Home

ବ୍ରାହ୍ମଣୀ ନଦୀ ବାମପାଶର୍‌ବ ବନ୍ଧରୁ ଅତଡ଼ା ଖସୁଛି

ପଟ୍ଟାମୁଣ୍ଡାଇ,୧୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦରପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ବ୍ରାହ୍ମଣୀ ନଦୀ ବନ୍ଧର ବାମପାର୍ଶ୍ୱର କେତେକ ସ୍ଥାନରୁ କ୍ରମାଗତ ଭାବେ ଅତଡ଼ା ଧସିବାରେ ଲାଗିଛି। ଫଳରେ ପାଖରେ ଥିବା ଚାଷଜମିଗୁଡିକ…

ନିର୍ମାଣର ୧ ମାସ ପରେ ଉଠିଯାଉଛି ପିଚୁ

ବାଲିକୁଦା,୧୪ା୨(ସ୍ବ.ପ୍ର.):ଜଗତ୍‌ସିଂହପୁର ଗ୍ରାମ ଉନ୍ନୟନ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାସେ ପୂର୍ବେ ମରିଚପୁର-ବନ୍ଦର ରାସ୍ତା ନିର୍ମାଣ ହୋଇଥିଲା। ମାତ୍ର ଏଠାରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଜିଲାର ବଙ୍ଗୋପସାଗର ଓ ଦେବୀନଦୀର ସଙ୍ଗମସ୍ଥଳ ହେଉଛି ବନ୍ଦର ା ଏଠାରେ ମା’…

ଡାକ୍ତରଖାନା ଛାତରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର,୧୪।୨(ବି.ପ୍ର.):ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଛାତରେ ଚଢ଼ି ଜଣେ ମାନସିକ ବିକୃତ ଯୁବକ ତଳକୁ ଡେଇଁବାକୁ ଧମକ ଦେଇଥିଲେ। ଦୀର୍ଘ ୧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଥିଲା। ଉକ୍ତ ଯୁବକଙ୍କ ନାମ ଶ୍ୟାମ ହରିଜନ। ସେ କେଉଁ…

ଭୁବନେଶ୍ୱର ଏମ୍ସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୧୪।୨(ବ୍ୟୁରୋ):ଏମ୍ସ ଭୁବନେଶ୍ବରରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌ (ନିତମ୍ବ ଗଣ୍ଠି)ର ଏକକାଳୀନ ପ୍ରତିରୋପଣ କରାଯାଇଥିଲା। ଭୁବନେଶ୍ବର ଏମ୍ସର ଏହି ସଫଳ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସୋମବାର ଟୁଇଟ୍‌…

‘ଜାତୀୟ ପତାକା ଭାରତର ଆତ୍ମା’

ପୁରୀ ଅଫିସ, ୧୪ା୨:ଜାତୀୟ ପତାକା ଭାରତର ଆତ୍ମା। ଏହା ଭାରତର ପ୍ରକୃତ ଚରିତ୍ର ଓ ପରିଚୟ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରିଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ସୋମବାର ପୁରୀ ପ୍ରବେଶ ପଥ ବୀରହରେକୃଷ୍ଣପୁର ଛକଠାରେ…

ଏଟିଏଫ୍‌ ଉପରୁ ୧% ଭାଟ୍‌ କମିଲା

ଓଡ଼ିଶାରେ ଅବସ୍ଥାପିତ ଯେକୌଣସି ବିମାନବନ୍ଦର, ହଲିପୋର୍ଟ, ହେଲିପ୍ୟାଡ୍‌, ଓ୍ବାଟର ଏରୋଡ୍ରମ୍‌ରେ ବିମାନ, ହେଲିକପ୍ଟର, ସାମୁଦ୍ରିକ ବିମାନଗୁଡ଼ିକ ପାଇଁ ରାଜ୍ୟ ସରକାର ଅଟୋମେଟିକ୍‌ ଟ୍ରାନ୍ସମିଶନ ଫ୍ଲୁଇଡ୍‌ (ଏଟିଏଫ୍‌) ତୈଳ ବିକ୍ରୟ ଉପରେ ଭାଟକୁ ୧% ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୨୦୨୭…

ଜେଲରେ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ଜେଲ ଅନ୍ତେବାସୀଙ୍କ କୌଣସି କାରଣରୁ ମୃତ୍ୟୁ ହେଲେ ସେମାନଙ୍କର ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବେ। ହାଇକୋର୍ଟ ଏବଂ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଜେଲ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ କ୍ଷତିପୂରଣ ପ୍ରଦାନ ରୁଲ୍ସ-୨୦୨୩ ପ୍ରଣୟନ…

ଜେଲ ଗଲେ ଦୁଇ ଏବିଭିପି ସଦସ୍ୟ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ଜେଏନ୍‌ୟୁ ପ୍ରଫେସର, କର୍ମକର୍ତ୍ତା ଓ ଅନ୍ୟ ଅତିଥିଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ…

୧୫ରୁ କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ମହାନଦୀ ଜଳ ବିବାଦ ମାମଲାର ଫଇସଲା ପାଇଁ ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହେ ଧରି କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ। ଏନେଇ ସୋମବାର ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲ ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩…

ଚତୁର୍ଥୀରେ ନବଦମ୍ପତିଙ୍କ ମୃତ୍ୟୁ

ଗୋପାଳପୁର,୧୪ା୨(ଡି.ଏନ.ଏ.):ଚାରିଦିନ ଦିନ ପୂର୍ବେ ପଡ଼ିଥିଲା ହାତଗଣ୍ଠି। ପାଦରୁ ଅଳତା ଲିଭିନି। ଘରୁ ମଧ୍ୟ ବିଦା ହୋଇନାହାନ୍ତି ବନ୍ଧୁବାନ୍ଧବ। ହେଲେ ଚତୁର୍ଥୀ ଦିନରେ ଲିଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ। ସୋମବାର ସଡ଼କ ଦୁର୍ଘଟଣାରେ ନବଦମ୍ପତିଙ୍କ ମୃତ୍ୟୁ ଘଟଣା ଗଞ୍ଜାମ ଜିଲା ଗୋଳନ୍ଥରାରେ…

ମାଗଣାରେ ବ୍ୟବହାର କରିହେବ ସରକାରୀ ଶୌଚାଳୟ

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ରାଜ୍ୟର ସବୁ ସହରରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ସରକାରୀ ଶୌଚାଳୟଗୁଡ଼ିକୁ ଲୋକମାନେ ଏଣିକି ମାଗଣାରେ ଉପଯୋଗ କରିପାରିବେ। ଏଥିପାଇଁ ଲୋକଙ୍କୁ ଆଉ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ରାଜ୍ୟର ସମସ୍ତ ପବ୍ଲିକ ଓ କମ୍ୟୁନିଟି ଟଏଲେଟଗୁଡ଼ିକ ସମ୍ମୁଖରେ…

ରିମାଣ୍ଡ ଶେଷ, ଜେଲ ଗଲେ ଗୋପାଳ

ବ୍ରଜରାଜନଗର, ୧୪ା୨(ଡି.ଏନ.ଏ.): ରିମାଣ୍ଡ ଅବଧି ସରିବା ପରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ସୋମବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ଅଦାଲତଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri