Home

କର୍ନାଟକରେ ମତ ଗଣନା ଜାରି, କଂଗ୍ରେସ ଛୁଇଁଲାଣି ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର

ବେଙ୍ଗାଲୁରୁ,୧୩।୫: ବହୁ ପ୍ରତିକ୍ଷିତ କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସାରା ଦେଶର ନଜର ଏହା ଉପରେ ଥିବା ବେଳେ କଂଗ୍ରେସ ଭୋଟ ଗଣତିର ଏକ ଘଣ୍ଟା ମଧ୍ୟରେ ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର ଛୁଇଁ ସମସ୍ତଙ୍କୁ…

ପ୍ରଥମ ବାଜି କଂଗ୍ରେସ ହାତରେ: ୨୨୧ ଆସନରୁ କଂଗ୍ରେସ ୧୧୧ରେ ଆଗୁଆ, ୮୧ରେ ଭାଜପା

ବେଙ୍ଗାଲୁରୁ,୧୩।୫: ଏବେ ସାରା ଦେଶବାସୀଙ୍କ ନଜର କର୍ନାଟକ ବିଧାନସଭା ନିର୍ବାଚନ ଉପରେ। ଶନିବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୨୨୪ ଆସନ ମଧ୍ୟରୁ ୨୧୧ ଆସନ ମଧ୍ୟରୁ କଂଗ୍ରେସ୧୧୧ରେ ଆଗୁଆ ଥିବା ବେଳେ ଭାଜପା ମାତ୍ର ୮୧ ଟିରେ ଆସନରେ…

କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ: ଅଧା ଆସନରେ ଭାଜପା-କଂଗ୍ରେସ ମଧ୍ୟରେ କଡା ମୁକାବିଲା

ବେଙ୍ଗାଲୁରୁ,୧୩।୫: ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଗଣତିରେ ପ୍ରଥମ ପର୍ଯ୍ୟାୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି। ସମସ୍ତ ୨୨୪ଟି ଆସନ…

ଝାରସୁଗୁଡାରେ ଆରମ୍ଭ ହେଲା ଭୋଟ ଗଣତି

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ୮ଟା ୩୦ ମିନଟ୍‌ରେ ଇଭିଏମ ଗଣତି ଆରମ୍ଭ ହେବ। ଭୋଟ ଗଣତି ନିମନ୍ତେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା ଜିଲା…

କର୍ନାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ.୧୩।୪: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ତେବେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କିଛି ସମୟ ପରେ କର୍ନାଟକ କାହାର ହେବ ତାହା ସ୍ପଷ୍ଟ ହୋଇଯିବ। କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମେ’୧୦ରେ ଭୋଟଗ୍ରହଣ କରାଯାଇଥିଲା।

ମ୍ୟାନ୍‌ମାର ସୈନ୍ୟଙ୍କ ବର୍ବରତା: ୧୯ ଜଣଙ୍କୁ ମାରି ଜାଳିଦେଲେ

ବ୍ୟାଙ୍କକ୍‌, ୧୩ା୫: ମ୍ୟାନ୍‌ମାରର ସାମରିକ ସରକାର ଅମଳରେ ସେନା ବର୍ବରତା ସୀମା ଲଙ୍ଘିଛି। ସୈନ୍ୟମାନେ ୪ ଶିଶୁଙ୍କ ସମେତ ୧୯ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳିଦେଇଛନ୍ତି। ବାଗୋ ଅଞ୍ଚଳର ନ୍ୟାୟୁଙ୍ଗ୍‌ ପିନ୍‌ ଥର୍‌ ଗ୍ରାମରେ ବୁଧବାର ସାମରିକ…

ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ, ୧୩ା୫: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଦୁଇବର୍ଷ ପୂର୍ବେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ତତ୍କାଳୀନ ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ଶୁକ୍ରବାର ଦୁର୍ନୀତି ମାମଲା…

ଆଦାନୀ-ହିଣ୍ଡେନବର୍ଗ ବିବାଦ: ତଦନ୍ତ ଶେଷ ପାଇଁ ସେବିକୁ ଆଉ ୩ ମାସ ସମୟ ମିଳିପାରେ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମୂଲ୍ୟରେ ଜାଲିଆତି କରିବା ସହ ନିୟାମକକୁ ତଥ୍ୟ ପ୍ରଦାନ କରି ନ ଥିବା ଅଭିଯୋଗ ଉପରେ ତଦନ୍ତ ଶେଷ କରିବା ଲାଗି ସେବିକୁ ଅଧିକ ୩ ମାସ ସମୟ ମିଳିପାରେ। ସୁପ୍ରିମକୋର୍ଟ ଏହା…

ସବୁ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼

ନୂଆଦିଲ୍ଲୀ, ୧୩ା୫ (ପି.ଟି.):ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼ାଯାଇଛି କି ନାହିଁ, ତାହା ଯାଞ୍ଚ କରି ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ ଯୌନ ନିର୍ଯାତନା ପ୍ରତିକାର ଆଇନ…

ଇ-ଫାଇଲିଂ ୨.୦ ଶୁଭାରମ୍ଭ କଲେ ସିଜେଆଇ

ନୂଆଦିଲ୍ଲୀ, ୧୩ା୫(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶୁକ୍ରବାର ‘ଇ-ଫାଇଲିଂ ୨.୦’ର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ବୈଦ୍ୟୁତିକ ମାଧ୍ୟମରେ ୨୪ ଘଣ୍ଟା ମାମଲା ଦାଏର କରିବା ସୁବିଧା ଉପଲବ୍ଧ ହେବ ବୋଲି ସେ ଆଇନଜୀବୀମାନଙ୍କୁ କହିଥିଲେ। ଏଥିସହିତ ସୁପ୍ରିମକୋର୍ଟ…

ଜ୍ଞାନବାପି ମସ୍‌ଜିଦ ‘ଶିବଲିଙ୍ଗ’ର ବିଜ୍ଞାନସମ୍ମତ ସର୍ଭେ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରୟାଗରାଜ, ୧୩ା୫(ଆଇଏଏନ୍‌ଏସ୍‌):ଜ୍ଞାନବାପି ମସ୍‌ଜିଦ ପରିସରରେ ଥିବା ‘ଶିବଲିଙ୍ଗ’ର ବୟସ ନିଶ୍ଚିତ କରିବା ଲାଗି ଏହାର ବିଜ୍ଞାନସମ୍ମତ ସର୍ବେକ୍ଷଣ କରାଇବାକୁ ଅଲ୍ଲାହାବାଦ ହାଇକୋର୍ଟ ଶୁକ୍ରବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେଗଟ ସଂସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେ ବେଳେ ଉକ୍ତ ଢାଞ୍ଚାର ଯେପରି କୌଣସି…

ଆଶ୍ରୟ ଆଶାରେ ସୀମାରେ ପ୍ରବାସୀ

ଓ୍ବାଶିଂଟନ/ମେକ୍ସିକୋ ସିଟି,୧୩ା୫: ୨୦୨୦ ମାର୍ଚ୍ଚରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ‘ଟାଇଟଲ ୪୨’ ନୀତି ଆରମ୍ଭ କରିଥିଲେ। ଫଳରେ ଆମେରିକାକୁ ପ୍ରବେଶ ଆଶାରେ ଥିବା ୨.୮ ନିୟୁତ ଶରଣାର୍ଥୀ ମେକ୍ସିକୋ ସୀମା ଅତିକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri