ଚେନ୍ନାଇ,୧୦।୧୧: ବିଶ୍ୱକପ ୨୦୨୩ରେ ପାକିସ୍ତାନର ଯାତ୍ରା ପ୍ରାୟ ଶେଷ ହୋଇଛି। ସେମିଫାଇନାଲରେ ପ୍ରବେଶ କରିବା ତାଙ୍କ ପକ୍ଷେ ଅସମ୍ଭବ। ଯଦି ଏହା ଶେଷ ଚାରିଟିରେ ପହଞ୍ଚିବାକୁ ଚାହୁଁଛି, ତେବେ ଶେଷ ମ୍ୟାଚରେ ଇଂଲଣ୍ଡକୁ ଅତି କମରେ ୨୮୭ରନରେ ପରାସ୍ତ କରିବାକୁ ପଡିବ କିମ୍ବା ରନ ପଛରେ ଗୋଡ଼ାଇବାବେଳେ ୩.୪ଓଭରରେ ଲକ୍ଷ୍ୟ ହାସଲ କରିବାକୁ ପଡିବ। ଏହି ଦୁଇଟି ପରିସ୍ଥିତି ଅସମ୍ଭବ। ଏଭଳି ପରିସ୍ଥିତିରେ ପାକିସ୍ତାନ ସେମିଫାଇନାଲରୁ ବାଦ ପଡିବ ବୋଲି ନିଶ୍ଚିତ ଭାବେ ବିବେଚନା କରାଯାଏ।
ପାକିସ୍ତାନ ପାଇଁ ସବୁଠାରୁ ବଡ ଝଟକା ଗୁରୁବାର ରାତିରେ ଲାଗିଲା ଯେତେବେଳେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଯଦି ନ୍ୟୁଜିଲ୍ୟାଣ୍ଡ ଏକ ବଡ଼ ବିଜୟ ହାସଲ କରିନଥାନ୍ତା, ତେବେ ସେମିଫାଇନାଲରେ ପାକିସ୍ତାନକୁ କିଛି ଆଶା ବାକି ରହିଥାନ୍ତା, କିନ୍ତୁ ବର୍ତ୍ତମାନ ଟୁର୍ନାମେଣ୍ଟରେ ଏହାର ଆଗାମୀ ଯାତ୍ରା ଅସମ୍ଭବ।
ଗତ ରାତିରୁ ଭାରତୀୟ କ୍ରିକେଟର ପ୍ରଶଂସକମାନେ ପାକିସ୍ତାନର ଏହି ଅବସ୍ଥା ଉପଭୋଗ କରୁଛନ୍ତି। ପାକିସ୍ତାନ କ୍ରିକେଟ ଦଳ ଉପରେ ଅନେକ ମିମ ପ୍ରସ୍ତୁତ କରାଯାଉଛି। କେତେକ ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି ଯେ ପାକିସ୍ତାନ କରାଚି ବିମାନବନ୍ଦର ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ କେହି ଜଣେ ପାକିସ୍ତାନୀ ଖେଳାଳିଙ୍କୁ ଘରକୁ ଫେରୁଥିବା ଦର୍ଶାଇଛନ୍ତି। ସବୁଠାରୁ ବିଶେଷ ପ୍ରତିକ୍ରିୟା ବିରେନ୍ଦ୍ର ସେହୱାଗଙ୍କଠାରୁ ଆସିଛି। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପାକିସ୍ତାନ ଜିନ୍ଦାବାଦ ବଦଳରେ ପାକିସ୍ତାନ ଜିନ୍ଦା ଭାଗ ବୋଲି ଲେଖିଛନ୍ତି। ସେହଓ୍ବାଗଙ୍କ ଏହି କମେଣ୍ଟ ଏବେ ଭାଇରାଲ ହେଉଛି।
Pakistan Zindabhaag!
Have a safe flight back home . pic.twitter.com/7QKbLTE5NY— Virrender Sehwag (@virendersehwag) November 10, 2023

