ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା
ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍ ଲେଆଉଟରେ ରହୁଥିବା ଡା. ବିକାଶ ରଞ୍ଜନ(୨୭)। ଘଟଣାରେ ପୋଲିସ ଯୁବତୀଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ବିକାଶ…
ଭାରତ-ଇଜିପ୍ଟ ପ୍ରତିରକ୍ଷା ଏମ୍ଓୟୁ
କାଇରୋ,୨୧ା୯: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଇଜିପ୍ଟ ଗସ୍ତ ଅବସରରେ ମଙ୍ଗଳବାର ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ୩ ଦିନିଆ ଗସ୍ତରେ ଯାଇଥିବା ରାଜନାଥ ତାଙ୍କ ଇଜିପ୍ଟ ପ୍ରତିପକ୍ଷ…
ତାମିଲ ଅଭିନେତ୍ରୀ ଜେସିକାଙ୍କ ଆତ୍ମହତ୍ୟା
ଚେନ୍ନାଇ,୨୧ା୯: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକାଙ୍କ ମୃତଦେହ ଚେନ୍ନାଇର ବିରୁଗାମ୍ବାକମ୍ ମଲ୍ଲିକା ଆଭେନ୍ୟୁ ଫ୍ଲାଟ୍ରୁ ରବିବାର ମିଳିଛି। ସେଠାରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ବିଫଳ ସମ୍ପର୍କ ତାଙ୍କ ମୃତ୍ୟୁର କାରଣ ବୋଲି ସେଥିରେ ଉଲ୍ଲେଖ ଅଛି। ଦୀପା…
ମ୍ୟାନ୍ମାରରେ ୩୦୦ ଭାରତୀୟ ପଣବନ୍ଦୀ
ଚେନ୍ନାଇ,୨୧ା୯: ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଚାକିରି ଲୋଭରେ ୬୦ ତାମିଲଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡ ଯିବାବେଳେ ମ୍ୟାନ୍ମାରରେ ଫସିଯାଇଛନ୍ତି। ନିଯୁକ୍ତି ଆଶାୟୀ ଭାରତୀୟଙ୍କୁ ସାଙ୍ଗରେ ନେଇ ଯାଉଥିବା ଏକ ଅନ୍ତର୍ଜାତୀୟ ରାକେଟ ସେମାନଙ୍କୁ ପଣବନ୍ଦୀ ରଖି ସାଇବାର ଅପରାଧ…
ଜୁଡୋ-କରାଟେ କେନ୍ଦ୍ରରେ ଜାରି ରହିଛି ଆତଙ୍କବାଦୀଙ୍କ ପ୍ରଶିକ୍ଷଣ: ଏନଆଇଏର ଦାବି…
ନୂଆଦିଲ୍ଲୀ, ୨୦।୯ : ଦେଶରେ ଆତଙ୍କବାଦୀଙ୍କୁ ତାଲିମ ଦେବା ପାଇଁ ଜୁଡୋ-କରାଟେ କେନ୍ଦ୍ରର ବ୍ୟବହାର କରାଯାଉଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏଭଳି କେନ୍ଦ୍ରରେ ଆତଙ୍କବାଦୀ ତାଲିମ ଶିବିର ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହିତ ସଂଯୁକ୍ତ…
ପ୍ରକାଶ ପାଇଲା ଓଜେଏସ୍ ମେନ୍ ପରୀକ୍ଷାଫଳ
କଟକ ଅଫିସ, ୨୦ା୯- ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍)-୨୦୨୧ର ମେନ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୨୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ରୋଲ୍ ନମ୍ବର ଓପିଏସ୍ସି ୱେବ୍ସାଇଟ୍ରେ ଉପଲବ୍ଧ ରହିଛି।…
ଅଷ୍ଟ୍ରେଲିଆ ବିଜୟୀ…
ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟିମ୍ ଇଣ୍ଡିଆକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ…
ବଡ଼ ଇନିଂସ ନ ହେଲେ ବି ଗୋଟିଏ ଛକା ମାରି ରେକର୍ଡ କଲେ ଭାରତୀୟ ଅଧିନାୟକ
ମୋହାଲି,୨୦।୯: ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାର ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛି ଭାରତ। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବଡ଼ ଇନିଂସ ଖେଳିପାରି ନ ଥିଲେ ହେଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରୋହିତ ଏକ…
ସ୍କୁଲ ଉପରେ ହେଲିକପ୍ଟରରୁ ଗୁଳି ବର୍ଷା କଲେ ମ୍ୟାନମାର ସୈନ୍ୟ, ୭ ସ୍କୁଲ ପିଲାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ…
ନାପିଦ୍ୱ, ୨୦।୯ : ମ୍ୟାନମାରର ଏକ ସ୍କୁଲ ଉପରେ ସୈନ୍ୟବାହିନୀ ହେଲିକପ୍ଟରରୁ ଗୁଳି ବର୍ଷା ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟରେ ଉପସ୍ଥିତ ଥିବା ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୭ ଜଣ ସ୍କୁଲ ପିଲା ମଧ୍ୟ ଅଛନ୍ତି।…
ପୁଅର ନାମ ‘ବାୟୁ’ ରଖିଲେ ସୋନମ୍
ବମ୍ବେ: ପୁଅର ନାମକରଣ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ପୁଅର ପ୍ରଥମ ଝଲକ ଦେଖାଇଛନ୍ତି ସେ। ଏଥିସହ ତାଙ୍କ ପୁଅର ନାମ ସେ ‘ବାୟୁ କପୁର ଆହୁଜା’…
କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ସ୍ମୃତି ମନ୍ଧାନା
ଦୁବାଇ, ୨୦ା୯: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗରେ ମଧ୍ୟ ସେ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଭାରତୀୟ ଖେଳାଳିଙ୍କ…
ସଙ୍କଟରେ ପୃଥିବୀ: ବିଶ୍ୱ ନେତାଙ୍କୁ ଜାତିସଂଘ ମହାସଚିବଙ୍କ ଚେତାବନୀ…
ଜେନେଭା, ୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାର ବାର୍ଷିକ ଶୀର୍ଷ ସ୍ତରୀୟକ ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟେରସ ବିଶ୍ୱ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ, ଖାଦ୍ୟ…
Archives


