ମୋଦିଙ୍କ ପରେ ‘ସାବରମତି ରିପୋର୍ଟ’କୁ ପ୍ରଶଂସା କଲେ ଅମିତ ଶାହା
ନୂଆଦିଲ୍ଳୀ,୧୮।୧୧: ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ରିଲିଜ ହେବା ପୂର୍ବରୁ ବିବାଦ ଲାଗି ରହିଛି। ୨୦୦୨ ଗୋଧ୍ରା ଘଟଣାରେ ନିର୍ମିତ ଫିଲ୍ମ ବିଷୟରେ ଦର୍ଶକଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି। ସେପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫିଲ୍ମକୁ…
ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର
କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଶମ୍ଭୁଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଜବରଦଖଲ କରି ରଖିଥିଲେ। ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି। ସୂଚନା…
ମୁଁ ମୁଖ୍ୟମନ୍ତ୍ରୀ ରେସ୍ରେ ନାହିଁ: କାହିଁକି ଏମିତି କହିଲେ ଏକନାଥ ଶିନ୍ଦେ
ପୁଣେ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସ୍ରେ ନାହିଁ। ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ରେସ୍…
ପ୍ରତିଦିନ ୪୯ ସିଗାରେଟର ଧୂଆ ଟାଣୁଛନ୍ତି ଦିଲ୍ଲୀବାସୀ! ଚିନ୍ତାରେ…
ନୂଆଦିଲ୍ଲୀ,୧୮।୧୧: ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ସହରରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ରହିଛି। ଦିଲ୍ଲୀର ଅନେକ ଅଞ୍ଚଳ ଅଛି ଯାହା ପ୍ରଦୂଷଣକୁ ନେଇ ରେଡ ଜୋନରେ ଅଛି । ସେହି AQI ୧୦୦୦ରୁ ଅଧିକ କିମ୍ବା ପାଖାପାଖି ରହିଛି। ଏପରି…
‘ଦୟାକରି ଲଜ୍ଜା କର,’ ପ୍ରାଇଭେଟ ଭିଡିଓ ଲିକ ହେବା ପରେ ପାକିସ୍ତାନୀ ହୋଷ୍ଟ ଦେଲେ ଏମିତି ରିଆକ୍ସନ
ଇସଲାମାବାଦ,୧୮।୧୧: ଆଜିକାଲି ପାକିସ୍ତାନୀର ପ୍ରଭାବଶାଳୀ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭିଡିଓ ଦ୍ରୁତ ଗତିରେ ଲିକ ହେଉଛି। ବର୍ତ୍ତମାନ ଏହି ଲିକ ତାଲିକାରେ ପାକିସ୍ତାନୀ ଟିଭି ହୋଷ୍ଟ ମାଥିରା ମହମ୍ମଦଙ୍କ ନାମ ମଧ୍ୟ ଯୋଡା ଯାଇଛି। ଏହାପୂର୍ବରୁ ଟିକଟକର ମୀନାହିଲ ମଲିକ ଏବଂ ଇମଶା…
ସମସ୍ତ ପାର୍ଟଟାଇମ୍ କଳା-କ୍ରୀଡା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି
ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା) ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା…
ମାଣ୍ଡିପଙ୍କା ଆମ୍ଭଟାକୁଆ ଖାଇବା ଘଟଣା: ଆଉ ଜଣେ ଆଖିବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ବାସୀ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣା ରେ ଆଉ ଜଣଙ୍କ କଟକ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ…
ଅଧ୍ୟକ୍ଷଙ୍କ ବିରୋଧରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ: ବିରୋଧୀ ଶିବିରରେ ଖେଳିଗଲା ନୈରାଶ୍ୟ
କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟ ସୋମବାର କାଟ ଖାଇଛି। ଫଳରେ ଦୀର୍ଘ ୨ ମାସ ପାଖାପାଖି ହେବ ଚାଲିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଅଧ୍ୟକ୍ଷ ଚନ୍ଦନ…
ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର ଏକ…
ଏକମାତ୍ର ପୁଅଙ୍କୁ ଲଞ୍ଚ କରିବାକୁ ଚାହୁଁଛନ୍ତି କି ନୀତୀଶ କୁମାର? ବିହାରରେ ନୂଆ କ୍ରେଜ୍
ପାଟନା,୧୮।୧୧: ରାଜନୈତିକ ମହଲରେ କଳ୍ପନାଜଳ୍ପନା ରହିଛି ଯେ ନୀତୀଶ କୁମାର ଆସନ୍ତା ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଲଞ୍ଚ କରିପାରନ୍ତି। ରାଜନୈତିକ ବିଶ୍ଳେଷକମାନେ ଏହାକୁ ନୀତୀଶ କୁମାରଙ୍କ ଉତ୍ତରାଧିକାରର ଏକଜ୍ୱାଭାବିକ ବିସ୍ତାର ବୋଲି ବିବେଚନା କରନ୍ତି ।…
ନିର୍ବାଚନ ରାଲିରେ ଭୋ ଭୋ ହୋଇ କାନ୍ଦି ସ୍ବାମୀଙ୍କ ନିର୍ଯାତନା ବଖାଣିଲେ ବିଧାୟିକା ପ୍ରାର୍ଥୀ
ପୁଣେ,୧୮।୧୨: ଛତ୍ରପତି ସମ୍ଭାଜିନଗର କନ୍ନଡ ନିର୍ବାଚନମଣ୍ଡଳୀରୁ ଏକନାଥ ସିନ୍ଦେଙ୍କ ଦଳର ଶିବସେନା ପ୍ରାର୍ଥୀ ସଞ୍ଜନା ଯାଦବ ତାଙ୍କର ଏକ ନିର୍ବାଚନ ରାଲିରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସ୍ବାମୀ ହର୍ଷବର୍ଦ୍ଧନ ଯାଦବ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା…
ଖାର୍ଗେଙ୍କ ଉପରେ ପଡିଲାଣି ବୟସର ପ୍ରଭାବ, ସେଥିପାଇଁ ଏପଟ ସେପଟ କଥା କହୁଛନ୍ତି: ପ୍ରବୀଣ ଖଣ୍ଡେଲଓ୍ବାଲ
ନୂଆଦିଲ୍ଲୀ,୧୮।୧୧: ରବିବାର ମହାରାଷ୍ଟ୍ରର ସାଙ୍ଗଲିରେ ଏକ ରାଲିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପା ଏବଂ ଆରଏସଏସକୁ ବିଷ ସହ ତୁଳନା କରିଛନ୍ତି। ଯେଉଁଥିପାଇଁ ଭାଜପା ନେତାମାନେ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। ଭାଜପା ଏମପି ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ମୁଁ…

