Home

ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସାଲିସ ଯୋଗୁ ରାଜପଥ ନିର୍ମାଣରେ…

୧୭୦ ଆଦିବାସୀ ସମ୍ପ୍ରଦାୟ ଜନଜାତି ମାନ୍ୟତାରୁ ବଞ୍ଚିତ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଜନଜାତି ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ଏଥିଯୋଗୁ ରାଜ୍ୟର ୧୭୦ ଆଦିବାସୀ ସମ୍ପ୍ରଦାୟ ଜନଜାତି ମାନ୍ୟତା ପାଇନାହାନ୍ତି। ରବିବାର ଭାଜପା ରାଜ୍ୟ ଉପସଭାପତି ବଳଭଦ୍ର ମାଝି ଏଭଳି ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା…

ବୁଦ୍ଧ ପୂର୍ଣ୍ଣିମାରେ ଲୁମ୍ବିନି ଯିବେ ମୋଦି, ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବାର୍ତ୍ତାଳାପ

ନୂଆଦିଲ୍ଲୀ,୧୬ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ଗସ୍ତ କରିବେ । ଏହାସହ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଏକ ବୈଠକରେ ଯୋଗଦେବେ…

ଚାପରେ ଅଛନ୍ତି ସ୍ଥାନୀୟ ବିଧାୟକ: ଜୁଏଲ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ଭାଜପା ନେତାମାନଙ୍କ ମଧ୍ୟରେ ଏକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବିଭିନ୍ନ ସମୟରେ ବଦଳୁଥିବା ମତ ନେଇ ମୁଖ୍ୟତଃ ଭାଜପା ନେତାଙ୍କ ମଧ୍ୟରେ…

ବଦଳିଲେ ମାହାଙ୍ଗା ଥାନା ଅଧିକାରୀ

ନିଶ୍ଚିନ୍ତକୋଇଲି,୧୬ା୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତିଙ୍କୁ ରବିବାର ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରିଦିଆଯାଇଛି। ସେ ଦୀର୍ଘଦିନ ହେବ ନେମାଳ ଓ ପରେ ମାହାଙ୍ଗା ଥାନା ଅଧିକାରୀଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ସ୍ତ୍ରୀ ତଥା…

ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର ସାଉଁଟୁଛନ୍ତି ପ୍ରଶଂସା। ଶିକ୍ଷା ଭିତ୍ତିଭୂମିର ଏଭଳି ପରିବର୍ତ୍ତନକୁ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ। ତେବେ ଖଣି…

୧୯ ସୁଦ୍ଧା ଆଉ ଏକ ଲଘୁଚାପ: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବ। ଏହା ଦିନେ…

ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ ଫଳ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। ଏହା ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ…

ଜବରଦସ୍ତ ଆକ୍ସନ୍‌ରେ ଭରପୂର ଫିଲ୍ମ ‘ବିକ୍ରମ’

ଅଭିନେତା କମଲ ହାସନ ଆଜିକାଲି ଫିଲ୍ମ ‘ବିକ୍ରମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ସେ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଆଜି ଫିଲ୍ମ ‘ବିକ୍ରମ’ ଟ୍ରେଲର…

ଲକ୍ଷ୍ନୌକୁ ୧୭୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ଆଇପିଏଲ ୨୦୨୨ର ୬୩ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ…

-ପାକିସ୍ତାନରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା: କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ/ପେଶାୱାର,୧୫।୫:ପାକିସ୍ତାନର ପେଶାୱାରରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଭାରତ ପକ୍ଷରୁ କଡା ଆପତ୍ତି ଉଠିଛି। ଏହି ଘଟଣାର ଗମ୍ଭୀରତାର ସହ ତଦନ୍ତ କରାଯାଉ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ…

ଇତିହାସ ରଚିଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ରବିବାର ଏକପାଖିଆ ଫାଇନାଲରେ ୧୪ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ ଟାଇଟଲ ଜିତି ଇତିହାସ ରଚିଛି। ଭାରତୀୟ ଦଳର ଐତିହାସିକ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri