Home

ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କ ନାଁରେ ଏତଲା ଦେଲେ ବର୍ଷା

କଟକ ଅଫିସ,୧୧ା୨: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ସୋସିଆଲ ମିଡିଆରେ ବର୍ଷାଙ୍କ ନାଁ ନ ନେଇ ସମ୍ମାନ ହାନି ଭଳି ମନ୍ତବ୍ୟ ଦେଇଥିଲେ…

ଧରାପଡିଲା ୯ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେସନ ଜାରି

ଅହମ୍ମଦାବାଦ,୧୧।୨: ଗୁଜୁରାଟର କଚ୍ଛ ଜିଲାରେ ଥିବା ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରେ ଗୁରୁବାର ସକାଳେ ସୀମା ସୁରକ୍ଷା ବାହିନୀ ନଅଟି ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଜବତ କରିଛି। ହରାମି ନାଲା କ୍ରିକ ଅଞ୍ଚଳରେ ଏହି ଡଙ୍ଗା ଜବତ ହୋଇଥିବା ସୂଚନା ମିଳିଛି। ଜବତ…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨୦୧୭ ତୁଳନାରେ ହୋଇଛି ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ,୧୧ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ନିର୍ବାଚନ କମିଶନ ପକ୍ଷରୁ ବହୁ ସଂଖ୍ୟାରେ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ବ୍ୟବସ୍ଥା ମଧ୍ୟ…

ମିହିରଙ୍କ ୭ଫୁଟର ପ୍ରତିମୂର୍ତ୍ତି ତିଆରି କଲେ କୁମ୍ଭାରସାହି ବାସିନ୍ଦା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ମିହିର ଦାସଙ୍କର ନିକଟରେ ପରଲୋକ ଘଟିଛି। ସେ ଦର୍ଶକଙ୍କ ଗହଣରେ ନାହାନ୍ତି ସତ, କିନ୍ତୁ ନିଜର ଚମତ୍କାର, ହୃଦୟ ସ୍ପର୍ଶୀ ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଛାଡ଼ି ଯାଇଛନ୍ତି। କଳାକାର…

ରାଜନୈତିକ ହିଂସା: ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର, ୩ କୋର୍ଟଚାଲାଣ

ଗୋପାଳପୁର,୧୧ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ଯୁବକଙ୍କୁ ବିପକ୍ଷ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡିଛି। ଆହତ ଯୁବକ ହେଲେ…

ପଞ୍ଚାୟତ ନିର୍ବାଚନ: ଡାକବାଜି ଯନ୍ତ୍ରକୁ ମିଳିବ ଅନୁମତିପତ୍ର

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ଗାଡ଼ି ଓ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ଉପଜିଲାପାଳଙ୍କ ସମେତ ସ୍ଥାନୀୟ ତହସିଲଦାରମାନେ ଗାଡ଼ି ଓ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିପାରିବେ।…

ଭୁଶୁଡିଲା ଆପାର୍ଟମେଣ୍ଟ ଛାତ

ଗୁରୁଗ୍ରାମ,୧୦।୨: ଗୁରୁଗ୍ରାମରେ ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ଆପାର୍ଟମେଣ୍ଟ ଛାତ ଭୁଶୁଡ଼ିବା କାରଣରୁ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହିତ, ଅନେକ ତଳେ ଫସିଯିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଫସି ରହିଥିବା ଲୋକଙ୍କୁ…

ଢିଙ୍କିଆରେ ବୁଥ୍‌ ହେବନି

କୁଜଙ୍ଗ,୧୧ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପାଇଁ ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗାଁରେ କୌଣସି ବୁଥ୍‌ ହେବ ନାହିିଁ। ଏହି ଗାଁର ୬ଟି ବୁଥ୍‌କୁ ଅନ୍ୟ ଗାଁରେ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ପାଟଣା ଗାଁର ୧୩, ୧୪,…

‘ଓମିକ୍ରନ ପରେ ବି ଶେଷ ହେବ ନାହିଁ କରୋନା’

ଓ୍ବାଶିଂଟନ,୧୧।୨: ସମଗ୍ର ବିଶ୍ୱରେ କରୋନା ମାମଲା ଦେଖାଯାଉଛି। ନୂଆ ଭାରିଆଣ୍ଟ ଓମିକ୍ରନ ଯଦିଓ ଅଧିକ ପ୍ରଭାବ ପକାଇ ନାହିଁ, ତଥାପି ଅନେକ ଲୋକଙ୍କ ଜୀବନ ଯାଇଛି। ଏଭଳି ପରିସ୍ଥିତିରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନେ କରୋନା ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ…

ପତିଆରା ଲଢ଼େଇ ପାଇଁ ବ୍ୟସ୍ତ

ଖୋର୍ଦ୍ଧା ଅଫିସ,୧୧ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ରାଜନୀତି ବେଶ୍‌ ସରଗରମ ରହିଛି। ୫ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ ଖୋର୍ଦ୍ଧା ଜିଲାରେ ୩ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ଜିଲାରେ…

କେନ୍ଦ୍ରର ବିଜ୍ଞାପନ ଖର୍ଚ୍ଚ: ୫ ବର୍ଷରେ ୨,୬୦୨ କୋଟି

ନୂଆଦିଲ୍ଲୀ,୧୦ା୨: କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟ ବିଜ୍ଞାପନ ଖର୍ଚ୍ଚକୁ ମିଶାଇଲେ ଏହା ପ୍ରାୟ ୨,୬୦୨ କୋଟି ଟଙ୍କା ହେବ ବୋଲି…

ମାଲ୍ୟାଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅଦାଲତରେ ହାଜର ହୋଇ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ଶେଷ ସୁଯୋଗ ଦେଇଛନ୍ତି। ଫେବୃୟାରୀ ୨୪ରେ ସର୍ବୋଚ୍ଚ ଅଦାଲତ ଦଣ୍ଡ ଶୁଣାଇବା ପୂର୍ବରୁ ତାଙ୍କୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri