Posted inଖେଳ

ଜୋତାରେ କ’ଣ ‘ସ୍ୟାଣ୍ଡପେପର୍‌’ ଲୁଚାଇଥିଲେ ବୁମ୍‌ରା? ଭାଇରାଲ ହେଉଥିବା ଭିଡିଓ ପଛର ସତ କ’ଣ…

ସିଡନୀ,୪।୧: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ୁଥିବା ଦେଖି ଅଷ୍ଟ୍ରେଲୀୟ ପ୍ରଶଂସକ ଏବେ ଜସପ୍ରିତ ବୁମ୍‌ରାଙ୍କୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ ବୁମ୍‌ରାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ନିଜର ଜୋତା ଖୋଲି ତାକୁ ଠିକ୍‌ କରି ପୁଣିଥରେ ପିନ୍ଧି ନେଉଛନ୍ତି। ଏହି ସମୟରେ ସେଥିରୁ କିଛି ଜିନିଷ ଖସି ପଡ଼ିଥିଲା। ଏହା କ’ଣ ଏକ ସ୍ୟାଣ୍ଡପେପର୍‌ ବୋଲି ପ୍ରଶ୍ନ ଉଠିଛି। ଏଭଳି କରି ବୁମ୍‌ରାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଉଛି।

ବୁମ୍‌ରାଙ୍କ ଜୋତାରୁ ବାହାରିଥିବା ଜିନିଷ ସ୍ୟାଣ୍ଡପେପର୍‌ ଭଳି ଦେଖାଯାଉଥିଲେ ହେଁ ଏହା ଏକ ଫିଙ୍ଗର କ୍ୟାପ୍‌ ଥିଲା। ଏହାକୁ ପ୍ରାୟତଃ ଖେଳାଳିମାନେ ନିଜର ଆଙ୍ଗୁଠିକୁ ଆଘାତ ଲାଗିବାରୁ ରକ୍ଷା କରିବାକୁ ପିନ୍ଧିଥାନ୍ତି। ଅଷ୍ଟ୍ରେଲିଆ ଇନିଂସ ବେଳେ ବୁମ୍‌ରା ତାହା ହିଁ କରିଥିଲେ। ଯେତେବେଳେ ସେ ବୋଲିଂ କରିବାକୁ ଯାଉଥିଲେ, ସେ ନିଜ ଜୋତାରୁ ଫିଙ୍ଗର କ୍ୟାପ୍‌ ବାହାର କରିଥିଲେ। ହେଲେ ଏହାକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଅଷ୍ଟ୍ରେଲିୟ ପ୍ରଶଂସକମାନେ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଭିଡିଓ ମଧ୍ୟ ଶେୟାର କରି ପ୍ରଶ୍ନ ପଚାରିଥିଲେ।

କହିରଖୁଛୁ, ସିଡନୀରେ ଜାରି ୫ମ ତଥା ଅନ୍ତିମ ମୁକାବିଲା ବେଶ ରେମାଞ୍ଚକ ସ୍ଥିତିରେ ପହଞ୍ଚିଛି। ଏହି ମ୍ୟାଚ୍‌ରେ କୌଣସି ବି ଟିମ୍‌ ଜିତିପାରେ ବୋଲି କୁହାଯାଉଛି। ଭାରତୀୟ ଟିମ୍‌ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହରାଇ ମାତ୍ର ୧୪୧ ରନ୍‌ କରିଛି। ଯଦି ଟିମ୍‌ ବଡ଼ ଲକ୍ଷ୍ୟ ଦେଇ ନ ପାରେ ତେବେ ପୁଣିଥରେ ବୁମ୍‌ରାଙ୍କ ଘାତକ ବୋଲିଂର ଆବଶ୍ୟକତା ପଡ଼ିପାରେ। ହେଲେ ଏବେ ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବା ଯୋଗୁ ସେ ଡାକ୍ତରଖାନା ଯାଇଛନ୍ତି। ଏପରିକି ସେ ତୃତୀୟ ଦିନ ଖେଳ ପାଇଁ ଆସିବେ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ

ପାଟଣାଗଡ଼,୧୩।୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନ୍‌ଏସି ରମାଇ ହାଇସ୍କୁଲ ଖେଲପଡିଆରେ ସୋମବାର ୨୦ତମ ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପାଟଣାଗଡ଼ ଉପ...

ସଞ୍ଜୁ ସାମସନ ନା ଋଷଭ ପନ୍ତ… ଚାମ୍ପିୟନ୍ସ ଟ୍ରଫିରୁ କିଏ ପଡ଼ିବ ବାଦ ? ଜାଣନ୍ତୁ କାହା ପଲା ଭାରି

ନୂଆଦିଲ୍ଲୀ, ୧୩।୧: ଆସନ୍ତା ମାସରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରାୟ ସମସ୍ତ ଦେଶ ନିଜର ଟିମ୍ ଘୋଷଣା...

କେବେ ଅଧିନାୟକ ହୋଇପାରିବେନି ବୁମ୍‌ରା! ଖୁଲାସା ହେଲା ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ,୧୩।୧: ଭାରତ ବନାମ ଅଷ୍ଟ୍ରେଲିଆ ସିଡ଼ନୀ ଟେଷ୍ଟ ଆରମ୍ଭ ହେବାକୁ ଥିବାବେଳେ ଖବର ଆସିଲା ଯେ ରୋହିତ ଶର୍ମା ନିଜକୁ ପ୍ଲେ-୧୧ରୁ ବାଦ୍‌ ଦେଇଛନ୍ତି। ଏପରି...

ରୋହିତ-ବିରାଟଙ୍କୁ କଡ଼ା ନିର୍ଦ୍ଦେଶ ଦେଲା ବିସିସିଆଇ, ପାଳନ ନ କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ,୧୩।୧: ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏହି ମାମଲାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସବୁଠାରୁ...

ଇତିହାସ ସୃଷ୍ଟି କଲେ ୧୪ ବର୍ଷୀୟ ଇରା ଯାଦବ, ୧୫୭ ବଲରେ କଲେ ୩୪୬ ରନ୍

ମୁମ୍ବାଇ,୧୨।୧: ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ...

କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି…

ନୂଆଦିଲ୍ଲୀ,୧୨।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ...

ବାଲାଂଦେଶର ଏହି କ୍ରିକେଟରଙ୍କୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୧୨।୧: ଉଚ୍ଚସ୍ତରୀୟ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଷିଦ୍ଧ ହୋଇଥିବା ଶାକିବ ଅଲ ହାସନ ମଧ୍ୟ ତାଙ୍କ ବୋଲିଂ ଆକ୍ସନର ଦ୍ୱିତୀୟ ଯାଞ୍ଚରେ...

ଏହିଦିନ ଆରମ୍ଭ ହେବ ଆଇପିଏଲ ୨୦୨୫, ଜାଣନ୍ତୁ ଫାଇନାଲ ତାରିଖ

ମୁମ୍ବାଇ,୧୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri