ହାଇକୋର୍ଟରେ ରାଜ୍ୟର ୩ ଡଙ୍ଗାବୁଡ଼ି ମାମଲା: ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ
କଟକ ଅଫିସ,୧୪ା୨:ହାଇକୋର୍ଟରେ ବିଚାରାଧୀନ ଥିବା ଓଡ଼ିଶାରେ ସଂଘଟିତ ୩ଟି ଡଙ୍ଗାବୁଡ଼ି ମାମଲାର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଏବଂ ବିଚାରପତି ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ…
ରବି ନନ୍ଦ ଅସୁସ୍ଥ
ଜୟପୁର, ୧୪।୨(ନି.ପ୍ର.):ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର…
ୟୁଏଫ୍ଓ: ଆମେରିକା-ଚାଇନା ମୁହାଁମୁହିଁ
ଓ୍ବାଶିଂଟନ୍/ବେଜିଂ ୧୪ା୨:ରହସ୍ୟଜନକ ଉଡ଼ନ୍ତା ବସ୍ତୁକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି। ଆମେରିକା ୮ ଦିନ ଭିତରେ ୪ଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍ଓ)କୁ ଆକାଶରୁ ଖସାଇବା ପରେ…
‘ପିର୍ଭାକରନ ଜୀବିତ’
ତାଞ୍ଜାଭୁର,୧୪ା୨:ଶ୍ରୀଲଙ୍କା ସରକାର ଏଲ୍ଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପିର୍ଭାକରନଙ୍କୁ ମୃତ ଘୋଷଣା କରିବାର ୧୪ ବର୍ଷ ପରେ ସେ ଜୀବିତ ଥିବା ନେଇ ତାମିଲନାଡୁର ପୂର୍ବତନ ରାଜନେତା ତଥା ବିଶ୍ୱ ତାମିଲ ମହାସଂଘର ଅଧ୍ୟକ୍ଷ ପାଝା ନେଦୁମାରାନ ସୋମବାର ଦାବି କରିଛନ୍ତି। ଲିବରେଶନ…
ହାଇସ୍କୁଲ ପାଇଁ ୬,୦୨୫ ଏଲ୍ଟିଆର୍ ଶିକ୍ଷକ
ଭୁବନେଶ୍ୱର,୧୪ା୨(ବ୍ୟୁରୋ):ହାଇସ୍କୁଲଗୁଡ଼ିକରେ ଶିକ୍ଷକମାନେ ଛୁଟି, ଟ୍ରେନିଂ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିଲେ ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ବିଷୟରେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ହାଇସ୍କୁଲଗୁଡ଼ିକରେ ପୂର୍ବ ଅନୁମୋଦନଠାରୁ ଆଉ ୧୫ ପ୍ରତିଶତ ଅଧିକ ଶିକ୍ଷକ (ଲିଭ୍,…
ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି: ଦର ବଢ଼ିବ
ନୂଆଦିଲ୍ଲୀ,୧୪।୨:ଭାରତର ଖୁଚୁରା ମୁଦ୍ରାସ୍ଫୀତି ଗତ ଜାନୁୟାରୀରେ ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଧାର୍ଯ୍ୟ ସୀମାଠାରୁ ଯଥେଷ୍ଟ ଅଧିକ। ପୂର୍ବ ମାସରେ ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିଥିଲା। ପୂର୍ବ ମାସରେ ମୁଦ୍ରାସ୍ଫୀତି ୦.୪ ପ୍ରତିଶତ ହ୍ରାସ…
ରାହୁଲଙ୍କ ବିମାନ ଅବତରଣ କରିବାକୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ,୧୪।୨: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଏବଂ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ ପ୍ରୟାଗରାଜରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀଙ୍କୁ ସୋମବାର ବିଳମ୍ବିତ ରାତିରେ କେରଳର ୱାୟାନାଡରୁ ପ୍ରୟାଗରାଜ ଗସ୍ତ ବାତିଲ କରିବାକୁ ପଡିଛି। ଏହି…
‘ମୋ ସହ ୨ଥର ବିଶ୍ୱାସଘାତକତା ହୋଇଛି’
ପୁଣେ,୧୪।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏକ ବଡ଼ ଖୁଲାସା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଫଡନଭୀସ କହିଛନ୍ତି, ମୋ ସହ ଦୁଇଥର ବିଶ୍ୱାସଘାତକତା କରାଯାଇଛି। ଉଦ୍ଧବ ଠାକରେ ପ୍ରଥମେ କରିଥିଲେ। ଆମେ ତାଙ୍କ ସହ ନିର୍ବାଚନ ଲଢିଥିଲୁ। ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ…
ବେକାର ଗଲା ପ୍ରଥମ ପର୍ଯ୍ୟାୟ
ନୂଆଦିଲ୍ଲୀ,୧୪।୨: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ଦଳଗୁଡ଼ିକ ଆଦାନୀ ପ୍ରସଙ୍ଗ ଉଠାଇ ଉଭୟ ଗୃହକୁ କ୍ରମାଗତ ଭାବେ ଅଚଳ କରି ରଖିଥିଲେ। ଫଳରେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଏକପ୍ରକାର ବେକାର ଯାଇଛି। ଆମେରିକାର ଶର୍ଟ ସେଲର କମ୍ପାନୀ ହିଣ୍ଡେନ୍ବର୍ଗ ରିପୋର୍ଟରେ…
ମୋ ପରିବାରର ୨ ସଦସ୍ୟଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲା ଭାଜପା: ମମତା
ମୋ ପରିବାରର ୨ ସଦସ୍ୟଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲା ଭାଜପା: ମମତା କୋଲକାତା,୧୪।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ତାଙ୍କ ଭାଇ ଓ ବୋହୂଙ୍କୁ…
କୋର୍ଟ କ୍ୟାମ୍ପସ୍ ନିକଟରେ ଯୁବକଙ୍କୁ ହତ୍ୟା
କୋଏମ୍ବାଟୁର,୧୩।୨: ତାମିଲନାଡୁର କୋଏମ୍ବାଟୁର କୋର୍ଟ କ୍ୟାମ୍ପସ୍ ନିକଟରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସୋମବାର ଅପରାହ୍ନରେ ହତ୍ୟା କରାଯାଇଛି। ଏକ ଅଜଣା ଗ୍ୟାଙ୍ଗ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହାକୁ ନେଇ କୋଏମ୍ବାଟୁର ସହର ମଧ୍ୟଭାଗରେ ଥିବା ଗୋପାଳପୁରମ୍…
ଶୁଭେନ୍ଦୁ ଅଧିକାରୀ ବିଧାନସଭାରୁ ନିଲମ୍ବନ ପରେ ପ୍ରତ୍ୟାହୃତ ହେଲା ନିର୍ଦ୍ଦେଶ
କୋଲକାତା,୧୩।୨: ଆକ୍ଷେପମୂଳକ ମନ୍ତବ୍ୟ ପାଇଁ ନନ୍ଦିଗ୍ରାମର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ସୋମବାର ନିଲମ୍ବନ କରିଥିଲେ। ତେବେ କିଛି ସମୟ ପରେ ସେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଟିଏମ୍ସି ସଦସ୍ୟ ତାପସ ରାୟ ଶୁଭେନ୍ଦୁଙ୍କ ବିରୋଧରେ…
Archives


