୧୬ ରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଶିଳ୍ପସଂସ୍ଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ ନଭେମ୍ବର ୧୬ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସଂସ୍ଥାର ଦ୍ୱିବାର୍ଷିକ ଅଭିଯାନ ଅନୁଯାୟୀ ଗ୍ଲୋବାଲ ମାଇନିଂ ସମିଟ୍‌ (ଜିଏମ୍‌ଏସ୍‌) ସମେତ ଇଣ୍ଟରନ୍ୟାଶନାଲ ମାଇନିଂ ଆଣ୍ଡ ମେଶିନେରି ଏଗ୍‌ଜିବିଶନ (ଆଇଏମ୍‌ଏମ୍‌ଇ) ର ଆୟୋଜନ ମଧ୍ୟ କୋଲକାତାର ରାଜରହାଟ୍‌ସ୍ଥିତ ଇକୋ ପାର୍କଠାରେ କରାଯିବ।

ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋସତ୍ାହିତ କରିବା ଲାଗି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ହୋଟେଲ ପରିସରରେ ମଧ୍ୟ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା, ଶିଳ୍ପପତି ତଥା ଖଣି ଏବଂ ଖଣିଜ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶଶୀ ଶେଖର ମହାନ୍ତି କହିଛନ୍ତି, ଆଇଏମ୍‌ଏମ୍‌ଇ ଏବଂ ଜିଏମ୍‌ଏସ୍‌ ହେଉଛି ଖଣିଜ କ୍ଷେତ୍ରର ସର୍ବବୃହତ୍‌ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱର ପାଖାପାଖି ୫୦୦ରୁ ଅଧିକ ପ୍ରଦର୍ଶନକାରୀ ଏଥିରେ ଅଂଶଗ୍ରହଣ କରିବା ସହ ସେମାନଙ୍କର ଉପତ୍ାଦ ଏବଂ ସମାଧାନଗୁଡ଼ିକୁ ପ୍ରଦର୍ଶିତ କରିବେ ବୋଲି ଆଶା କରାଯାଉଛି। ଏକ ଖଣି ସମୃଦ୍ଧ ରାଜ୍ୟ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋସତ୍ାହିତ କରିବା ଲାଗି ଆମେ ଭୁବନେଶ୍ୱରଠାରେ ଏହି ରୋଡ୍‌ ଶୋ’ର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲି। ଫଳରେ ଏହା ମାଧ୍ୟମରେ ରାଜ୍ୟର ଖଣି ବ୍ୟବସାୟମାନେ ମଧ୍ୟ ଲାଭାନ୍ବିତ ହୋଇପାରିବେ।

ଏହି ପରିପ୍ରେକ୍ଷୀରେ ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ଉପାଧ୍ୟକ୍ଷ ଶଶୀ ଶେଖର ମହାନ୍ତି, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌, ବୈଦେଶିକ ବ୍ୟାପାର ମୁଖ୍ୟ ସୁନୀଲ ପାଣ୍ଡେ, ସିଆଇଆଇ ଇଆର୍‌ ଏମ୍‌ଏସ୍‌ଏମ୍‌ଇ ସବ୍‌ କମିଟି ଅଧ୍ୟକ୍ଷ ରବି ତୋଡି, ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ ବିଜୟ କୁମାର ଦାସ, ଓଡ଼ିଶା ସରକାରଙ୍କ ଡାଇରେକ୍ଟୋରେଟ ଅଫ୍‌ ମାଇନ୍ସ ଏବଂ ଜିଓଲୋଜି, ମାଇନ୍ସର ଯୁଗ୍ମ ନିର୍ଦ୍ଦେଶକ ସଲିଳ କୁମାର ବେହେରା ଏବଂ ଟାଟା ଷ୍ଟିଲ୍‌ ମାଇନିଂ ଏମ୍‌ଡି ପଙ୍କଜ ସତିଜା, ଖଣିଜ ଉତ୍ତୋଳନ ଏବଂ ଖଣିଜ ଦ୍ରବ୍ୟ ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ଚଳିତ ବର୍ଷର ଗ୍ଲୋବାଲ ମାଇନିଂ ସମ୍ମିଳନୀ ୨୦୨୨ର ବିଷୟବସ୍ତୁ ହେଉଛି ‘ଏକ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଖଣିଜର ଭୂମିକା’। ଉକ୍ତ ସମ୍ମିଳନୀରେ ଭାରତର ଖଣିଜ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଉଦୀୟମାନଧାରାକୁ ଆଲୋକିତ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri