ୟୁକ୍ରେନୀୟଙ୍କ ରକ୍ତ କିଣୁଛି ଭାରତ
ନୂଆଦିଲ୍ଲୀ/କିଭ୍, ୧୮ା୮: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ମସ୍କୋରୁ ଭାରତ ଅଶୋଧିତ ତୈଳ କିଣିବା ନିଷ୍ପତ୍ତି ଯଥାର୍ଥ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ଉଚ୍ଚ ଦରରେ ଏନର୍ଜୀ କ୍ରୟ କରିବା ପାଇଁ ଅଧିକାଂଶ ଭାରତୀୟ ସକ୍ଷମ…
ମସ୍ଜିଦ୍ରେ ବିସ୍ଫୋରଣ: ୨୦ ନିହତ
କାବୁଲ,୧୮।୮: ଆଫଗାନିସ୍ଥାନ କାବୁଲର ଖେର ଖାନା ମସ୍ଜିଦ୍ରେ ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ତାଲିବାନ୍ ଇଣ୍ଟେଲିଜେନ୍ସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ବିସ୍ଫୋରଣରେ ୩୫ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି। ବୁଧବାର ସନ୍ଧ୍ୟାରେ…
ଜଳବାୟୁକୁ ନେଇ ଚାଇନା-ଆମେରିକା ଟୁଇଟର କଳି
ବେଜିଂ, ୧୮।୮:ଜଳବାୟୁ ନୀତିକୁ ନେଇ ଶକ୍ତିଶାଳୀ ଆମେରିକା ଓ ଚାଇନା ଟୁଇଟରରେ କଳି ଆରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଥିବା ସବୁଜଗୃହ ବାଷ୍ପ ନିର୍ଗମନ ପାଇଁ ଉଭୟ ଦେଶ ଦାୟୀ। ତେବେ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ…
କେନ୍ଦ୍ରର ରୋହିଙ୍ଗ୍ୟା ଦ୍ୱନ୍ଦ୍ୱ
ନୂଆଦିଲ୍ଲୀ/ଢାକା, ୧୮ା୮: ନିଜ ଦେଶରେ ନାଗରିକ ମାନ୍ୟତା ନ ପାଇ ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ରୋହିଙ୍ଗ୍ୟା ମୁସଲମାନମାନେ ପରିଚୟ ଖୋଜୁଛନ୍ତି। ମ୍ୟାନ୍ମାରର ପଡ଼ୋଶୀ ଦେଶଗୁଡ଼ିକରେ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଅଣ୍ଡାଳୁଥିବାବେଳେ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖାଯାଉଛି। ରୋହିଙ୍ଗ୍ୟାଙ୍କୁ କେହି…
ଟୁଇଟ୍ ପାଇଁ ସାଉଦି ମହିଳାଙ୍କୁ ୩୪ ବର୍ଷ ଜେଲ
ରିୟାଧ, ୧୭ା୮: କେତେକ ଟୁଇଟର ଆକାଉଣ୍ଟକୁ ଫଲୋ କରିବା, ସେଗୁଡ଼ିକର ଟୁଇଟ୍କୁ ରିଟୁଇଟ୍ କରିବା ଅଭିଯୋଗରେ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୪ ବର୍ଷୀୟା ସଲ୍ମା ଅଲ୍-ଶେହାବ୍ ବ୍ରିଟେନର ଲିଡ୍ସ ୟୁନିଭର୍ସିଟିରେ ଜଣେ ପିଏଚ୍ଡି…
ଜ୍ୟାକଲିନ୍ଙ୍କ ବଢିଲା ଅଡ଼ୁଆ
ନୂଆଦିଲ୍ଲୀ, ୧୭ା୮: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କୁ ଏକ ମନିଲଣ୍ଡରିଂ ମାମଲାରେ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ କରିଛି। ଦିଲ୍ଲୀ ପିଏମ୍ଏଲ୍ଏ କୋର୍ଟରେ ଦାଖଲ ଚାର୍ଜଶିଟ୍ରେ ଇଡି ୩୭ ବର୍ଷୀୟା ଜ୍ୟାକ୍ଲିନ୍ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଆସନ୍ତା…
ଲାଲୁଙ୍କୁ ଗୋଲାପ ଭେଟି ଦେଲେ ନୀତୀଶ
ପାଟନା,୧୭।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି। ବିହାରରେ ସରକାର ଗଠନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଭେଟ। ରାବ୍ରି ଦେବୀଙ୍କ ବାସଭବନକୁ ଯାଇ ନୀତୀଶ ଲାଲୁଙ୍କୁ ଉପହାର ସ୍ବରୂପ…
ଏଣିକି ବିମାନରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୭।୮: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) କଠୋର ହୋଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ ଭାବରେ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ପିନ୍ଧୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ…
ଭିଜିଲାନ୍ସ ପଞ୍ଝାରେ ଲ୍ୟାମ୍ପ୍ସ ଏମ୍ଡି
କୋରାପୁଟ/ନାରାୟଣପାଟଣା,୧୭ା୮(ସ୍ବ.ପ୍ର./ଡି.ଏନ୍.ଏ.): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଆର୍ ରାମକୃଷ୍ଣ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ଚାଷୀଙ୍କଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ବିଭାଗ କାବୁ କରିଛି। ଏଥିସହ ତାଙ୍କ…
ଭିଭୋ ଲଞ୍ଚ କଲା ରଙ୍ଗ ବଦଳାଉଥିବା ସ୍ମାର୍ଟଫୋନ୍: କଭର୍ ଖର୍ଚ୍ଚ ବଞ୍ଚିବ !
ନୂଆଦିଲ୍ଲୀ,୧୭।୮: ଭାରତରେ ବୁଧବାର ମୋବାଇଲ ଫୋନ କମ୍ପାନୀ ଭିଭୋ ନିଜର ‘ଭି୨୫’ ଭ୍ୟାରିଆଣ୍ଟକୁ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ରେ ୧୨ଜିବି ପର୍ଯ୍ୟନ୍ତ ରାମ୍ ସହ ମିଡିଆ ଟେକ୍ ଡାଇମେନ୍ସିଟି ୧୩୦୦ ପ୍ରୋସେସର ରହିଛି। ଏହା ଦୁଇଟି ରଙ୍ଗ ବିକଳ୍ପରେ ବଜାର ପ୍ରବେଶ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୭ା୮(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୫୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୧୧,୯୪୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପୁଣି ଏକ ମାଈହାତୀର ମୃତ୍ୟୁ
ବଣାଇ,୧୭ା୮(ସ୍ବ.ପ୍ର.): ସାରା ରାଜ୍ୟରେ ହାତୀ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜର କୁସୁମଡିହି ସେକ୍ସନର କେନ୍ଦୁଡିହି ନିକଟରେ ବୁଧବାର ପୁଣି ଏକ ମାଈହାତୀର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ…

