ବଢ଼ିଲା ରେପୋ ରେଟ୍‌, ଷ୍ଟକ୍‌ ବଜାର ତଳମୁହାଁ…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଏହା ସହିତ ଆରବିଆଇ କ୍ୟାସ ରିଜର୍ଭ ରେସିଓକୁ ୦.୫୦ ପ୍ରତିଶତ ବୃଦ୍ଧି କରାଯାଇ ଏହା ୪.୫୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଅପରାହ୍ନ ୨ ଟାରେ ଏହା ଘୋଷଣା କରିବା ମାତ୍ରେ ଷ୍ଟକ ମାର୍କେଟରେ ହ୍ରାସ ଘଟିଛି। ବଣ୍ଡ ମାର୍କେଟ ସମେତ ଇକ୍ୱିଟି ବଜାରରେ ବଡ଼ ଧରଣର ହ୍ରାସ ଘଟିଛି। ସେନସେକ୍ସ ୧୧୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଘରୋଇ ଷ୍ଟକ ମାର୍କେଟଗୁଡିକରେ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ଅପରାହ୍ନ ୨ଟା ୪୪ରେ, ବିଏସ୍‌ଇର ୩୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ସେନ୍ସେକ୍ସ ୫୫,୮୩୧.୬୮ରେ କାରବାର କରୁଥିବାବେଳ ଏଥିରେ ୧୧୪୪.୩୧ ପଏଣ୍ଟ ଆର୍ଥାତ୍‌ ୨.୦୧ ପ୍ରତିଶତ ହ୍ରାସ ହୋଇଛି। ଏହା ବ୍ୟତୀତ, ଏନଏନଇର ୫୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୧୬,୭୨୪.୬୦ରେ କାରବାର କରୁଛି। ଏଥିରେ ୩୪୪.୫୦ ପଏଣ୍ଟ ଅର୍ଥାତ୍‌ ୨.୦୨ ପ୍ରତିଶତ ହ୍ରାସ ଘଟିଛି।

ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ କେବଳ ୫ଟିରେ ବୃଦ୍ଧି ଘଟିଛି ଏବଂ ଅବଶିଷ୍ଟ ୪୫ଟି ଷ୍ଟକ ହ୍ରାସର ଲାଲ ଚିହ୍ନ ସହିତ କାରବାର କରୁଛି। ବ୍ୟାଙ୍କ ନିଫ୍ଟିରେ ବଡ଼ ଧରଣର ହ୍ରାସ ଘଟିଛି। ଏହା ୯୫୨ ପଏଣ୍ଟ ହ୍ରାସ ପାଇଛି। ଏଥିରେ ୨.୬୨ ପ୍ରତିଶତ ହ୍ରାସ ଘଟିଛି। ବ୍ୟାଙ୍କ ନିଫ୍ଟି ୩୫୨୧୧ସ୍ତରରେ କାରବାର କରୁଛି। ବ୍ୟାଙ୍କ ନିଫ୍ଟିର ସମସ୍ତ ୧୨ଟି ବ୍ୟାଙ୍କିଙ୍ଗ ଷ୍ଟକ ହ୍ରାସ ସହିତ କାରବାର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri