Home

କେଦାରନାଥରେ ଅଘଟଣ: ହେଲିକପ୍ଟର ପଙ୍ଖାରେ ଅଧିକାରୀଙ୍କ ଗଳା କଟିଲା…

ଡେରାଡୁନ,୨୩।୪ : ଉତ୍ତରାଖଣ୍ଡ ଚାର୍‌ ଧାମ ଯାତ୍ରାର ଦ୍ୱିତୀୟ ଦିନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା କେଦାରନାଥ ହେଲିପ୍ୟାଡରେ ଘଟିଛି। କେଦାରନାଥ ହେଲିପ୍ୟାଡରେ ହେଲିକପ୍ଟରରୁ ଅବତରଣ କରିବା ମାତ୍ରେ ଉତ୍ତରାଖଣ୍ଡର ଜଣେ ଅଧିକାରୀଙ୍କ ଗଳା ହେଲିକପ୍ଟରର…

୮୦ ବର୍ଷ ପରେ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡ଼ିଥିବା ଜାପାନ ଜାହାଜ

ଓ୍ବାଶିଂଟନ,୨୩ା୪:  ପ୍ରଥମ ବିଶ୍ୱଯୁଦ୍ଧ ପରେ ଦୁନିଆର ସବୁଠାରୁ ବିନାଶକାରୀ ଯୁଦ୍ଧ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଏହି ଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ରୁଷିଆ…

ଦୁର୍ନୀତି ଯାଞ୍ଚ୍‌ ପ୍ରତିଶ୍ରୁତି ଦେଇ ଭୋଟ ମାଗି କ୍ଷମତାକୁ ଆସିଥିଲୁ: ଗେହଲୋଟଙ୍କୁ ଘେରିଲେ ସଚିନ…

ଜୟପୁର,୨୩।୪ : ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ କଂଗ୍ରେସ ନେତା ସଚିନ ପାଇଲଟ ଆଜିକାଲି ନିଜ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଦିନକୁ ଦିନ ବଢ଼ିବାରେ…

ଟସ ଜିତିଲା ଆରଆର, ପ୍ରଥମେ ବୋଲିଂ…

ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଆରଆର ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ…

ସୁପ୍ରିମକୋର୍ଟ ୫ ବିଚାରପତିଙ୍କୁ କରୋନା: ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ବିଳମ୍ବ…

ନୂଆଦିଲ୍ଲୀ,୨୩।୪ : ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲାରେ ଦ୍ରୁତ ଗତିରେ ଚାଲିଛି। ଏଥି ସହିତ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ବିଚାରପତି ମଧ୍ୟ ଅଛନ୍ତି ଯେଉଁମାନେ ସମଲିଙ୍ଗୀ ବିବାହ ପାଇଁ…

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

୨୦୨୩ ଆଇପିଏଲ୍‌ରେ ଆଶା କରାଯାଉ ନ ଥିବା ଖେଳାଳିମାନେ ବି ଭଲ ପ୍ରଦର୍ଶନ କରୁଛନ୍ତି। କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ହୁଅନ୍ତୁ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସର ତିଲକ ବର୍ମା ହୁଅନ୍ତୁ। ଏହି ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଚଳିତ ସିଜନରେ ବେଶ୍‌ ପ୍ରଭାବଶାଳୀ…

ବୃଦ୍ଧାଙ୍କ ଦାଢି

ଲମ୍ବା ଦାଢି ରଖିବା ଆଜିକାଲି ପୁରୁଷମାନଙ୍କର ଫ୍ୟାଶନ ପାଲଟିଛି। କିଏ ଲମ୍ବା ତ କିଏ ଛୋଟ ଦାଢି ବେଶ୍‌ ସାଇଜ୍‌୍‌ରେ ରଖୁଛନ୍ତି। ହେଲେ କେବେ ମହିଳା ଦାଢି ରଖୁଥିବା କଥା ଜାଣିଛନ୍ତି? ଆମେରିକା, ଓକ୍ଲୋହାମାସ୍ଥ ଲ’ଟନ୍‌ରେ ରୁହୁଥିବା ଜଣେ ବୃଦ୍ଧା ଦାଢି…

ରାସ୍ତାର ଖାଲଖମାରେ କଣ୍ଢେଇର ଫଟୋସୁଟ୍‌

ରାସ୍ତାରେ ଥିବା ଖାଲଖମା ଅନେକ ସମୟରେ ବଡ଼ ବଡ଼ ବିପଦର କାରଣ ସାଜିଥାଏ। ତଥାପି ଅନେକ ସମୟରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ଠିକ୍‌ ସେମିତି ବ୍ରିଟେନ୍‌ରେ ବି ଘଟିଥିଲା। ଆଉ ତାକୁ ସମାଧାନ କରିବା ତଥା ପ୍ରଶାସନର ଦୃଷ୍ଟି…

କଥା ସେଫ୍ଟି ପିନ୍‌ର

ଆମେରିକୀୟ ମେକାନିକ୍‌ ଓ୍ବାଲ୍ଟର ହଣ୍ଟ ହେଉଛନ୍ତି ସେଫ୍ଟି ପିନ୍‌ର ଉଦ୍ଭାବକ। ଓ୍ବାଲ୍ଟର ହଣ୍ଟ ଛୋଟ ଛୋଟ କିନ୍ତୁ ଅତି ଆବଶ୍ୟକୀୟ ଜିନିଷର ଉଦ୍ଭାବକଭାବେ ବେଶ୍‌ ପରିଚିତ। କୁହାଯାଏ ଥରେ ଓ୍ବାଲ୍ଟର ହଣ୍ଟ ଅନେକ କରଜରେ ବୁଡି ରହିଥିଲେ। ସେଇ କରଜକୁ ପରିଶୋଧ…

ପର୍ଯ୍ୟଟନର ସହର ସମ୍ବଲପୁର

ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ତ ଅନେକ ଦର୍ଶନୀୟ ସ୍ଥାନ ରହିଛି, ହେଲେ ତନ୍ମଧ୍ୟରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ଚିପିଲିମାର ମା’ ଘଣ୍ଟେଶ୍ୱରୀ ଓ ହୀରାକୁଦ ଜଳଭଣ୍ଡାରର ରହିଛି କିଛି ଭିନ୍ନ ଆକର୍ଷଣ… ମା’ ସମଲେଶ୍ବରୀ ପୀଠଟି ସମ୍ବଲପୁର ସିଟି…

ଡ୍ୟାନ୍ସ କରୁକରୁ ପଡ଼ିଗଲେ କୁନିଝିଅ, ପରେ ଯାହା ହେଲା ଭିଡିଓ ଦେଖିଲେ…

ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନେ ପ୍ରତ୍ୟେକ କୋଣରେ ନିଜ ଭିତରେ ପ୍ରତିଭା ଲୁଚାଇ ବସିଛନ୍ତି। ସୋସିଆଲ ମିଡିଆ ଯୋଗୁ ଏହି ପ୍ରତିଭାମାନେ ଆଗକୁ ଆସିବାର ସୁଯୋଗ ପାଇଛନ୍ତି। ଅନେକ ଲୋକ ଅଛନ୍ତି, ଯେଉଁମାନେ କେବଳ ସୋସିଆଲ ମିଡିଆ ଯୋଗୁ ପ୍ରସିଦ୍ଧ…

ଦେଶ ନିର୍ମାଣରେ ରାଜ୍ୟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ: ଅର୍ଥମନ୍ତ୍ରୀ…

ବେଙ୍ଗାଲୁରୁ,୨୩।୪ : ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ନାଟକର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ସେ ରାଜ୍ୟଗୁଡ଼ିକର ଭୂମିକା ବିଷୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri