Home

ବେଆଇନ ବ୍ୟବସାୟ ଅଭିଯୋଗ: ୪୩ ଭାରତୀୟଙ୍କୁ ଦେଶରୁ ବିତାଡିତ କରିବ ମାଳଦ୍ୱୀପ…

ମାଲେ,୧୫।୨ : ବେଆଇନ ଉପାୟରେ ବ୍ୟବସାୟ କରିବା ଅଭିଯୋଗରେ ୪୩ ଜଣ ଭାରତୀୟଙ୍କ ସମେତ ୧୮୬ ବିଦେଶୀ ନାଗରିକଙ୍କୁ ମାଳଦ୍ୱୀପ ଦେଶରୁ ବିତାଡିତ କରିବ। ବିଦେଶୀ ନାଗରିକଙ୍କୁ ଦେଶରୁ ବିତାଡିତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ବିଦେଶୀ ନାଗରିକଙ୍କ ବିରୋଧରେ…

ଶିଶୁପୁତ୍ରଙ୍କୁ ବଳି ଉଦ୍ୟମ ଚର୍ଚ୍ଚା

ଉଦଳା,୧୫ା୨(ସନ୍ତୋଷ କୁମାର ବାଚ୍ଛିନୀ)୭ବର୍ଷର ଶିଶୁପୁତ୍ରଙ୍କୁ ମା’ ବାପା ବଳି ଦେବା ପାଇଁ ଆଣିଥିଲେ। ହେଲେ ବଳି ପୂର୍ବରୁ ଶିଶୁପୁତ୍ର ଜଣକ କୌଶଳକ୍ରମେ ସେଠାରୁ ଖସିଯାଇଥିଲେ। ପରେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ମା’ ବାପା ରାତି ସାରା ଜଙ୍ଗଲରେ ଲୁଚି ରହିଥିଲେ।…

ବାଲ୍ୟବିବାହ ମୁକ୍ତ ହୋଇନି ଗଞ୍ଜାମ ଜିଲା

ଛତ୍ରପୁର,୧୫ା୨(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁୟାରୀ ୩ ତାରିଖରେ ଘୋଷଣା ହୋଇଥିଲା। ତେବେ ଏବେ ବି ଜିଲାର ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ବାଲ୍ୟ ବିବାହକୁ ରୋକିବାରେ ପ୍ରଶାସନ ସଫଳ ହେଉଥିବା…

ଓଡ଼ିଶା ବାଳିକା, ବାଳକ ଦଳକୁ ରୌପ୍ୟ

ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): ଅହମଦାବାଦର ପଲଜସ୍ଥିତ ଗାନ୍ଧୀନଗର ଆଇଆଇଟି ପରିସରରେ ଜାତୀୟ ସବ୍‌ଜୁନିୟର ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ୧୩ ଓ ୧୪ ଦୁଇ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ବାଳିକା ଓ ବାଳକ ଦଳ ଆକର୍ଷଣୀୟ ପ୍ରଦର୍ଶନ କରି ରୌପ୍ୟ…

ପୁଣି ଆନ୍ଦୋଳନ ଧମକ ଦେଲେ ସାକ୍ଷୀ, ବଜରଙ୍ଗ

ନୂଆଦିଲ୍ଲୀ,୧୫ା୨(ପି.ଟି.): ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ମଙ୍ଗଳବାର ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ(ୟୁଡବ୍ଲ୍ୟୁଡବ୍ଲ୍ୟୁ) ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଉପରୁ ନିଲମ୍ବନ ଆଦେଶକୁ ହଟାଇ ଦେଇଥିଲା। ତେବେ ଡବ୍ଲ୍ୟୁଏଫ୍‌ଆଇ…

ବୁଦାପେଷ୍ଟକୁ ଚେସ୍‌ ଅଲିମ୍ପିଆଡ୍‌ ମଶାଲ ହସ୍ତାନ୍ତର

ନୂଆଦିଲ୍ଲୀ,୧୫ା୨(ପି.ଟି.): ଭାରତୀୟ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଚେସ୍‌ ଅଲମ୍ପିଆଡ୍‌ ହସ୍ତାନ୍ତର କରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାଫେଷ୍ଟରେ ୪୫ତମ ଚେସ୍‌ ଅଲମ୍ପିଆଡ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ମଶାଲ ହସ୍ତାନ୍ତର କରିଥିଲେ।…

ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ

ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ରେ ଭାରତ ଗୁରୁବାର ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ସିଜନରେ ନିଜର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୪-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ…

ବର୍ଜ୍ୟବସ୍ତୁରେ ଡାକ୍ତରଖାନା ସଂକ୍ରମିତ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ ଏବଂ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ର କେତେକାଂଶରେ ଉଲ୍ଲଂଘନ ହେଉଛି। ୨୦୨୩ରେ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ଉଲ୍ଲଂଘନ କରିଥିବା ୩୯ଟି ସରକାରୀ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିଡମ୍ବନା…

ଜଙ୍ଗଲ ଭ୍ରମ ସୃଷ୍ଟି କରୁଛି ଗୋବରୀ ନଦୀ

କେନ୍ଦ୍ରାପଡ଼ା, ୧୫ା୨ (ଜଗନ୍ନାଥ ଧଳ)ପଟ୍ଟାମୁଣ୍ଡାଇରୁ ବ୍ରାହ୍ମଣୀ ନଦୀ ଓ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ଗୋବରୀ ନଦୀ ମଧ୍ୟରେ ଥିବା ସଂଯୋଗୀକରଣ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଗୋବରୀ ନଦୀ ଜଳପଥ ପୋତି ହୋଇ ବଣୁଆ ଜଙ୍ଗଲରେ ପରିଣତ ହୋଇଛି। ଫଳରେ…

ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ ବସନ୍ତ

ଆଳି, ୧୫ା୨(ବନମାଳୀ ସେନାପତି)ଦିନେ ସେ ସୁନା କାରିଗର ଭାବେ ରାଜଧାନୀ ଭୁବନେଶ୍ୱରର ଏକ ସୁନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡ଼ ହରାଇବା ପରେ ଏବେ ତାଙ୍କ ଜୀବନର…

ଭାରତୀୟ ଦଳରେ ଓଡ଼ିଶାର ଆହାନ

ଭୁବନେଶ୍ୱର, ୧୫।୨ (ତପନ ସ୍ବାଇଁ): ମାଲେସିଆର କୁଚିଙ୍ଗ୍‌ଠାରେ ଆଇଟିଏଫ୍‌ ଓ୍ବାଲର୍‌ଡ ଜୁନିୟର୍ସ ଟିମ୍‌ କମ୍ପିଟେଶନ ଫାଇନାଲ କ୍ୱାଲିଫାଇଂ ଇଭେଣ୍ଟ-୨୦୨୪ ମାର୍ଚ୍ଚ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଓଡ଼ିଶାର ଆହାନ ସାମିଲ ହୋଇଛନ୍ତି।…

ଚାଇନାକୁ ୨-୦ରେ ହରାଇଲା ଅଷ୍ଟ୍ରେଲିଆ

ରାଉରକେଲା,୧୫ା୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଅଷ୍ଟ୍ରେଲିଆ ୨-୦ ଗୋଲରେ ଚାଇନାକୁ ପରାସ୍ତ କରିଛି। ପୂର୍ବ ମ୍ୟାଚରେ ଚାଇନା ୨-୧ ଗୋଲରେ ଭାରତକୁ ହରାଇ ଥିବାରୁ ଅଷ୍ଟ୍ରେଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri