Home

ଚିରାଗଙ୍କୁ ଗ୍ରୀନ ସିଗନାଲ? ବିହାରର ଏହି ହଟ ସିଟରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଜୋରଦାର

ପାଟନା,୧୪।୩: ଲୋକ ସଭା ନିର୍ବାଚନକୁ ନେଇ ଚିରାଗ ପାସୱାନ ବହୁତ ସକ୍ରିୟ ଅଛନ୍ତି। ଏନଡିଏରେ ସିଟ ବଣ୍ଟନ ସମ୍ପର୍କରେ ସେ କହିଛନ୍ତି ଯେ ଖୁବଶୀଘ୍ର ଏହି ମାମଲା ସରକାରୀ ଭାବେ ପ୍ରକାଶ ପାଇବ। ସେ କହିଛନ୍ତି ଯେ ଏହା ଉପରେ ଆଲୋଚନା…

ଲୋକ ସଭା ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ବଲିଉଡ ବିୟୁଟି ଜୟାପ୍ରଦା

ନୂଆଦିଲ୍ଲୀ,୧୪।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଏବଂ ଦଳ ଉତ୍ତରପ୍ରଦେଶରେ ୫୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ରାମପୁର ଏମପି ଜୟାପ୍ରଦା ମଧ୍ୟ ନିର୍ବାଚନରେ…

ମେଣ୍ଟ ଉପରେ ମନମୋହନ ସାମଲଙ୍କ ଏପଟସେପଟ କଥାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧୪।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି। ଗୋଟିଏ ପଟେ ଭାଜପା ସଭାପତି ମନମୋହନ ସାମଲଙ୍କ ଏପଟସେପଟ କଥା ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବା ନେଇ ମେଣ୍ଟକୁ ନେଇ ଚର୍ଚ୍ଚା ଆହୁରି ବଢିଛି। ଭାଜପା…

ଡ୍ୟୁଟି ସମୟରେ ପାଇଲଟ ଅବା କ୍ରୁ ମେମ୍ବର ରଖିପାରିବେ ନାହିଁ ରୋଜା

ଇସଲାମାବାଦ,୧୪।୩: ପାକିସ୍ତାନର ଜାତୀୟ ବିମାନ କମ୍ପାନୀ ପିଆଇଏ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହା ପବିତ୍ର ରମଜାନ ମାସରେ ବିମାନ ସେବା ସମୟରେ ଡ୍ୟୁଟିରେ ଥିବା ପାଇଲଟ ଏବଂ ବିମାନ କର୍ମଚାରୀଙ୍କୁ ଉପବାସ କରିବାକୁ ବାରଣ କରିଛି। ବାସ୍ତବରେ, ବିମାନ ସେବା…

ଏହି ରାଜ୍ୟରେ ବଢୁଛି ଏଚଆଇଭି ସଂକ୍ରମିତ ଯୁବବର୍ଗଙ୍କ ସଂଖ୍ୟା, ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ବା ଏଚ.ଆଇ.ଭି ଏକ ବିପଜ୍ଜନକ ରୋଗ। ଏହା ଦେଶର ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟରେ ଯୁବପଢ଼ିଙ୍କ ମଧ୍ୟରେ ବଢୁଥିବା ରୋଗକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଚକିତ ହୋଇଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ…

‘ଯେବେ ପର୍ଯ୍ୟନ୍ତ ଗୃହ ପ୍ରବେଶ ନ ହେବ…’ବିବାହ ପରେ ଲେଡି ଡନ ଅନୁରାଧା ଚୌଧୁରୀଙ୍କ ଜିଦ

ସୋନିପତ,୧୪।୩: ନବ ବିବାହିତ ‘ଗ୍ୟାଙ୍ଗଷ୍ଟର ଦମ୍ପତି’ ସନ୍ଦୀପ ଓରଫ କାଲା ଜଠେଡି ଏବଂ ଅନୁରାଧା ଚୌଧୁରୀ ଓରଫ ’ମ୍ୟାଡାମ ମିଂଜ’ଙ୍କ ଗୃହ ପ୍ରବେଶ ସମାରୋହକୁ ସ୍ଥଗିତ ରଖାଯାଇଛି। ଏହି ରୀତିନୀତି ସ୍ଥଗିତ ରଖାଯିବା ପରେ ହରିୟାଣା ପୋଲିସ ସୁରକ୍ଷା କାରଣ ଦର୍ଶାଇଛି।…

ବ୍ୟାଙ୍କ ବାଣ୍ଟୁଛି ନକଲି ନୋଟ୍‌

ଇସଲମାବାଦ,୧୪ା୩: ଲୋକେ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ଭାବି ଟଙ୍କା ଜମା କରିଥାନ୍ତି। ମାତ୍ର ବ୍ୟାଙ୍କରୁ ଯଦି ନକଲି ନୋଟ୍‌ ମିଳେ ତେବେ ଲୋକେ କାହା ଉପରେ ଭରସା କରିବେ। ଏପରି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଅନେକ ନକଲି ନୋଟ୍‌…

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପା ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୧୪।୩: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ପଞ୍ଜାବରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ତଥା ଏମ୍‌ପି ପ୍ରୀତି କୌର ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ପ୍ରୀତିର ଭାରତୀୟ ଜାତୀୟ କଂଗ୍ରେସର…

ପୁଣି କୋର୍ଟଙ୍କୁ ଅନୁରୋଧ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୩: ଆମ ଆଦମୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣିଥରେ ଦିଲ୍ଲୀ ଲିକର୍‌ ପଲିସି ଦୁର୍ନୀତି ମାମଲାରେ ହାଜର ହେବାକୁ ଚାହୁଁଛନ୍ତି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟର ଆଦେଶ ବିରୋଧରେ ଅରବିନ୍ଦ କେଜରିୱାଲଙ୍କ ଆବେଦନର ଶୁଣାଣି…

ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୪ା୩(ଦିଲ୍ଲୀପ ସାମଲ): ସମାନ କାମକୁ ସମାନ ଦରମା ଓ ସ୍ଥାୟୀ କରିବା ଦାବି ନେଇ ଗୁରୁବାର ଓଡ଼ିଶା ପଞ୍ଚାୟତ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ଡାବରଚୁଆ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା…

ବିଦର୍ଭକୁ ହରାଇ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,୧୪।୩: ମୁମ୍ବାଇ ପୁଣି ଥରେ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ବିଦର୍ଭଙ୍କୁ ୧୬୯ ରନ୍‌ରେ ପରାସ୍ତ କରି ଦଳ ଏହି ସଫଳତା ହାସଲ କରିଛି। ବିଦର୍ଭ ପାଇଁ ମୁମ୍ବାଇ ୫୩୮ ରନ୍‌ର ବିଶାଳ ଲକ୍ଷ୍ୟ ଦେଇଥିଲା। ଏହାକୁ ବିଦର୍ଭ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?