Home

ଆଦିତ୍ୟ- ଏଲ୍‌୧ ମିଶନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୧।୯: ଚନ୍ଦ୍ରୟାନ-୩ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବର୍ତ୍ତମାନ ମହାକାଶର ଆହୁରି ଭିତରକୁ ଯିବାକୁ ପ୍ରସ୍ତୁତ। ଏଥର ଆଖି ସୂର୍ଯ୍ୟଙ୍କ ଉପରେ ଅଛି, ଯେଉଁଥି ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ- ଏଲ୍‌୧ ମିଶନର ଲଞ୍ଚ୍‌…

ଜି ୨୦ ସମ୍ମିଳନୀ ପାଇଁ ‘ବୁଲେଟ ପ୍ରୁଫ’ ହେଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ,୧।୯: ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସୁଥିବା ୨୯ଟି ଦେଶର ରାଷ୍ଟ୍ରାଧ୍ୟକ୍ଷ ତଥା ଆନ୍ତର୍ଜାତୀୟ ସଂଗଠନର ଅଧିକାରୀଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସର ସମସ୍ତ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଦିନରାତି କାର୍ଯ୍ୟ କରୁଛନ୍ତି। ହୋଟେଲଗୁଡିକର ସମସ୍ତ ୱିଣ୍ଡୋରେ ବୁଲେଟପ୍ରୁଫ…

ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ବମ୍‌ ଲଗାଇ ଉଡ଼ାଇ ଦେବାକୁ ଯୋଜନା

ତାଳଚେର,୧ା୯(ମନୋଜ ନନ୍ଦ): ତାଳଚେର ବ୍ଲକ ଅନ୍ତର୍ଗତ ନନ୍ଦିରା ଛକସ୍ଥିତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ଗେଟ୍‌ ନିକଟରେ ଏକ ବମ୍‌ ପଡ଼ିଥିବା ଦେଖିବାକୁ ମିଲିଥିଲା। ଖବର ପାଇ ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହିତ ଉକ୍ତ ରାସ୍ତାର…

ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ଇସଲାମାବାଦ,୧ା୯: ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପୁଣି ଥରେ ଆର୍ଥିକ ସମସ୍ୟାରେ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାମଚଳା ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪.୯୧ ଟଙ୍କା ଏବଂ ହାଇ ସ୍ପିଡ୍‌ ଡିଜେଲ (HSD) ଲିଟର ପିଛା ୧୮.୪୪…

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରୁ ପାଣିଗଣ୍ଡା ରାସ୍ତା ସାମ୍ପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଜନଅସନ୍ତୋଷ ଦେଖାଯାଇଛି। ଶୁକ୍ରବାର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତବାସୀ ଏକାଠି ହେବା ସହ ବଜାର କମିଟି ମିଳିତ ବ୍ରାହ୍ମଣୀଗାଁ ବନ୍ଦ…

‘ମମତା ବାନାର୍ଜୀଙ୍କ ହାତରେ ଲାଗିଛି ରକ୍ତର ଛିଟା’

କୋଲକତା,୧।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ‘ଖେଲା ହବେ’ର ସ୍ଲୋଗାନକୁ ଦୋହରାଇଛନ୍ତି। ଏ ନେଇ ଭାଜପା ତାଙ୍କୁ ଟାର୍ଗେଟ୍‌ କରିଛି। ପଶ୍ଚିମବଙ୍ଗର ଭାଜପା ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଅଗ୍ନିମିତ୍ର ପାଲ କହିଛନ୍ତି ଯେ, ମମତା ବାନାର୍ଜୀ…

କଣ୍ଠଶିଳ୍ପୀ ସୌରିନ୍‌ଙ୍କୁ ଗିରଫ ପାଇଁ ପୋଲିସ ଟିମ୍‌ ଗଠନ ହେବ

କଟକ,୧ା୯ (କାର୍ତ୍ତିକ ସାହୁ):ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କୁ ଗିରଫ କରିବା ପାଇଁ କମିଶନରେଟ୍‌ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ହାଇକୋର୍ଟରେ ସୌରିନ୍‌ଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ସହ ତାଙ୍କ ଉପରୁ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଫଳରେ…

ରିଙ୍କୁ ସିଂଙ୍କ ପୁଣି ଜଲଓ୍ବା: ସୁପର ଓଭରରେ ଲଗାତର ୬,୬,୬,

ନୂଆଦିଲ୍ଲୀ,୧।୯: ୨୦୨୩ ବର୍ଷ ତାଙ୍କ କ୍ରିକେଟ କ୍ୟାରିୟରରେ ରିଙ୍କୁ ସିଂଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ ତମ ସିଜନରେ ଲଗାତାର ୫ଟି ଛକା ମାରି କୋଲକାତା ନାଇଟ ରାଇଡର୍ସକୁ ବିଜୟରେ ପହଞ୍ଚାଇଥିବା ରିଙ୍କୁ…

ପୁଣି କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୯: ସରକାର ଘରୋଇ ଗ୍ୟାସ୍‌ ପରେ ବର୍ତ୍ତମାନ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ୧୯ କେଜି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଛି। ଏହା ଆଜିଠାରୁ ଲାଗୁ ହେବ। କିଛି ଦିନ ପୂର୍ବରୁ ଘରୋଇ…

ନେହେରୁ ମେମୋରିଆଲ ମ୍ୟୁଜିୟମ ନାମ ପରିବର୍ତ୍ତନ କରିବାକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧।୯: ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍‌ଏମ୍‌ଏମ୍‌ଏଲ୍‌)ର ନାମ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବରେ ନାମକରଣ କରିବାକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଅଗଷ୍ଟ ୧୪ରେ ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ…

ବର୍ଷା ଅଭାବ, ଚାଷ ସ୍ଥିତି ସଙ୍ଗିନ

ପଦ୍ମପୁର,୧।୯(ପ୍ରଦୀପ୍ତ ଦାଶ): ଶ୍ରାବଣ ମାସ ସରିଗଲା। ମାତ୍ର ଯେତିକି ବର୍ଷା ହେବା କଥା ତାହା ହେଲାନାହିଁ। ଅଗଷ୍ଟ ମାସରେ ପଦ୍ମପୁର ଉପଖଣ୍ଡରେ ୩୭୪ ମିମି ବର୍ଷା ହେବା କଥା। ମାତ୍ର ୨୩୧ ମିମି ବର୍ଷା ରେକର୍ଡ ହୋଇଛି। ଏହି ମାସରେ ମାତ୍ର…

ରାସ୍ତା ଶୋଚନୀୟ: ଯାତାୟାତ ବାଧାପ୍ରାପ୍ତ

ଅମରପାଲି,୧ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲିଠାରୁ ବୁରୋଘାଟକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ପିଚୁ ଉଠିଯିବା ସହ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଯାଇଛି। ଫଳରେ ଯାତାୟାତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri