Posted inଖେଳ

ରାଜ୍ୟ ଫୁଟ୍‌ବଲ ଆସୋସିଏଶନକୁ ମିଳିବ ୨୪ ଲକ୍ଷ

ନୂଆଦିଲ୍ଳୀ, ୩ା୧୧ (ପି.ଟି.) ଦେଶରେ ରହିଥିବା ସମସ୍ତ ରାଜ୍ୟ ଫୁଟବଲ ଆସୋସିଏଶନଗୁଡିକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ପ୍ରଦାନ କରିବ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)। ବୁଧବାର ସ୍ଥାନୀୟ ଫୁଟବଲ ହାଉସରେ ଅଭିଜିତ୍‌ ପଲଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକ ପରେ ଏଆଇଏଫଏଫ୍‌ର ଉନ୍ନୟନ କମିଟି ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଏହି ଗ୍ରାଣ୍ଟକୁ ପୁରୁଷ ଓ ମହିଳା ଲିଗ୍‌, ୟୁଥ୍‌ ଲିଗ୍‌, ଅଫିସ୍‌, ଆସବାବପତ୍ର ଏବଂ ତୃଣମୂଳ ସ୍ତରରେ ବିକାଶ ପାଇଁ ବିନିଯୋଗ କରାଯିବ ବୋଲି ଏଆଇଏଫଏଫ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଏଆଇଏଫ୍‌ଏଫ୍‌ ପକ୍ଷରୁ ସମସ୍ତ ରାଜ୍ୟ ଆସୋସିଏଶନ୍‌ଗୁଡିକୁ ଏ ସମ୍ପର୍କିତ ପରିଚାଳନା ବୋର୍ଡ ଗଠନ ଏବଂ ଟେକ୍ନିକାଲ କୋ-ଅର୍ଡିନେଟର ନିଯୁକ୍ତି ନେଇ ମଧ୍ୟ ସହଯୋଗ କରାଯିବ। ଯଦି ପୂର୍ବରୁ ଏହି ପଦ ପାଇଁ ନିଯୁକ୍ତି ହୋଇଥାଏ ତେବେ ରାଜ୍ୟ ଆସୋସିଏଶନ୍‌ ଏହି ଗ୍ରାଣ୍ଟରୁ ଉକ୍ତ ଦୁଇ ନିଯୁକ୍ତି ପାଇଁ ମଧ୍ୟ ଅର୍ଥ ବ୍ୟୟ କରିପାରିବ।
ଏହି ଗ୍ରାଣ୍ଟ ପ୍ରଦାନ କରାଯିବା ପାଇଁ କ’ଣ ମାପଦଣ୍ଡ ରହିବ ତାହା ନିର୍ଦ୍ଧାରଣ କରିବା ଲାଗି ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ମୁଲରାଜ ସିଂ ଚୁଡାସମା, ବିଜୟ ବାଲି ଓ ରତନ କୁମାର ସିଂ ମୋଇରେଙ୍ଗଥାମଙ୍କୁ ନେଇ ଗଠିତ କମିଟି ଗ୍ରାଣ୍ଟ ଆବଣ୍ଟନକୁ ନେଇ ଏହାର ଫାଇନାଲ ରିପୋର୍ଟ ନଭେମ୍ବର ୧୫ ସୁଦ୍ଧା ପ୍ରଦାନ କରିବ। ଏଆଇଏଫ୍‌ଏଫ୍‌ର ଭବିଷ୍ୟତ ଯୋଜନା ନିର୍ଦ୍ଧାରଣ ହେବା ପରେ ବିଭିନ୍ନ ରାଜ୍ୟ ଆସୋସିଏଶନ୍‌ଗୁଡିକ ପାଇଁ ରୋଡମ୍ୟାପ ପ୍ରସ୍ତୁତ ସହଜ ରହିବ।

ଏହା ସହିତ ‘ବ୍ରଦର ଷ୍ଟେଟ୍‌ ପ୍ରୋଗ୍ରାମ’ ନାମକ ଏକ କାର୍ଯ୍ୟକ୍ରମ ଲଞ୍ଚ କରାଯାଉଛି, ଯେଉଁଥିରେ ଫୁଟବଲରେ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡିକ ଏକ ବା ଏକାଧିକ ରାଜ୍ୟକୁ ଫୁଟବଲ ପରିଚାଳନା, ବିକାଶ, ଲିଗ୍‌ ଆୟୋଜନ ଓ ତୃଣମୂଳ ସ୍ତରରେ ବିକାଶ ପରି ବିଷୟରେ ସହଯୋଗ କରିପାରିବେ। ବିଭିନ୍ନ ରାଜ୍ୟର ଲିଗ୍‌ ଓ ୟୁଥ୍‌ ଲିଗକୁ ଲୋକପ୍ରିୟ କରିବା ପାଇଁ ଏହାକୁ ଫିଫା ପ୍ଲସ୍‌ ପ୍ଲାଟଫର୍ମରେ ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ। ଏପରି କରିବା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକୁ ଆର୍ଥତ୍କ ସହାୟତା ମିଳିବା ସହିତ ଅଧିକ ଦର୍ଶକୀୟ ସପୋର୍ଟ ମଧ୍ୟ ମିଳିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?