ଓଡ଼ିଶା ସମେତ ୮ରାଜ୍ୟରୁ ରିପୋର୍ଟ ତଲବ
ଭୁବନେଶ୍ୱର,୨ା୯(ବ୍ୟୁରୋ):ଓଡ଼ିଶା ସମେତ ୮ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଆକ୍ରମଣ ଘଟଣାରେ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଗୁରୁବାର ସର୍ବୋଚ୍ଚ ଅଦାଲତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ…
ଶରତରେ ଅଗ୍ନିବର୍ଷା
ଭୁବନେଶ୍ୱର,୨ା୯(ବ୍ୟୁରୋ):ଶରତରେ ଗ୍ରୀଷ୍ମର ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି। ଦିନରେ ବାହାରକୁ ଯିବା ମୁସ୍କିଲ ହୋଇପଡୁଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ରହିଥିବାରୁ ରାଜ୍ୟରେ ତାତି ବଢ଼ୁଛି। ଆସନ୍ତା ୩ ଦିନ ପ୍ରବଳ ଗରମ ଜାରି ରହିବା ସହ…
ଜରାୟୁ କର୍କଟ ପାଇଁ ସ୍ବଦେଶୀ ଟିକା
ନୂଆଦିଲ୍ଲୀ, ୨ା୯:ସର୍ଭିକାଲ୍ କ୍ୟାନ୍ସର ବା ଜରାୟୁ କର୍କଟ ପାଇଁ ଦେଶରେ ପ୍ରଥମ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ସର୍ଭାଭାକ୍ ଭାକ୍ସିନ ଆଣିଥିବାବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି।…
ମୃତ୍ୟୁ ପୂର୍ବରୁ ୭ରୁ ଅଧିକ କଲ୍ କରିଥିଲେ ଶୁଭଶ୍ରୀ
ଭୁବନେଶ୍ୱର,୨ା୯(ବ୍ୟୁରୋ):ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ରହୁଥିବା ଶୁଭଶ୍ରୀ ମହାପାତ୍ରଙ୍କ ହତ୍ୟା ମାମଲାରେ ପୋଲିସ ଖୋଳତାଡ଼ ଜାରି ରଖିଛି। ଘଟଣାକୁ ୩ଦିନ ବିତିଥିବାବେଳେ ଶୁଭଶ୍ରୀଙ୍କ ମୋବାଇଲର କଲ୍ ଡିଟେଲ୍ସ ରିପୋର୍ଟ (ସିଡିଆର୍)ରୁ ପୋଲିସକୁ ବଡ଼ ପ୍ରମାଣ ମିଳିଛି। ମୃତ୍ୟୁ ପୂର୍ବରୁ ଅର୍ଥାତ୍…
ରୁଷିଆର ସମରାଭ୍ୟାସ ଆରମ୍ଭ: ଭାରତ, ଚାଇନା ସାମିଲ
ମସ୍କୋ,୧ା୯: ୟୁକ୍ରେନ୍ ଉପରେ ଆକ୍ରମଣ ମଧ୍ୟରେ ରୁଷିଆ ବଡ଼ ଧରଣର ସମରାଭ୍ୟାସ ଭୋଷ୍ଟୋକ୍-୨୦୨୨ ଗୁରୁବାର ଆରମ୍ଭ କରିଛି। ଏଥିତ୍ରେ ଭାରତ, ଚାଇନା ସମେତ ସୋଭିଏଟ୍ ସଂଘ ଅମଳର କେତେକ ଦେଶ ଏବଂ ଲାଓସ୍, ମଙ୍ଗୋଲିଆ, ନିକାରାଗୁଆ, ସିରିଆ ମଧ୍ୟ ସାମିଲ ହୋଇଛନ୍ତି।…
ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ: ଶେଷ ଓଭରରେ ୨୬ ରନ
ଦୁବାଇ,୧ା୯: ଏସିଆ କପ୍ ଟି୨୦ କ୍ରିକେଟରେ ଚମତ୍କାର ଧୂଆଁଧାର ଇନିଂସ ପରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ହଂକଂ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ମାତ୍ର ୨୬ ବଲ ଖେଳି ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ।…
ସାମ୍ନାକୁ ଆସିଲା ଏକ ସର୍ଭେ ରିପୋର୍ଟ: ବୋରିସ ସବୁଠୁ ଖରାପ ପ୍ରଧାନମନ୍ତ୍ରୀ
ଲଣ୍ଡନ,୧।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ସେ ଦେଶର ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ଏକ ଜନମତ ସର୍ଭେରୁ ଜଣାପଡ଼ିଛି। ଇପ୍ସୋସ୍ ନାମକ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ୧୯୪୫…
ଜାହାଜ ଅଟକି ସୁଏଜ କେନାଲ ଅବରୋଧ
ପ୍ୟାରିସ,୧।୯ : ଭୂମଧ୍ୟସାଗରକୁ ଲୋହିତ ସାଗର ସହ ସଂଯୋଗ କରୁଥିବା ସୁଏଜ୍ କେନାଲରେ ବୁଧବାର ରାତିରେ ଏକ ବଡ଼ ତୈଳବାହୀ ଜାହାଜ ଅଟକିଯିବାରୁ କିଛି ଘଣ୍ଟା ପାଇଁ ଉକ୍ତ କେନାଲ ଅବରୋଧ ହୋଇଯାଇଥିଲା। ୨୫୨ ମିଟର ଲମ୍ବା ଓ ୪୫ ମିଟର…
ଗଣେଶଙ୍କ ଆଧାରକାର୍ଡରେ ନିର୍ମିତ ହେଲା ପେଣ୍ଡାଲ
ରାଞ୍ଚି,୧।୯: ଗଣେଶ ପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଇତିମଧ୍ୟରେ ଝାଡ଼ଖଣ୍ଡରେ ଏକ ନିଆରା ମୂର୍ତ୍ତି ତିଆରି କରାଯାଇଥିବା ଦେଖିବାକୁ ମିଳିଛି। ଜାମଶେଦପୁରର ଏକ ପୂଜା ପଣ୍ଡାଲରେ ଗଣେଶଙ୍କ ଆଧାରକାର୍ଡ ତିଆରି ହୋଇଛି। ଏହି…
ପୁଣି ବିଗିଡ଼ିଲା ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରକୁ ସ୍ଥାନାନ୍ତର
ନୂଆଦିଲ୍ଲୀ,୧।୯: ବଲିଉଡ୍ କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବାର ମାସେ ପୂରଣ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁରୁବାର ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି।…
ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହିତ ନିଆରା ଢଙ୍ଗରେ ନୂଆଁଖାଇ ପାଳନ
ସୁନ୍ଦରଗଡ଼,୧।୯(ଡି.ଏନ୍.ଏ.): ନିଜର ନିଆରା କାର୍ଯ୍ୟକ୍ରମ ଦ୍ବାରା ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଟିମ୍ ଶ୍ମଶାନ ବନ୍ଧୁର ସଦସ୍ୟମାନେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟିମ୍ ଶ୍ମଶାନ ବନ୍ଧୁର ସଦସ୍ୟମାନେ ଗୁରୁବାର ସୁନ୍ଦରଗଡ଼ର ଲୁହୁରାଢିପା, ହାଉସିଂ ବୋର୍ଡ କଲୋନୀରେ ଥିବା ବୃଦ୍ଧାଶ୍ରମଠାରେ ଅନ୍ତେବାସୀଙ୍କ…
ବାଇକ ଦୁର୍ଘଟଣାରେ ୨ଶିଶୁ ଆହତ: ମହିଳା ସମେତ ୪ଗୁରୁତର
ସୋରଡା,୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ରାସ୍ତା ଜାତୀୟ ରାଜପଥ-୫୯ ସମାପଲ୍ଲୀ ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଶିଶୁ, ଜଣେ…
Archives


