ଭୁବନେଶ୍ୱର ଓପନ୍ ଚେସ୍: ହର୍ଷିତ ଚାମ୍ପିୟନ
ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ୩୬ତମ ଓପନ୍ ଚେସ୍ ଟୁର୍ନାମେଣ୍ଟ ରବିବାର ଟଙ୍କପାଣି ରୋଡ୍ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ପ୍ରତିଯୋଗିତାରେ ୫.୫ ପଏଣ୍ଟ ପାଇ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ…
୨୮,୯୭୦ ପର୍ଯ୍ୟଟକ ନନ୍ଦନକାନନ ବୁଲିଲେ
ବାରଙ୍ଗ,୯।୧(ଡି.ଏନ୍.ଏ.): ପାଗ ଭଲଥିବାରୁ ଚଳିତ ବର୍ଷ ଦ୍ବିତୀୟ ରବିବାରରେ ୨୮,୯୭୦ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଛନ୍ତି। ସେଥି ମଧ୍ୟରେ ଅଫ୍ଲାଇନରେ ୨୭୦୯ ଓ ଅନ୍ଲାଇନରେ ୧୮୧୯ ଜଣ ପର୍ଯ୍ୟଟକ ଟିକେଟ ସଂଗ୍ରହ କରିଥିଲାବେଳେ ୬୦ ଜଣ ଦିବ୍ୟାଙ୍ଗ ବିନା ଦେୟରେ ପ୍ରବେଶ…
ଡବ୍ଲ୍ୟୁବିଏ ଟାଇଟଲ ବଜାୟ ରଖିଲେ ଡେଭିସ୍
ଓ୍ବାଶିଂଟନ, ୯ା୧ (ଏପି): ଗର୍ଭୋଣ୍ଟା ଡେଭିସ୍ ତାଙ୍କ ଡବ୍ଲ୍ୟୁବିଏ ଓ୍ବାଲର୍ଡ ଲାଇଟ୍ଓ୍ବେଟ୍ ଟାଇଟଲ ବଜାୟ ରଖିଛନ୍ତି। ରବିବାର ସକାଳେ ୮ ରାଉଣ୍ଡ ଲଢେଇ ପରେ ଟେକ୍ନିକାଲ ନକ୍ଆଉଟ୍ରେ ସେ ହେକ୍ଟର ଲୁଇସ୍ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ଗାର୍ସିଆଙ୍କର ୧୭ତମ ମୁକାବିଲାରେ ଏହା…
ଓଡ଼ିଶା ଓପନ୍ ଟ୍ରାପ୍ ଶୁଟିଂ:ରଶ୍ମି, ଅବିନାଶଙ୍କୁ ପ୍ରଥମ ସ୍ଥାନ
ଭୁବନେଶ୍ୱର,୯ା୧ (ସ୍ପୋଟର୍ସ ବ୍ୟୁରୋ): ଚନ୍ଦକା ସ୍ଥିତ ମନୋରମା ପ୍ରପର୍ଟିଜ୍ରେ ପ୍ରଥମ ଓଡ଼ିଶା ଓପନ୍ ଟ୍ରାପ୍ ଶୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନବନିର୍ମିତ ଟ୍ରାପ୍ ଶୁଟିଂ ରେଞ୍ଜକୁ ସଂଘର ଉପସଭାପତି କଳିକେଶ ନାରାୟଣ ସିଂଦେଓ ଉଦ୍ଘାଟନ କରିଥିଲେ। ପ୍ରତିଯୋଗିତାରେ ପୁରୁଷ ବିଭାଗରେ ଅବିନାଶ…
ସବୁ ଏମ୍ସ ହେବ ଉତ୍କର୍ଷ କେନ୍ଦ୍ର:ମାଣ୍ଡଭ୍ୟ
ଭୁବେନଶ୍ବର,୯ା୧(ବ୍ୟୁରୋ): ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ବଡି (ସିଆଇବି)ର ୬ଷ୍ଠ ବୈଠକ ରବିବାର ଭୁବନେଶ୍ବର ଏମ୍ସରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ…
ଇଣ୍ଡିଆନ ଓପନ୍ ଗେଟ୍ବଲ ଉଦ୍ଘାଟିତ
ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓପନ ଗେଟ୍ବଲ (ଆଇଜିୟୁ) ଟୁର୍ନାମେଣ୍ଟର ନବମ ସଂସ୍କରଣ ରବିବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି। ସୋଆ ବିଶ୍ୱବିଦ୍ୟାଳୟ କୁଳପତି ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ…
ଜୋକୋଭିଚ୍ଙ୍କୁ ଆଡିଲେଡ୍ ଇଣ୍ଟରନ୍ୟାଶନାଲ ଟାଇଟଲ୍
ଆଡିଲେଡ୍, ୯ା୧(ପି.ଟି.): ସର୍ବିଆର ନୋଭାକ୍ ଜୋକୋଭିଚ୍ ରବିବାର ଆଡିଲେଡ୍ ଇଣ୍ଟରନ୍ୟାଶନାଲ ଟେନିସ ଟାଇଟଲ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ପ୍ରସ୍ତୁତି ପାଇଁ ଏହି ଟୁର୍ନାମେଣ୍ଟ ଖେଳିଥିବା ଜୋକୋଭିଚ୍ ଆମେରିକାର ଅଣସିଡେଡ୍ ଖେଳାଳି ସେବାଷ୍ଟିଆନ୍ କୋର୍ଡାଙ୍କୁ ୬-୭(୮), ୭-୬(୩) ଓ ୬-୪ ସେଟ୍ରେ…
ଦୁର୍ଘଟଣାରେ ରେସର କୁମାରଙ୍କ ମୃତ୍ୟୁ
ଚେନ୍ନାଇ,୯ା୧(ପି.ଟି.): ସ୍ଥାନୀୟ ମାଡ୍ରାସ ଇଣ୍ଟରନ୍ୟାଶନାଲ ସର୍କିଟରେ ରବିବାର ଅନୁଷ୍ଠିତ ଏମ୍ଆର୍ଏଫ୍ ଏମ୍ଏମ୍ଏସ୍ସି ଏଫ୍ଏମ୍ଏସ୍ସିଆଇ ଇଣ୍ଡିଆନ ନ୍ୟାଶନାଲ କାର୍ ରେସିଂ ଚାମ୍ପିୟନଶିପ୍ର ଦ୍ୱିତୀୟ ରାଉଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ରେସ୍ର କେ.ଇ. କୁମାରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା।…
ଷ୍ଟେଶନ ପ୍ଲାଟଫର୍ମରେ ପଡ଼ି ମହିଳା ମୃତ
ପୁରୀ ଅଫିସ,୯ା୧: ପୁରୀ ରେଲଓ୍ବେ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଷ୍ଟେଶନର ୬ନଂ. ପ୍ଲାଟଫର୍ମରେ ଠେଲାପେଲାରେ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର କୁନିମଣି ନାୟକ। ଏ ନେଇ ରେଲଓ୍ବେ…
‘ଭାରତ ବିପକ୍ଷ ମ୍ୟାଚ୍ ଚ୍ୟାଲେଞ୍ଜପୂର୍ଣ୍ଣ’
ସ୍ପେନ୍, ଓ୍ବେଲ୍ସ, କୋରିଆ ପହଞ୍ଚିଲା ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି)/ ରାଉରକେଲା ଅଫିସ, ୯।୧: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ହକି ବିଶ୍ୱକପ୍ ପାଇଁ ଦଳଗୁଡ଼ିକର ଆସିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ରବିବାର ସ୍ପେନ୍…
ଅନୁଗୋଳକୁ ହରାଇ ମୁକ୍ତେଶ୍ୱର ସେମିରେ
ଢେଙ୍କାନାଳ ଅଫିସ,୯।୧: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେଡ଼ାପଡ଼ା ଗ୍ରାମସ୍ଥିତ ମା’ ଅନ୍ଧାରି କ୍ରିକେଟ୍ କ୍ଲବ ପକ୍ଷରୁ ୧୨ତମ ସୁବାସ ମେମୋରିଆଲ କ୍ରିକେଟ୍ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ…
ଉଦ୍ଧାର ନାବାଳିକା ବର୍ଷେ ପରେ ଫେରିଲେ ନାଗାଲାଣ୍ଡ
ଖୋର୍ଦ୍ଧା ଅଫିସ,୯ା୧: ବର୍ଷେ ତଳେ ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ନାବାଳିକା ଖୋର୍ଦ୍ଧା ଜିଲା ପ୍ରଶାସନର ସହଯୋଗକ୍ରମେ ନିଜ ରାଜ୍ୟ ନାଗାଲାଣ୍ଡକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତବର୍ଷ ଫେବୃୟାରୀ ୫ରେ ଭୁବନେଶ୍ୱର ରେଲୱେ ଷ୍ଟେଶନରେ ରେଲଓ୍ବେ ଚାଇଲ୍ଡ ଲାଇନ ନାଗାଲାଣ୍ଡର…
Archives


