୧୬ ରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଶିଳ୍ପସଂସ୍ଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ ନଭେମ୍ବର ୧୬ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସଂସ୍ଥାର ଦ୍ୱିବାର୍ଷିକ ଅଭିଯାନ ଅନୁଯାୟୀ ଗ୍ଲୋବାଲ ମାଇନିଂ ସମିଟ୍‌ (ଜିଏମ୍‌ଏସ୍‌) ସମେତ ଇଣ୍ଟରନ୍ୟାଶନାଲ ମାଇନିଂ ଆଣ୍ଡ ମେଶିନେରି ଏଗ୍‌ଜିବିଶନ (ଆଇଏମ୍‌ଏମ୍‌ଇ) ର ଆୟୋଜନ ମଧ୍ୟ କୋଲକାତାର ରାଜରହାଟ୍‌ସ୍ଥିତ ଇକୋ ପାର୍କଠାରେ କରାଯିବ।

ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋସତ୍ାହିତ କରିବା ଲାଗି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ହୋଟେଲ ପରିସରରେ ମଧ୍ୟ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା, ଶିଳ୍ପପତି ତଥା ଖଣି ଏବଂ ଖଣିଜ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶଶୀ ଶେଖର ମହାନ୍ତି କହିଛନ୍ତି, ଆଇଏମ୍‌ଏମ୍‌ଇ ଏବଂ ଜିଏମ୍‌ଏସ୍‌ ହେଉଛି ଖଣିଜ କ୍ଷେତ୍ରର ସର୍ବବୃହତ୍‌ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱର ପାଖାପାଖି ୫୦୦ରୁ ଅଧିକ ପ୍ରଦର୍ଶନକାରୀ ଏଥିରେ ଅଂଶଗ୍ରହଣ କରିବା ସହ ସେମାନଙ୍କର ଉପତ୍ାଦ ଏବଂ ସମାଧାନଗୁଡ଼ିକୁ ପ୍ରଦର୍ଶିତ କରିବେ ବୋଲି ଆଶା କରାଯାଉଛି। ଏକ ଖଣି ସମୃଦ୍ଧ ରାଜ୍ୟ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋସତ୍ାହିତ କରିବା ଲାଗି ଆମେ ଭୁବନେଶ୍ୱରଠାରେ ଏହି ରୋଡ୍‌ ଶୋ’ର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲି। ଫଳରେ ଏହା ମାଧ୍ୟମରେ ରାଜ୍ୟର ଖଣି ବ୍ୟବସାୟମାନେ ମଧ୍ୟ ଲାଭାନ୍ବିତ ହୋଇପାରିବେ।

ଏହି ପରିପ୍ରେକ୍ଷୀରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶଶୀ ଶେଖର ମହାନ୍ତି, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌, ବୈଦେଶିକ ବ୍ୟାପାର ମୁଖ୍ୟ ସୁନୀଲ ପାଣ୍ଡେ, ସିଆଇଆଇ ଇଆର୍‌ ଏମ୍‌ଏସ୍‌ଏମ୍‌ଇ ସବ୍‌ କମିଟି ଅଧ୍ୟକ୍ଷ ରବି ତୋଡି, ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ ବିଜୟ କୁମାର ଦାସ, ଓଡ଼ିଶା ସରକାରଙ୍କ ଡାଇରେକ୍ଟୋରେଟ ଅଫ୍‌ ମାଇନ୍ସ ଏବଂ ଜିଓଲୋଜି, ମାଇନ୍ସର ଯୁଗ୍ମ ନିର୍ଦ୍ଦେଶକ ସଲିଳ କୁମାର ବେହେରା ଏବଂ ଟାଟା ଷ୍ଟିଲ୍‌ ମାଇନିଂ ଏମ୍‌ଡି ପଙ୍କଜ ସତିଜା, ଖଣିଜ ଉତ୍ତୋଳନ ଏବଂ ଖଣିଜ ଦ୍ରବ୍ୟ ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ଚଳିତ ବର୍ଷର ଗ୍ଲୋବାଲ ମାଇନିଂ ସମ୍ମିଳନୀ ୨୦୨୨ର ବିଷୟବସ୍ତୁ ହେଉଛି ‘ଏକ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଖଣିଜର ଭୂମିକା’। ଉକ୍ତ ସମ୍ମିଳନୀରେ ଭାରତର ଖଣିଜ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଉଦୀୟମାନଧାରାକୁ ଆଲୋକିତ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri