Home

ରାଓ୍ବଲପିଣ୍ଡିରେ ଲାଗୁ ହେଲା ୧୪୪ ଧାରା, ବିରୋଧ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଇମ୍ରାନଙ୍କ ୮ ସମର୍ଥକ ଗିରଫ

ଇସଲାମାବାଦ,୭।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବାକୁ ବିରୋଧ କରି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ରାଓ୍ବଲପିଣ୍ଡିରେ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଏହାସହ ୨୦ ଜଣଙ୍କ…

ଭାରତୀୟ ମୂଳ ବାସିନ୍ଦା ଶନମୁଗରତ୍ନମ ହୋଇପାରନ୍ତି ସିଙ୍ଗାପୁରର ରାଷ୍ଟ୍ରପତି, ପ୍ରମାଣ ପତ୍ର ପାଇଁ କଲେ ଆବେଦନ

ସିଙ୍ଗାପୁର,୭।୮: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସିଙ୍ଗାପୁରର ପୂର୍ବତନ ଭାରତୀୟ ମୂଳବାସିନ୍ଦା ଥର୍ମନ ଶନମୁଗରତ୍ନମ ସୋମବାର ଆବେଦନ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ସାର୍ଟିଫିକେଟ ପାଇବା ପାଇଁ ଶନମୁଗରତ୍ନମ ଏହି ଆବେଦନ କରିଛନ୍ତି। ଗତ ମାସରେ…

ନିଆରା ଢଙ୍ଗରେ ଭାରତ ବନ୍ଦ ପାଳନ: ଆନ୍ଦୋଳନ କଲେ, ରାସ୍ତାଘାଟ ସଫେଇ ବି କଲେ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ବିଭିନ୍ନ ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଭାରତ ବନ୍ଦ ପାଳନ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ବନ୍ଦର…

ଜେଲରେ ଇମ୍ରାନଙ୍କୁ ମିଳୁଛି ବି କ୍ଲାସ ସୁବିଧା, ଓକିଲଙ୍କ ସହ ଭେଟିବାକୁ ନାହିଁ ଅନୁମତି

ଇସଲାମାବାଦ,୭।୮: ତୋସାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାଁ ଅଟକ ଜେଲରେ ରହିଛନ୍ତି। ଏବେ ତାଙ୍କ ପାର୍ଟି ପିଟିଆଇ ଅଭିଯୋଗ କରିଛି ଯେ ଖାଁଙ୍କୁ ଜେଲରେ ବି-ଶ୍ରେଣୀର…

ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ଆଗତ

ନୂଆଦିଲ୍ଲୀ,୭।୮: ସଂସଦର ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିରହିଛନ୍ତି ବିରୋଧୀ। ଆଜି ବି ମଣିପୁର, ନୁହ ଏବଂ ଦିଲ୍ଲୀ ସେବା ବିଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଲୋକ ସଭାରେ ଦିଲ୍ଲୀ ସେବା ବିଲ ପାରିତ ହୋଇସାରିଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର…

ଜିଲା ମୁଖ୍ୟ ଚିକିତ୍ସାଳୟରେ ଟର୍ଚ୍ଚ ଲାଇଟରେ ଚିକିତ୍ସା

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ବିଦ୍ୟୁତ୍‌ ନ ଥିବାରୁ ଅନ୍ଧାରରେ ଚିକିତ୍ସା କରୁଛନ୍ତି ଡାକ୍ତର। ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋଦ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ। ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅନ୍ଧାରରେ…

ଚାଇନାଠାରୁ ଅର୍ଥ ନେଇ ମୋଦିଙ୍କ ବିରୋଧରେ ହେଉଛି କ୍ଷେତ୍ର ପ୍ରସ୍ତୁତ,ନ୍ୟୁଜ କ୍ଲିକ-କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଲେ ନିଶିକାନ୍ତ

ନୂଆଦିଲ୍ଲୀ,୭।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଲୋକ ସଭାରେ ମିଡିଆ ପୋର୍ଟାଲ ନ୍ୟୁଜ କ୍ଲିକର ପ୍ରସଙ୍ଗ ଉଠିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି କି ନ୍ୟୁଜ କ୍ଲିକକୁ ଚାଇନାରୁ ଫଣ୍ଡିଂ ମିଳୁଛି ଓ ଏହି ପୋର୍ଟାଲ ଦେଶ…

ଲଗାଣ ବର୍ଷା ବିତ୍ପାତ: ଭାଙ୍ଗିଛି ଶତାଧିକ କଚ୍ଚା ଘର

ଅମରପାଲି,୭ା୮(ପୀତାମ୍ବର ସାହୁ): ନିକଟରେ ହୋଇଥିବା ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ରାସ୍ତାଘାଟ ଧୋଇ ହୋଇଯିବା ସହିତ ପୋଲ ଓ ଆପ୍ରୋଚ ରାସ୍ତା ମଧ୍ୟ ଭାଙ୍ଗିଯାଇଛି। ବର୍ଷା ପ୍ରଭାବରେ ସବୁଠୁ ବେଶୀ ପ୍ରଭାବିତ…

ପଲିଥିନ ତଳେ ବିତୁଛି ଜୀବନ

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ୫ ବର୍ଷ ଧରି ସେ କଳାହାଣ୍ଡି ପୋଲିସରେ ଗୃହରକ୍ଷୀ (ହୋମଗାର୍ଡ) ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ଓ ଦେହ ଅସୁସ୍ଥତା ଯୋଗୁ ଗୃହରକ୍ଷୀ ଚାକରି ଛାଡି ଦେଇଥିଲେ। ପରେ ତାଙ୍କ ୨ ଛୋଟ…

ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା,୭।୮(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ କାର୍ଯ୍ୟରତ ରେଳ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ରେଲେଔ କଲୋନୀରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରେଲଓ୍ବେ କଲୋନୀର ସାନିଟାଇଜେଶନ ସହିତ ରେଳ କର୍ମଚାରୀଙ୍କ ସ୍ବାସ୍ଥ୍ୟସେବା ନିର୍ଭର କରୁଛି। କଲୋନୀରେ ରେଳ…

ଗୁଜରାଟରେ ହେବ ଏଏପି-କଂଗ୍ରେସର ମେଣ୍ଟ: ଏଏପି ନେତାଙ୍କ ଘୋଷଣା

ନୂଆଦିଲ୍ଲୀ,୭।୮: ଲୋକ ସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ଛୋଟ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜରାଟରେ ମଧ୍ୟ ଆମ ଆଦମୀ ପାର୍ଟି ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ…

୨୦୧୯ର ଦ୍ୱିତୀୟ ରନର୍ସ ଅପ୍‌ ଏଥରର ୱିନର୍‌

ଭୁବନେଶ୍ୱର,୭ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌ ୨୦୨୩’ ରବିବାର ଶେଷ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଜୁନିୟର ବର୍ଗରେ କଟକ ସିଡିଏ ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?