Home

ଏକ ଦେଶ ଏକ ନିର୍ବାଚନ ୫ ରାଜ୍ୟର ନିର୍ବାଚନ ଟାଳିବାକୁ ଏକ ଷଡ଼ଯନ୍ତ୍ର: ପ୍ରଶାନ୍ତ ଭୂଷଣ…

ନୂଆଦିଲ୍ଲୀ,୧୧।୯ : ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପ୍ରଶାନ୍ତ ଭୂଷଣ ଏକ ଦେଶ, ଏକ ନିର୍ବାଚନ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୫ ରାଜ୍ୟରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଥିବାରୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପ୍ରଚାର କରୁଛନ୍ତି ବୋଲି ସେ…

ଥାନା ପରିସରରେ ନଷ୍ଟ ହେଉଛି ଜବତ ଗାଡ଼ି

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ଅପରାଧ ଘଟାଇବା ପାଇଁ ଅପରାଧୀ ବିଭିନ୍ନ ପ୍ରକାର ଗାଡ଼ି ବ୍ୟବହାର କରୁଛନ୍ତି। ଚୋରି, ଡକାୟତି, ଗଞ୍ଜେଇ ଚାଲାଣ ଆଦି ବିଭିନ୍ନ ଆପରାଧିକ ମାମଲାରେ ବ୍ୟବହୃତ କିମ୍ବା ଦୁର୍ଘଟଣା ଘଟିଥିବା ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ…

ରାଜସ୍ବ ଆଦାୟରେ ଏକ ନମ୍ବର, ଲୋକଙ୍କୁ ମିଳୁନି ସେବା

ଗୋପାଳପୁର,୧୧ା୯(ନବୀନ ରାଜ ଆଚାରୀ): ସରକାର ସମସ୍ତ ବିଭାଗକୁ ୫-ଟି ଅଧୀନକୁ ନେଇ ବିଭିନ୍ନ ବିଭାଗରେ ସଂସ୍କାରମୂଳକ ପଦେକ୍ଷେପ ଗ୍ରହଣ କରୁଛନ୍ତି। ରାଜସ୍ବ ବିଭାଗର ସେବାଗୁଡ଼ିକ କିଭଳି ହାତ ପାଆନ୍ତାରେ ନିର୍ଦ୍ଧାରିତ ସମୟରେ ଲୋକେ ସେବା ପାଇପାରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ…

ନାଳ ଖୋଳି ଛାଡ଼ିଦେଲେ, ଲୋକେ ହନ୍ତସନ୍ତ

ପାରଳାଖେମୁଣ୍ଡି, ୧୧ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମର କୁମୁଟି ସାହିରେ ଡ୍ରେନ ନିର୍ମାଣ ନିମନ୍ତେ ଦୀର୍ଘ ପାଞ୍ଚମାସ ହେଲା ନାଳ ଖୋଳି ଛାଡି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କାମ ଶେଷ ହେବାର ନାଁ ଗନ୍ଧ…

ପାଣିମୁନ୍ଦେ ପାଇଁ ସଂଘର୍ଷ

ବଡ଼ବିଲ,୧୧।୯(ଦେବପ୍ରିୟ ରଣା): ଦୀପତଳ ଅନ୍ଧାର ଭଳି ଖଣିଜ ସମ୍ପଦରେ ଭରପୂର ଗାଁ ଅବହେଳିତ ଅବସ୍ଥାରେ। ଏକାଧିକ ଖଣି କମ୍ପାନୀର ଧୂଳିଧୂଆଁରେ ଜର୍ଜରିତ ହେଉଥିବା ଉକ୍ତ ଗ୍ରାମର ୨ ସାହି ବାସିନ୍ଦାଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ ହୋଇଯାଇଛି। ଗ୍ରାମକୁ ପକ୍କାରାସ୍ତାଟିଏ ନ…

କଂଗ୍ରେସକୁ ବଡ଼ ଝଟ୍‌କା

ଜୟପୁର,୧୧।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ନାଗୋରର ପୂର୍ବତନ ଏମ୍‌ପି ନାଥୁରାମ ମିର୍ଦ୍ଦାଙ୍କ ନାତୁଣୀ ଜ୍ୟୋତି ମିର୍ଦ୍ଦା କଂଗ୍ରେସ ଛାଡି ଭାଜପାରେ ଯୋଗଦେବେ। ପଶ୍ଚିମ ରାଜସ୍ଥାନର ଜାଟ ନେତ୍ରୀଙ୍କୁ ଦଳକୁ…

କାର୍ଯ୍ୟକ୍ଷମ ହେଉନି ଜେଏମ୍‌ଏଫ୍‌ସି କୋର୍ଟ

ବଇଣ୍ଡା,୧୧।୯(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୮ରେ ବିଭିନ୍ନ ବ୍ଲକରେ ଜେଏମ୍‌ଏଫ୍‌ସି (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏପରିକି ତତ୍କାଳୀନ ପ୍ରମୁଖ ସଚିବଙ୍କ ଚିଠି ସଂଖ୍ୟା…

୯/୧୧ ଆକ୍ରମଣକୁ ପୂରଣ ହେଲା ୨୨ ବର୍ଷ, ଯେଉଁଥିରେ ଥରି ଉଠିଥିଲା ଆମେରିକା

ଓ୍ବାଶିଂଟନ,୧୧।୯: ଆମେରିକାରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ବିତିଗଲାଣି। ୨୦୦୧ରେ ଠିକ ଆଜିର ଦିନରେ ଆତଙ୍କବାଦୀମାନେ ଚାରିଟି ବିମାନ ଅପହରଣ କରି ନିଜର ନିଷ୍ଠୁର ଉଦ୍ଦେଶ୍ୟ ପୂରଣ କରିଥିଲେ। ଏହି ଆକ୍ରମଣ ଲୋକଙ୍କ ମନରେ ଏବେ ବି ଜୀବନ୍ତ…

ସନାତନ ବିବାଦରେ ଛନ୍ଦି ହେଲେ ପ୍ରକାଶ ରାଜ…

ଚେନ୍ନାଇ,୧୧।୯ : ତାମିଲନାଡୁର ମନ୍ତ୍ରୀ ତଥା ସିଏମ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ପରେ ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ ମଧ୍ୟ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଷ୍ଟାଲିନଙ୍କ ପୁଅର ବିବୃତ୍ତିକୁ ସମର୍ଥନ କରି ପ୍ରକାଶ ରାଜ ଏହାକୁ…

ରେଙ୍ଗାଳି ବାମ ମୁଖ୍ୟ କେନାଲରେ ଘଳିଆ

କାମାକ୍ଷାନଗର,୧୧ା୯(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଳି ମୁଖ୍ୟ କେନାଲର କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଶିବୁଳାପସି ଗ୍ରାମ ନିକଟରେ ରବିବାର ଏକ ୧୫ ଫୁଟର ଘଳିଆ ହୋଇଛି। ଫଳରେ ସେହି ଅଞ୍ଚଳରେ ଥିବା ଚାଷ ଜମି ଜଳମଗ୍ନ…

ଆମ ବସ୍‌ଷ୍ଟାଣ୍ଡ, ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ନେଇ ସନ୍ଦେହ

ଢେଙ୍କାନାଳ,୧୧ା୯(ରତନ ନାୟାର): ଢେଙ୍କାନାଳ ସହରରେ ନିର୍ମାଣାଧୀନ ଆମ ବସ୍‌ଷ୍ଟାଣ୍ଡ ଓ ମହିଷାପାଟସ୍ଥିତ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଜିଲା ଆଞ୍ଚଳିକ ପରିବହନ ବିଭାଗ, ଜିଲା ବସ୍‌ ମାଲିକ ସଂଘ ଏପରିକି…

‘ଇଣ୍ଡିଆ’ର ନାମ ରଖାଯିବ ‘ଭାରତ’: ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଦେଶ ଛାଡି ପଳାନ୍ତୁ: ଦିଲୀପ ଘୋଷ

ନୂଆଦିଲ୍ଲୀ,୧୧।୯: ଦେଶର ନାମ ‘ଇଣ୍ଡିଆ’ ଏବଂ ‘ଭାରତ’ ଉପରେ ରାଜନୀତି ଚାଲିଛି। ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ କେନ୍ଦ୍ର ସରକାର ‘ଇଣ୍ଡିଆ’ ବଦଳରେ ‘ଭାରତ’ ନାମକୁ ପ୍ରୋତ୍ସାହିତ କରିଥିଲେ। ଏନେଇ ବିରୋଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସେପଟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri