Home

୪୫ ଆପ୍‌ ହଟାଇବାକୁ ଗୁଗଲ୍‌କୁ ଚିଠି ଲେଖିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗ୍ରାହକଙ୍କୁ ବିଭିନ୍ନ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଠକି ନିଆଯାଉଛି। ନିକଟରେ କୋକୋ ଓ ଜୋଜୋ ଲୋନ ଆପ୍‌ ଠକେଇ ମାମଲାରେ ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା…

୨୦୮୨ କୋଟିର ୧୧ ପ୍ରକଳ୍ପକୁ ସିିଙ୍ଗଲଓ୍ବିଣ୍ଡୋର ଅନୁମୋଦନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପର୍ଯ୍ୟଟନ, ଡାଉନ୍‌ଷ୍ଟ୍ରିମ ଷ୍ଟିଲ୍‌ ଇତ୍ୟାଦି କ୍ଷେତ୍ରରେ ହେବାକୁ ଥିବା ୨୦୮୨.୧୭ କୋଟି ଟଙ୍କାର ୧୧ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩୬୧୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଗୁରୁବାର ଲୋକସେବା…

‘ଦେଶ ସହ ବିଶ୍ୱାସଘାତକତା କରୁଛନ୍ତି ସରକାର’

ନୂଆଦିଲ୍ଲୀ,୧୦।୬: ଲଦାଖ ସୀମାରେ ଚାଇନାର ସେତୁ ନିର୍ମାଣକୁ ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍‌ କରି ଲେଖିଛନ୍ତି- ଚାଇନା ଭବିଷ୍ୟତର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି। ଏହାକୁ…

‘ମୁଁ ବିଧାୟକଙ୍କ ଝିଅ, ମୋତେ ଛାଡିଦିଅ’

ବେଙ୍ଗାଲୁରୁ,୧୦।୬: କର୍ନାଟକରେ ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ଟ୍ରାଫିକ୍‌ ପୋଲିସଙ୍କ ଝଗଡା କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ…

ଜୀବନ ନେବା ପରେ ବି ପଶୁନି ଚେତା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର ଆରମ୍ଭ କଲାଣି। ସରକାରୀ ଭାବେ ସହରରୁ ମାତ୍ର ୫/୬ଜଣ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଥିବାବେଳେ ବେସରକାରୀ ସଂଖ୍ୟା ଶତକ ପାର୍‌ କରିଥିବା ଜଣାପଡିଛି। ବିଶେଷକରି ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି।…

ଘରେ ଝୁଲୁଛି ମୃତଦେହ, ଚଟାଣରେ ଲେଖାହୋଇଛି ଆମେ ବିଷ ପିଇଛୁ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ପରସ୍ପର ଏକାଠି ପ୍ରଥମେ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି। ଢେଙ୍କାନାଳ ଜିଲା ସଦରଥାନା…

ପୁଣି ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ କଲେ ବର୍ଷା

କଟକ ଅଫିସ,୧୦ା୬: ଥମୁନି ବର୍ଷା-ଅନୁଭବଙ୍କ ବିବାଦ। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଏହି ମାମଲା ରୁଜୁ କରିଛନ୍ତି। ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କ ସମ୍ମାନ…

ଇନ୍‌ଷ୍ଟାରେ ଗୋଟିଏ ଫୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ସାମନ୍ଥା

ସାଉଥ ସିନେମାର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମନ୍ଥା ରୁଥ ପ୍ରଭୁ ଅନ୍ୟତମ। ପରଦାରେ ଚମତ୍କାର ଅଭିନୟ ଜରିଆରେ ସେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ବହୁତ ଲମ୍ବା। ସୋସିଆଲ ମିଡିଆରେ ସାମନ୍ଥା ବେଶ୍‌ ସକ୍ରିୟ। ପ୍ରାୟତଃ ସେ…

ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ୫ ଅସୁସ୍ଥ

ଆରଡ଼ି,୧୦ା୬(ଡି.ଏନ୍‌.ଏ.): ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଆରଡି ଫାଣ୍ଡି ଅନ୍ତର୍ଗତ ଡିହସାହି ଗାଁରେ। ଅସୁସ୍ଥମାନେ ହେଲେ ଅନିମା ମଲିକ, ନିରୁପମା ମଲିକ, ନେରିମା ମଲିକ, ଲକି…

ବିଭିନ୍ନ ଦାବିରେ ରେଳରୋକୋ

ପାରଳାଖେମୁଣ୍ଡି,୧୦ା୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟେଶନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ୩୦ ମିନିଟ୍‌ ଧରି…

ବଢିଚାଲିଛି ସଂକ୍ରମଣ

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୮ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ଜମ୍ମୁ-କଶ୍ମୀରର ଭଦ୍ରୱାହରେ କର୍ଫ୍ୟୁ ପରେ ଇଣ୍ଟରନେଟ ସେବା ବନ୍ଦ

ଶ୍ରୀନଗର,୧୦ ।୬: ଜମ୍ମୁ-କଶ୍ମୀରରେ କିଛିଦିନ ହେବ ଲାଗି ରହିଥିବା ଟାର୍ଗେଟ କିଲିଂକୁ ନେଇ ପରିବେଶ ଗରମ ଥିବା ବେଳେ ଏବେ ସାଂପ୍ରଦାୟିକ ଉତ୍ତେଜନାକୁ ଦେଖି ଜମ୍ମୁ-କଶ୍ମୀର ପୋଲିସ ଡୋଡା ଜିଲାର ଭଦ୍ରୱାହ ସହରରେ ଫ୍ଲାଗ ମାର୍ଚ୍ଚ କରିବା ପରେ ସେଠାରେ କର୍ଫ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri