ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା, ସତ୍ୟପାଲଙ୍କ ବଦଳରେ ବି.ଡ଼ି. ମିଶ୍ରା ମେଘାଳୟର ନୂଆ ରାଜ୍ୟପାଳ…
ନୂଆଦିଲ୍ଲୀ/ଶିଲଂ,୪।୧୦ : ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଛି। ଅକ୍ଟୋବର ୩ରେ ସତ୍ୟପାଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ଏହାକୁ ଆଉ ବୃଦ୍ଧି କରା ଯାଇ ନାହିଁ। ମଙ୍ଗଳବାର ମେଘାଳୟର ନୂତନ ରାଜ୍ୟପାଳ…
ପଦାର୍ଥ ବିଜ୍ଞାନରେ ଆଲେନ-କ୍ଲାଉଜର-ଆଣ୍ଟୋନଙ୍କୁ ନୋବେଲ…
ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ମଙ୍ଗଳବାର ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଏବଂ ଆଣ୍ଟୋନ ଜିଲିଙ୍ଗଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ନୋବେଲ ବିଜେତାମାନେ ଏନଟାଙ୍ଗେଲଡ…
ନିର୍ବାଚନୀ ପ୍ରତିଶ୍ରୁତି: ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ଅବଗତ କରାଇବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୪।୧୦ : ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମାଗଣା ଉପହାର କିମ୍ବା ପ୍ରତିଶ୍ରୁତି ବନ୍ଦକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଆୟୋଗ ଦଳମାନଙ୍କୁ ଭୋଟରଙ୍କୁ ସେମାନଙ୍କ ନିର୍ବାଚନ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତା…
ଏଫ୍ଏମ ରେଡିଓ ଷ୍ଟେଶନର ସମ୍ପ୍ରସାରଣ ଯୋଗ୍ୟତା ନୀତିରେ ୩ ସଂଶୋଧନ…
ନୂଆଦିଲ୍ଲୀ,୪।୧୦ : ବେସରକାରୀ ଏଫ୍ଏମ ରେଡିଓ ଷ୍ଟେଶନର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ଯୋଗ୍ୟତାରେ ସଂଶୋଧନ କରିଛନ୍ତି। ଏହି ତିନୋଟି ସଂଶୋଧନ ଏକତ୍ର ଘରୋଇ ଏଫଏମ ରେଡିଓ ଶିଳ୍ପକୁ ସ୍କେଲର ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ…
ଜାମିନ ପରେ ବି ଜେଲରେ ରହିବେ ଅନୀଲ ଦେଶମୁଖ…
ମୁମ୍ବାଇ,୪।୧୦ : ଅର୍ଥ ହେରଫେର ମାମଲାରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଇଡି ମାମଲାରେ…
କାଲିଫର୍ନିଆରେ ୪ ଭାରତୀୟ ଅପହୃତ, ୮ ମାସର ଶିଶୁକନ୍ୟା ବି ସାମିଲ…
ସ୍କ୍ରାମେଣ୍ଟୋ,୪।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଚାରିଜଣ ଭାରତୀୟ ମୂଳ ଲୋକଙ୍କୁ ଅପହରଣ କରାଯାଇଛି। ଏହି ଅପହରଣରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି। ସୋମବାର ମର୍ସିଡ…
ୟୁକ୍ରେନର ଅଞ୍ଚଳ ରୁଷିଆରେ ମିଶିବା ନେଇ ଆଇନଗତ ପଦକ୍ଷେପ, ଉଚ୍ଚ ସଦନରେ ମାନ୍ୟତା…
ମସ୍କୋ/କ୍ୱିଭ,୪।୧୦ : ଜନମତ ସଂଗ୍ରହ ମାଧ୍ୟମରେ ୟୁକ୍ରେନର ଚାରୋଟି ଅଞ୍ଚଳର ରୁଷିଆରେ ମିଶ୍ରଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହାକୁ ଆଇନଗତ ମାନ୍ୟତା ଦେବା ଆରମ୍ଭ କରିଛନ୍ତି। ସୋମବାର ରୁଷିଆ ସଂସଦର ନିମ୍ନ ଗୃହରେ ମିଶ୍ରଣ ସହ ଜଡିତ ଚୁକ୍ତିନାମାକୁ ଅନୁମୋଦନ…
ଘରୋଇ ବିମାନ ପାଇଁ ଏୟାର ଇଣ୍ଡିଆ ଜାରି କଲା ନୂଆ ମେନୁ
ନୂଆଦିଲ୍ଲୀ,୪।୧୦: ବର୍ତ୍ତମାନ ଭାରତରେ ପର୍ବର ମାହୋଲ ରହିଛି। ଏହାକୁ ନେଇ ଟାଟାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି। ଏୟାରଲାଇନ୍ସ ନିଜର ସମସ୍ତ ଘରୋଇ ବିମାନ ପାଇଁ ନୂତନ ଖାଦ୍ୟର ଏକ ତାଲିକା ପ୍ରକାଶ କରିଛି। ଏହି ନୂତନ…
କରୋନାରେ ବ୍ରେକ୍, ଦୈନିକ ସଂକ୍ରମଣ ୨ ହଜାର ତଳେ…
ନୂଆଦିଲ୍ଲୀ, ୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୫ ହଜାର ତଳେ ରହିଛି। ଗତ ୨୪…
ମୁଲାୟମ୍ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ
ନୂଆଦିଲ୍ଲୀ,୪।୧୦: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି। ହରିଆଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ମୁଲାୟମ୍ ସିଂହଙ୍କ ଚିକିତ୍ସା ଚାଲୁଛି। ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବର୍ତ୍ତମାନ ତାଙ୍କର…
ଉତ୍ତରାଖଣ୍ଡରେ ହିମସ୍ଖଳନ: ୨୦ ପର୍ବତାରୋହୀ ଫସି ରହିଥିବା ଆଶଙ୍କା
ଡେରାଡୁନ,୪।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ହିମସ୍ଖଳନ ହୋଇଛି। ଏହି ହିମସ୍ଫଳନରେ ଏକ ପ୍ରତିଷ୍ଠାନର ୨୦ ଟ୍ରେନି ପର୍ବତାରୋହୀ ଫସି ରହିଛନ୍ତି। ସୂଚନାନୁସାରେ, ହିମସ୍ଫଳନ ଯୋଗୁ ୨୯ ଜଣ ଲୋକ ସେଠାରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି।…
ରିଷଭ ପନ୍ତଙ୍କୁ ରୋମାଣ୍ଟିକ୍ ଅନ୍ଦାଜ୍ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗର୍ଲଫ୍ରେଣ୍ଡ
ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜି ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପନ୍ତଙ୍କୁ ତାଙ୍କ ପ୍ରେମିକା ଇଶା ନେଗି ଏକ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଇଶା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ…
Archives


