Home

ସିଏଏଫ ଯବାନଙ୍କୁ ସର୍ବସମ୍ମୁଖରେ କୁରାଢ଼ିରେ ହାଣିଲେ ମାଓବାଦୀ…

ରାୟପୁର,୧୮।୨ : ଛତିଶଗଡର ବିଜାପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଛତିଶଗଡ ସଶସ୍ତ୍ର ବାହିନୀ (ସିଏଏଫ) ର ଜଣେ ସଦସ୍ୟ ଗ୍ରାମ ବଜାରରେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କୁଟ୍ରୁ ପୋଲିସ ଷ୍ଟେଶନ ଅନ୍ତର୍ଗତ ଏକ ଗ୍ରାମରେ ପୂର୍ବାହ୍ନ ପ୍ରାୟ…

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ ସରସ୍ବତୀ ପଡ଼ିଆରେ ଯାତ୍ରା ହେଉଥିବା ବେଳେ ଶନିବାର ରାତିରେ ଯାତ୍ରା ପଡ଼ିଆରେ ପୂର୍ବ…

ମହାକାଶକୁ ଯିବ କାଠ ତିଆରି ଉପଗ୍ରହ…

ଟୋକିଓ,୧୮।୨ : ଜାପାନର ବୈଜ୍ଞାନିକମାନେ ପୃଥିବୀର ଅନ୍ୟତମ ଅନନ୍ୟ ମହାକାଶଯାନ ସୃଷ୍ଟି କରିଛନ୍ତି। ଏହି ଛୋଟ ଉପଗ୍ରହ କାଠରେ ନିର୍ମିତ ହୋଇଛି। ଏହାର ନାମ ଲିଗ୍ନୋସାଟ ରଖାଯାଇଛି। ମାଗ୍ନୋଲିଆ କାଠରୁ ଲିଗ୍ନୋସେଟ ନିର୍ମିତ, ଯାହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ) ରେ…

ଆମେରିକାର ଚିନ୍ତା ବଢ଼ିଲା: ରୁଷିଆ ବିକଶିତ କରୁଛି ଆଣବିକ କ୍ଷେପଣାସ୍ତ୍ର, ସାଟେଲାଇଟକୁ ନିମିଷକେ କରିବ ଧ୍ୱଂସ…

ମସ୍କୋ/ଓ୍ବାଶିଂଟନ,୧୮।୨ : ମହାକାଶରେ କୌଣସି ଉପଗ୍ରହକୁ ନଷ୍ଟ କରିବା ଏବେ ଦମ୍ଭବ ହେବ। ପୃଥିବୀରୁ ଏକ କ୍ଷେପଣାସ୍ତ୍ର ମହାକାଶକୁ ଯାଇ ନିର୍ଦ୍ଦିଷ୍ଟ ଉପଗ୍ରହକୁ ନଷ୍ଟ କରିପାରିବ। ରୁଷିଆ ଏଭଳି ଶକ୍ତିଶାଳୀ ଆଣବିକ ମହାକାଶ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହାର ବିସ୍ଫୋରଣ ହେଲେ…

ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ (୧୯), ଭୋଳା ପ୍ରଧାନ (୨୪)…

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁଳିମାଡ଼ର ସଠିକ କାରଣ ଜଣାପଡ଼ିନାହିଁ। ଆହତ ମହିଳାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏଠାରେ…

ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ…

ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍‌ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର କରିଛନ୍ତି। ଇତିହାସ ରଛିବା ସହିତ ସେ ପୁଣି ଥରେ ଦ୍ୱିଶତକ ହାସଲ କରିଛନ୍ତି।…

ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର

କଟକ,୧୮ା୨(କାର୍ତ୍ତିକ ସାହୁ): କଟକର ନୂଆବଜାର ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚଢ଼ିଯିବାରୁ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ଝିଅ ଗୁରୁତର ଅଛନ୍ତି। ଉଭୟ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ତେବେ ମୃତାହତ କନ୍ଦରପୁରର କୋରପଦା…

ଆଣ୍ଟାର୍କଟିକା ମୋର !: କାହିଁକି ଦାବି କରୁଛି ଇରାନ…

ତେହେରାନ,୧୮।୨ : ଇରାନ ଦାବି କରିଛି ଆଣ୍ଟାର୍କଟିକା ମୋର। ନୌସେନାର ମୁଖ୍ୟ କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ସେପ୍ଟେମ୍ବରରେ କହିଥିଲେ ଦକ୍ଷିଣ ଗୋଲାର୍ଦ୍ଧରେ ତେହେରାନର ସମ୍ପତ୍ତି ଅଧିକାର ରହିଛି। ଇରାନୀଙ୍କ କହିବାନୁସାରେ, ତାଙ୍କର ଯୋଜନା ହେଉଛି ତାଙ୍କ ଦେଶର ପତାକା…

ଓ୍ବାର୍କ ଫ୍ରମ ହୋମ୍‌ ନୁହେଁ, ଏବେ ଓ୍ବାର୍କ ଫ୍ରମ୍‌ ଅଫିସ: ଗୁଗଲ ସମେତ ୭ ବଡ଼ କମ୍ପାନୀ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୮।୨ : କରୋନା ମହାମାରୀ ସଙ୍କଟ ପରେ, ଅନେକ ବଡ କମ୍ପାନୀ କିଛି କଠୋର ପଦକ୍ଷେପ ନେଇଥିଲେ ଯେଉଁଥିରେ କର୍ମଚାରୀମାନଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ ହୋମ୍‌) କରିବାକୁ କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ମହାମାରୀର ଆଶଙ୍କା କମିଥିବାରୁ ଅନେକ ବୈଷୟିକ ପ୍ରତିଷ୍ଠାନ ପୁଣି…

ନାତିକୁ ଦେଖି କ୍ୟାନସରରେ ପୀଡ଼ିତ ଜେଜେମା ହେଲେ ଭାବୁକ, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ…

ଆମ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପର୍କ, ମଣିଷ ସାରା ଜୀବନ କାଟିଥାଏ। ଥରେ ଭାବିଲେ ଆମର ସମ୍ପର୍କ ଯଦି ଆମ ଜୀବନରୁ ଚାଲିଯାଏ, ତେବେ ଜୀବନ କେତେ ଅର୍ଥହୀନ ଦେଖା ନ ଯିବ। ଏହି କାରଣରୁ ଜଣେ ବ୍ୟକ୍ତି…

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ…

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?