କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ
ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ ଆଜି ସକାଳ ଅର୍ଥାତ୍ ୧୨ ଘଣ୍ଟା ମଧ୍ୟରେ ତିନି ଜଣଙ୍କ ଜୀବନ ନେଇଛି…
ସାହସ ଆଗରେ ହାର ମାନିଛି ଭିନ୍ନକ୍ଷମ: ସାଉଁଟୁଛନ୍ତି ପ୍ରଶଂସା
ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ସେ ହେଲେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନକଟିଗୁଡା ଗ୍ରାମର କ୍ଷୀରାଦ୍ଧି…
ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି
ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ ଇତିମଧ୍ୟରେ ୧୩୫ ବର୍ଷ ବିତିବାକୁ ବସିଥିବାବେଳେ ଅଣଦେଖା କରାଯିବା ଘଟଣା ଆଲୋଚନାର ବିଷୟ…
ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ
ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ ନେଇ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଠୋସ୍ ପ୍ରତିଶ୍ରୁତି ମିଳିପାରିନାହିଁ। ଫଳରେ ଚାଷୀମାନେ ଆନ୍ଦୋଳନରେ ଅଟଳ…
କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ
ଭୁବନେଶ୍ୱର,୧୪ା୩(ସୁନିତ୍ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ…
ରବିବାରଠୁ ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୪ା୩(ବନ୍ଦନା ସେଠୀ):ରାଜ୍ୟରେ ଏବେ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍ ଓ୍ବେଭ୍ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ରାଜ୍ୟରେ ଏବେ ହିଟ୍ ଓ୍ବେଭ୍ ଜାରି ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ଶନିବାର ଝାରସୁଗୁଡା ଏବଂ ସମ୍ବଲପୁରରେ…
ମୋଜତବାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର: ପୁରସ୍କାର ଘୋଷଣା କଲା ଆମେରିକା
ଓ୍ବାଶିଂଟନ୍,୧୪ା୩:ଇରାନ୍ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍ଲାମିକ୍ ରିଭୋଲ୍ୟୁଶନାରି ଗାର୍ଡ କର୍ (ଆଇଆର୍ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା ୧୦ ନିୟୁତ ଡଲାର (ପ୍ରାୟ ୯୨,୪୭,୪୮,୦୦୦ ଟଙ୍କା) ପୁରସ୍କାର ଦେବ। ଆମେରିକା ନ୍ୟାୟ…
ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !
ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍ରେ ଫସି ରହିଥିବା ଭାରତର ଦୁଇଟି ଏଲ୍ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ବାହାରିବାକୁ ଇରାନ ଅନୁମତି ଦେଇଛି। ଏହି ଘଟଣାର…
ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…
ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନ ସହ ଜଡ଼ିତ ସଂଘର୍ଷ କାରଣରୁ…
IPL ୨୦୨୬ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ…
ନୂଆଦିଲ୍ଲୀ,୧୩।୩: ଆଇପିଏଲ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ କାରଣରୁ ଆଇପିଏଲର ୧୯ତମ ସଂସ୍କରଣରୁ ବାଦ ପଡ଼ିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି,…
ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…
ନୂଆଦିଲ୍ଲୀ,୧୩।୩: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଯୋଜନାର ୨୨ତମ କିସ୍ତି ଜାରି କରିଛନ୍ତି। ଏହା ମାଧ୍ୟମରେ…
‘ହୋର୍ମୁଜ ଷ୍ଟ୍ରେଟ୍’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…
ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି ରହିଥିବା ଉତ୍ତେଜନା ଏବଂ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ହେଉଥିବା ବେଳେ,…
Archives


