ବିଜେଡି ନେତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହେଲାଣି
ଭୁବନେଶ୍ୱର,୨।୪: ରାଜ୍ୟରେ ଭାଜପା ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଦଳକୁ ଟାର୍ଗେଟ୍ କରିଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ଭାଜପା…
କଂଗ୍ରେସ ‘ହାତ’ ଛାଡିଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା
ଭୁବନେଶ୍ୱର,୨।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସର ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି। ଇସ୍ତଫା…
ଟ୍ରକକୁ ପିଟିଲା ସ୍କ୍ରର୍ପିଓ: ଚାଲିଗଲା ୨ ଜୀବନ, ୩ ଗୁରୁତର
ଭଦ୍ରକ,୨।୪(ସନାତନ ରାଉତ): ୧୬ନଂ ଜାତୀୟ ରାଜପଥ ଭଦ୍ରକ ନଳାଙ୍ଗ ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିଲା ସ୍କ୍ରପିଓ। ଘଟଣାସ୍ଥଳରେ ଡ୍ରାଇଭର ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…
ମୁମ୍ବାଇର ହ୍ୟାଟ୍ରିକ୍ ପରାଜୟ: ଜାଣନ୍ତୁ କାହାକୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ,୨।୪: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୪ର କ୍ରମାଗତ ତୃତୀୟ ପରାଜୟର ସମ୍ମୁଖୀନ ହୋଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ତୃତୀୟ ମ୍ୟାଚ ନିଜ ଘରୋଇ ୱାଙ୍ଖେଡେ ଷ୍ଟାଡିୟମରେ ୬ ଉଇକେଟରେ ହାରିଥିଲା। ଅଦ୍ୟାବଧି ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ମୁମ୍ବାଇ ପାଇଁ…
‘ଚାଏ ପେ ଚର୍ଚ୍ଚା’ କଲେ କଙ୍ଗନା
ମଣ୍ଡି,୨।୪: ବଲିଉହ ଅଭିନେତ୍ରୀ କଙ୍ଗନା ରାନାୱତ ନିର୍ବାଚନ ରଙ୍ଗରେ ରଙ୍ଗେଇ ହୋଇ ସାରିଛନ୍ତି। ତାଙ୍କୁ ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ବୋଲି ଘୋଷଣା କରିଛି। ଏହି ଆସନରେ କଙ୍ଗନା ମଧ୍ୟ ଜନସମ୍ପର୍କ ଆରମ୍ଭ କରିଛନ୍ତି। ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ…
ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ: ତାରାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ
ପୁରୁଷୋତ୍ତମପୁର,୨।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛନ୍ତି। ପାହାଡ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତ୍ର ୧.୨୫ ରୁ ମନ୍ଦିର ଦ୍ୱାର ଫିଟା ଯାଇ…
ଉଇ ଲାଗି ନଷ୍ଟ ହେଲାଣି ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ
ରଣପୁର,୨ା୪ (ସୁକାନ୍ତ କିଶୋର ଡାକୁଆ):ରାଜ୍ୟ ସରକାର ବହୁ ପୁରଣା ଓ ବିପଦ ସଙ୍କୁଳରେ ଥିବା ସରକାରୀ କାର୍ଯ୍ୟାଳୟର ଗୃହକୁ ଭାଙ୍ଗି କୋଟି କୋଟି ଟଙ୍କା ମଞ୍ଜୁର କରି ନୂଆ କୋଠାଘର ନିର୍ମାଣ କରୁଛନ୍ତି। ହେଲେ ନୟାଗଡ଼ ଜିଲା ରଣପୁର ତହସିଲ ଅଧୀନରେ…
ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନ୍ଦିରରେ ଶପଥ
ନୟାଗଡ଼,୨ା୪ (ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ପ୍ରସିଦ୍ଧ ଶୈବପୀଠ ଯାମୁପାଟଣାସ୍ଥିତ ଦୁତୀକେଶ୍ୱର ମନ୍ଦିରରେ ସୋମବାର ନୟାଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କୁ ଭୋଟ ଦେବା, ବିଜୟ ପାଇଁ ନୟାଗଡ଼ ବ୍ଲକର ସରପଞ୍ଚ ଓ ସମିତିସଭ୍ୟ ଶପଥ…
ଆଚରଣବିଧି ଲାଗୁ ପରେ ବି ହଟୁନି ନେତାଙ୍କ ହୋର୍ଡିଂ
ବ୍ରହ୍ମବରଦା,୨।୪(ଯଯାତି କେଶରୀ ବେହେରା):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ସାରା ଦେଶରେ ଆଚରଣବିଧି ଲାଗୁ ହୋଇଛି। ଏ ନେଇ ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବାବେଳେ ଗାଁ ଗହଳିରେ ପୋଲିସ ଓ ଜବାନମାନଙ୍କ ଦ୍ୱାରା ଫ୍ଲାଗ୍ ମାର୍ଚ୍ଚ କରାଯାଇ ମତଦାତାମାନଙ୍କ…
ସୁଆଣ୍ଡୋ ପରିଦର୍ଶନ କଲେ ପାଣ୍ଡିଆନ
ଭୁବନେଶ୍ୱର,ସାକ୍ଷୀଗୋପାଳ୨।୪(ସୁନିତ୍ ମିଶ୍ର/ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର):ପବିତ୍ର ଓଡ଼ିଶା ଦିବସ ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋମବାର ଓଡ଼ିଆ ଜାତିର ପୁଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ସ୍ଥିତ ଗୋପବନ୍ଧୁଙ୍କ ଅନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି। ସୁଆଣ୍ଡୋରେ ପହଞ୍ଚିବା ପରେ…
ଶାନ୍ତିଲତା ବାରିକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୪ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ନିଜ ଏକ୍ସ ଆକାଉଣ୍ଟରେ ଶାନ୍ତିଲତାଙ୍କ ଅମର ଆତ୍ମାର…
ଭଜି ଭଜି ଚାଲିଗଲେ…
ଭୁବନେଶ୍ୱର, ୨।୪(ବନ୍ଦନା ସେଠୀ):ଭଜି ଭଜି ତୋ ନାମ ଚକାନୟନ, ମୋର ଯାଉ ଜୀବନ ପ୍ରଭୁ….। ୮୦ ଦଶକର ଏହି ଗୀତକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ଭଜନ ସମ୍ରାଜ୍ଞୀ ଭାବେ ପରିଚିତ ଶାନ୍ତିଲତା ବାରିକ ଛୋଟରାୟ। ସେ ନିଜକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ…
Archives


