍‌ ଦିଆଯାଇଛି। ନୂଆ…

ଓଡ଼ିଶା ହାଇକୋର୍ଟରେ ୩ ବିଚାରପତି ନିଯୁକ୍ତ

କଟକ ଅଫିସ,୧୧ା୨: ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ରମଣ ମୁରାହାରୀ ଓରଫ ମୁରାହାରୀ ଶ୍ରୀ ରମଣ। ଏହି ୩ ବିଚାରପତିଙ୍କ ନାମକୁ ରାଷ୍ଟ୍ରପତି ରାମନାଥ…

ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ

ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ମାମଲା ଓ ଅନ୍ୟାନ୍ୟ ଧର୍ମୀୟ ମାମଲାଗୁଡ଼ିକୁ ରୋକିବାରେ ଭାରତ ସରକାର ବିଫଳ ହୋଇଥିବାରୁ…

୧୦ ଲକ୍ଷ ଲୋକରେ ୨୧ ବିଚାରପତି

ନୂଆଦିଲ୍ଲୀ,୧୧।୨(ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୨୧ ଜଣ ବିଚାରପତି ରହିଛନ୍ତି। ଗୁରୁବାର ରାଜ୍ୟ ସଭାରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ୨୦୧୧…

ଚର୍ଚ୍ଚରେ ଶିଶୁଙ୍କୁ ଯୌନ ଶୋଷଣ

ଲିସ୍‌ବନ୍‌, ୧୧ା୨:ପର୍ତ୍ତୁଗିଜ୍‌ କ୍ୟାଥୋଲିକ୍‌ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଖବର ପ୍ରକାଶ ପାଇ ଆସୁଥିବାବେଳେ ଏହା ଉପରେ ଅଧ୍ୟୟନ କରୁଥିବା ଏକ ସ୍ବାଧୀନ କମିଟି ଗୁରୁବାର ଏକ ରିପୋର୍ଟ ପ୍ରଘଟ କରିଛି। ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା ପରେ…

୨୮ରୁ ସ୍କୁଲ ଯିବେ ୧ରୁ ୭ମ ପିଲା

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ୧୪ ତାରିଖଠାରୁ ସ୍କୁଲ ଖୋଲିବ। ସ୍କୁଲ ଖୋଲିଲେ ମଧ୍ୟ ଛାତ୍ରୀଛାତ୍ରମାନେ ସ୍କୁଲ ଯିବେ ନାହିଁ। ଆସନ୍ତା ୨୮ ତାରିଖରୁ ଅଫ୍‌ଲାଇନ୍‌ କ୍ଲାସ ବା ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ସେତେଦିନ ପର୍ଯ୍ୟନ୍ତ…

କ୍ରିପ୍ଟୋକରେନ୍ସି ଆର୍ଥିକ ସ୍ଥିରତା ପ୍ରତି ବିପଦ

ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍‌ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ, ସେମାନେ ନିଜ ରିସ୍କରେ ନିବେଶ କରୁଛନ୍ତି। ଏହା ଆଧାରଭୂତ ସମ୍ପତ୍ତି (ଅଣ୍ଡରଲେଇଙ୍ଗ୍‌ ଆସେଟ୍‌) ନୁହେଁ।…

ପ୍ରମିଜ୍‌ ଡେ’: ଆଜି ପ୍ରେମୀଯୁଗଳ କରିବେ ପ୍ରତିଜ୍ଞା

ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ ବା ସ୍ମରଣୀୟ କରିବେ ସେ ନେଇ ବେଶ୍‌ ଉତ୍ସାହିତ ରହିଥାନ୍ତି। ଖାସ୍‌ ଏଥିପାଇଁ ତ…

ଉତ୍ତର ପ୍ରଦେଶ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୫୮ ଆସନରେ ୬୦% ମତଦାନ

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ଟି ଆସନ ଲାଗି ଭୋଟ ଗ୍ରହଣ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri