Posted inଖେଳ

ଜୋତାରେ କ’ଣ ‘ସ୍ୟାଣ୍ଡପେପର୍‌’ ଲୁଚାଇଥିଲେ ବୁମ୍‌ରା? ଭାଇରାଲ ହେଉଥିବା ଭିଡିଓ ପଛର ସତ କ’ଣ…

ସିଡନୀ,୪।୧: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ୁଥିବା ଦେଖି ଅଷ୍ଟ୍ରେଲୀୟ ପ୍ରଶଂସକ ଏବେ ଜସପ୍ରିତ ବୁମ୍‌ରାଙ୍କୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ ବୁମ୍‌ରାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ନିଜର ଜୋତା ଖୋଲି ତାକୁ ଠିକ୍‌ କରି ପୁଣିଥରେ ପିନ୍ଧି ନେଉଛନ୍ତି। ଏହି ସମୟରେ ସେଥିରୁ କିଛି ଜିନିଷ ଖସି ପଡ଼ିଥିଲା। ଏହା କ’ଣ ଏକ ସ୍ୟାଣ୍ଡପେପର୍‌ ବୋଲି ପ୍ରଶ୍ନ ଉଠିଛି। ଏଭଳି କରି ବୁମ୍‌ରାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଉଛି।

ବୁମ୍‌ରାଙ୍କ ଜୋତାରୁ ବାହାରିଥିବା ଜିନିଷ ସ୍ୟାଣ୍ଡପେପର୍‌ ଭଳି ଦେଖାଯାଉଥିଲେ ହେଁ ଏହା ଏକ ଫିଙ୍ଗର କ୍ୟାପ୍‌ ଥିଲା। ଏହାକୁ ପ୍ରାୟତଃ ଖେଳାଳିମାନେ ନିଜର ଆଙ୍ଗୁଠିକୁ ଆଘାତ ଲାଗିବାରୁ ରକ୍ଷା କରିବାକୁ ପିନ୍ଧିଥାନ୍ତି। ଅଷ୍ଟ୍ରେଲିଆ ଇନିଂସ ବେଳେ ବୁମ୍‌ରା ତାହା ହିଁ କରିଥିଲେ। ଯେତେବେଳେ ସେ ବୋଲିଂ କରିବାକୁ ଯାଉଥିଲେ, ସେ ନିଜ ଜୋତାରୁ ଫିଙ୍ଗର କ୍ୟାପ୍‌ ବାହାର କରିଥିଲେ। ହେଲେ ଏହାକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଅଷ୍ଟ୍ରେଲିୟ ପ୍ରଶଂସକମାନେ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଭିଡିଓ ମଧ୍ୟ ଶେୟାର କରି ପ୍ରଶ୍ନ ପଚାରିଥିଲେ।

କହିରଖୁଛୁ, ସିଡନୀରେ ଜାରି ୫ମ ତଥା ଅନ୍ତିମ ମୁକାବିଲା ବେଶ ରେମାଞ୍ଚକ ସ୍ଥିତିରେ ପହଞ୍ଚିଛି। ଏହି ମ୍ୟାଚ୍‌ରେ କୌଣସି ବି ଟିମ୍‌ ଜିତିପାରେ ବୋଲି କୁହାଯାଉଛି। ଭାରତୀୟ ଟିମ୍‌ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହରାଇ ମାତ୍ର ୧୪୧ ରନ୍‌ କରିଛି। ଯଦି ଟିମ୍‌ ବଡ଼ ଲକ୍ଷ୍ୟ ଦେଇ ନ ପାରେ ତେବେ ପୁଣିଥରେ ବୁମ୍‌ରାଙ୍କ ଘାତକ ବୋଲିଂର ଆବଶ୍ୟକତା ପଡ଼ିପାରେ। ହେଲେ ଏବେ ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବା ଯୋଗୁ ସେ ଡାକ୍ତରଖାନା ଯାଇଛନ୍ତି। ଏପରିକି ସେ ତୃତୀୟ ଦିନ ଖେଳ ପାଇଁ ଆସିବେ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri