Home

ସିଏମ୍‌ଆର୍‌ଏଫ୍‌କୁ ୧୦୦କୋଟି ଦେଲା ଓଏମ୍‌ସି

ଭୁବନେଶ୍ୱର,୧।୪: ଓଡ଼ିଶା ସରକାରଙ୍କ ଖଣି ବିଭାଗ ଅଧୀନରେ ଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (ସିଏମ୍‌ଆର୍‌ଏଫ୍‌)କୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏପରିକି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ୟୁବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧।୪: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ର କ୍ଷେତ୍ରୀୟ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁ ମାନସିକ ବିକାରଗ୍ରସ୍ତ ଏବଂ ମୂକ,ବଧିର ଛାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନିମନ୍ତେ ଏକ ୱାଟର ପ୍ୟୁରିଫାୟାର ପ୍ରଦାନ କରାଯାଇଛି। ବିଶେଷକରି ବ୍ୟାଙ୍କର କର୍ପୋରେଟ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧।୪: କ୍ରମାଗତ ୨ୟ ଦିନ ଲାଗି ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ଫଳରେ ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର ଶେଷ…

ଟାଟା ଷ୍ଟିଲ୍‌ ମାଇନିଂକୁ କଳିଙ୍ଗ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୧।୪: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଏଣ୍ଟରପ୍ରାଇଜ୍‌ ହାଇଦ୍ରାବାଦର ଏକ ପ୍ରମୁଖ ସହଯୋଗୀ ସଂସ୍ଥା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟ ମ୍ୟାନେଜ୍‌ମେଣ୍ଟ ସର୍ଭିସେସ୍‌ (ଆଇକ୍ୟୁଇଏମ୍‌ଏସ୍‌) ଓ ଓଡ଼ିଶା ରାଜ୍ୟ ଉତ୍ପାଦିକତା ପରିଷଦର ମିଳିତ ସହଯୋଗରେ ଶୁକ୍ରବାର ଏକ ଦିନିକିଆ କର୍ମଶାଳା ‘ସାମାଜିକ…

ଦିନକରେ ୩.୪୫ ଲକ୍ଷ କୋଟିର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୧।୪: ଦୀର୍ଘଦିନ ପରେ ଭାରତୀୟ ଶେୟାର ବଜାର କାରବାର ଏକ ବୃହତ୍‌ ନିବେଶ ବୃଦ୍ଧିରେ ଶେଷ ହୋଇଛି। ଏପରିକି ଭାରତୀୟ ଶେୟାର ବଜାରର କାରବାର ବୃଦ୍ଧି ଫଳରେ ଦିନକ ମଧ୍ୟରେ ଭାରତୀୟ ପୁଞ୍ଜି ବଜାରରେ ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା…

ଦୀପାଳିଙ୍କ ଖଣ୍ଡାବୁଲା ଭିଡିଓ ଭାଇରାଲ

ସମ୍ବଲପୁର, ୧।୪ (ବ୍ୟୁରୋ): ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ଶୁକ୍ରବାର ଏହା ଘୋଷଣା ହେବା ପରେ ଦୀପାଳି ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ…

୨ ଭାଜପା ନେତାଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୧।୪: ଜଣେ ବ୍ୟବସାୟୀଙ୍କୁ ଘର ନିର୍ମାଣ ଲାଗି ସୁଯୋଗ ଦେବା ନିମନ୍ତେ ୧୫ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଦିଲ୍ଲୀର ୨ ଜଣ ଭାଜପା ନେତା ସିୟାରାମ ଶାକ୍ୟ ଏବଂ ଧୀରଜ ପ୍ରଧାନଙ୍କ ନାମରେ ବଟି ଅସୁଲି ମାମଲା ରୁଜୁ…

ବିହାରରେ ଶୋଭାଯାତ୍ରା ବେଳେ ସଂଘର୍ଷ

ସାସାରାମ, ୧।୪: ବିହାରର ସାସାରାମ ଏବଂ ନାଳନ୍ଦାରେ ଶୁକ୍ରବାର ଅପରାହ୍ନରେ ରାମନବମୀ ଶୋଭାଯାତ୍ରାବେଳେ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକାମାଡ଼ କରିବା ସହ ପୋଡ଼ାଜଳା ହୋଇଛି। ସାସାରାମରେ କେତେକ ଘରକୁ ଦୁର୍ବୃତ୍ତମାନେ ପୋଡ଼ିଦେଇଛନ୍ତି। ଉକ୍ତ ସହରରେ ପୋଲିସ ଓ ପ୍ରଶାସନିକ…

ଖବରଦାତାଙ୍କୁ ଛାଡ଼ିବା ପାଇଁ ରୁଷିଆକୁ କହିଲେ ବାଇଡେନ୍‌

ଓ୍ବାଶିଂଟନ, ୧।୪: ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇଥିବା ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ(ଡବ୍ଲ୍ୟୁଏସ୍‌ଜେ) ଖବରଦାତା ଏଭାନ୍‌ ଗେର୍ଶକୋଭିଚ୍‌ଙ୍କୁ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ରୁଷିଆକୁ କହିଛନ୍ତି। ରୁଷୀୟ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍‌ (ଏଫ୍‌ଏସ୍‌ବି)…

କରାଚୀରେ ଦଳାଚକଟା: ୧୨ ମୃତ

କରାଚୀ,୧।୪ (ଆଇଏଏନ୍‌ଏସ୍‌): ପାକିସ୍ତାନର କରାଚୀ ସହରସ୍ଥିତ ଏସ୍‌ଆଇଟିଇ ଅଞ୍ଚଳରେ ଶୁକ୍ରବାର ମାଗଣା ରାଶନ ସାମଗ୍ରୀ ବଣ୍ଟନ ବେଳେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଛନ୍ତି। କରାଚୀ ଶିଳ୍ପାଞ୍ଚଳରେ ଥିବା ଏକ ରଙ୍ଗ କାରଖାନା ନିକଟରେ…

ପ୍ୟାରିସ୍‌ ଜଳୁଛି, ଚାଇନାମୁହାଁ ମାକ୍‌ରଁ

ପ୍ୟାରିସ୍‌,୧।୪: ରୋମ୍‌ ଜଳୁଥିବାବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ। ବିପତ୍ତି ମାଡ଼ିଆସିଲେ ମୁରବୀଙ୍କ ଦାୟିତ୍ୱହୀନତାକୁ ୬୪ ଖ୍ରୀଷ୍ଟାବ୍ଦର ‘ଗ୍ରେଟ୍‌ ଫାୟାର୍‌ ଅଫ୍‌ ରୋମ୍‌’ ସହ ଏଭଳି ଭାବେ ତୁଳନା କରାଯାଏ, ଯାହାକି ସମ୍ପ୍ରତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ କ୍ଷେତ୍ରରେ…

ମୌନବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ:ଆମୀ

ଭୁବନେଶ୍ବର, ୧।୪(ବ୍ୟୁରୋ): କେଉଁ ସୂତ୍ରରୁ ଆଦାନୀ କମ୍ପାନୀକୁ ୨୦ ହଜାର କୋଟି ଟଙ୍କା ଆସିଛି। ଆଦାନୀ ମହା କେଳେଙ୍କାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମୌନବ୍ରତ ଅବଲମ୍ବନ କରୁଛନ୍ତି। ତାଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀମାନେ କଂଗ୍ରେସ ଓ ବିରୋଧୀଙ୍କ ତରଫରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri