Home

‘ଗଗନଯାନ’ ପାଇଁ ଯନ୍ତ୍ରାଂଶ ନିର୍ମାଣ କରୁଛନ୍ତି ସିଟିଟିସିର ୧୨୦ କର୍ମଚାରୀ

ଭୁବନେଶ୍ୱର, ୧୨।୯(ଅସମାପିକା ସାହୁ):ଇସ୍ରୋର ‘ଗଗନଯାନ’ ପ୍ରୋଜେକ୍ଟ ପାଇଁ ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର(ସିଟିଟିସି) କାମ କରୁଛି। ଗଗନଯାନ ପାଇଁ ଆବଶ୍ୟକ କେତେକ ଯନ୍ତ୍ରାଂଶ ସିଟିଟିସି ତିଆରି କରୁଛି। ଚନ୍ଦ୍ରୟାନ-୩ ଓ ଆଦିତ୍ୟ ଏଲ୍‌-୧ର ସଫଳତା ପରେ…

ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି କରାଯାଉ

କଟକ,୧୨ା୯(କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ରୁଜୁ ମାମଲାର ମୂଳ ଆବେଦନକାରୀ ଅଭିଷେକ ଦାସ ସୋମବାର ଏକ ମିସ୍‌କେସ୍‌ ରୁଜୁ କରିଛନ୍ତି। ଏଥିରେ ସେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନାଟମଣ୍ଡପ ମରାମତି ତୁରନ୍ତ ଆବଶ୍ୟକ ବୋଲି ଦର୍ଶାଇଛନ୍ତି…

ୱେବ୍‌ ପୋର୍ଟାଲ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର,୧୨।୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ଖବର ପ୍ରଚାର କରିଥିବା ଏକ ୱେବ୍‌ ପୋର୍ଟାଲ ବିରୋଧରେ ଅଭିଯୋଗ ଆଣି ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅନୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ଫଟୋ ସହ…

ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ, ପୂର୍ବତନ ସେନାମୁଖ୍ୟଙ୍କ ଦାବି

କାବୁଲ,୧୨।୯: ଆଫଗାନିସ୍ତାନର ଜଣେ ପୂର୍ବତନ କମାଣ୍ଡର ଦାବି କରିଛନ୍ତି ଯେ ତାଲିବାନକୁ ବିଭିନ୍ନ ଦଳରେ ବିଭକ୍ତ କରି ଆଫଗାନିସ୍ତାନ ପୁଣିଥରେ ଗୃହଯୁଦ୍ଧ ଆଡକୁ ଗତି କରୁଛି। ଆମେରିକାର ସୈନ୍ୟବାହିନୀ ହଠାତ୍‌ କାବୁଲ ଛାଡିବାର ଦୁଇ ବର୍ଷ ପରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ…

ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୨୬ଶହ ପାର୍‌

ଭୁବନେଶ୍ୱର, ୧୨।୯ (ବନ୍ଦନା ସେଠୀ):ସେପ୍ଟେମ୍ବରରେ ଡେଙ୍ଗୁ ସଂକ୍ରମଣ ପିକ୍‌ରେ ପହଞ୍ଚତ୍ବ ବୋଲି ସ୍ବାସ୍ଥ୍ୟ ବିଭାଗ ଯେଉଁ ଆକଳନ କରିଥିଲା ଏବେ ତାହା ହିଁ ହୋଇଛି। ମାସ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ବିଗିଡିବାରେ ଲାଗିଛି। ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ…

ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌

ପୁରୀ, ୧୨ା୯(ଅଜିତ ମହାନ୍ତି):କିଛି ମାସ ତଳେ ପୁରୀରୁ କୋଲକାତାକୁ ବନ୍ଦେ ଭାରତ ଏକ୍ସେପ୍ରେସ ଗଡ଼ିଥିଲା। ଖୁବଶୀଘ୍ର ପୁରୀରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଶ୍ଚିମ ଓଡ଼ିିଶାକୁ ଗଡ଼ିବାକୁ ଯାଉଛି। ନୂଆବର୍ଷ ପୂର୍ବରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲାକୁ ଗଡ଼ିବ…

ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର): ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି। ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁ ହୋଇପାରୁଛି। ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟ ଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ୱିକ ରାଜନୀତିରେ ନିଜର ସ୍ଥିତିକୁ…

କୋଟିଆ ବିବାଦ: ଆନ୍ଧ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୯:କୋଟିଆର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଛି। ଓଡ଼ିଶା ସରକାରଙ୍କ ମୂଳ ପିଟିଶନ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ହୋଇ ନ ଥିବାରୁ…

ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା

ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେରେ ଏକ ତଥାକଥିତ ଜନମତ ସଂଗ୍ରହ ଆୟୋଜନ କରିଥିଲେ। ନିଷିଦ୍ଧ ଶିଖ ଫର ଜଷ୍ଟିସ…

ଆସନ୍ତାବର୍ଷ ସମୁଦ୍ରାୟନ ‘ମତ୍ସ୍ୟ’

ନୂଆଦିଲ୍ଲୀ,୧୨ା୯:ଚନ୍ଦ୍ର ମିଶନର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ସମୁଦ୍ରାୟନ ପ୍ରୋଜେକ୍ଟ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ୩ଜଣ ଲୋକଙ୍କୁ ସମୁଦ୍ରର ୬ହଜାର ମିଟର ଗଭୀରକୁ ଏକ ବୁଡ଼ା ଜାହାଜ ସାହଯ୍ୟରେ ଛଡ଼ାଯିବ। ଏହି ଯନ୍ତ୍ରର ନାମ ‘ମତ୍ସ୍ୟ…

ଆଗେଇପାରୁନି ‘ମୋ ଘର’ ଯୋଜନା

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର):ରାଜ୍ୟରେ ଯେଉଁ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ ଅଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ…

କମୁନି ପିଲାଙ୍କ ବସ୍ତାନି ବୋଝ

ଭୁବନେଶ୍ୱର,୧୨ା୯(ଅସମାପିକା ସାହୁ):ଛୋଟ ଛୋଟ ପିଲାମାନେ ଓଜନିଆ ବ୍ୟାଗ୍‌ ନେଇ ବିଦ୍ୟାଳୟକୁ ଯାଉଛନ୍ତି। ତାହା ପୁଣି ନିଜ ଓଜନର ପାଖାପାଖି ୩୦ପ୍ରତିଶତ। ସ୍କୁଲ ବ୍ୟାଗ୍‌ ଓଜନ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ କରିଥିଲେ ମଧ୍ୟ ତାହାକୁ ପାଳନ କରାଯାଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri